Categories
ଆଜିର ଖବର ଜାତୀୟ ଖବର

କରୋନା ଭାଇରସଠାରୁ ଅଧିକ କ୍ଷତିକାରକ ହେଉଛନ୍ତି ଷ୍ଟାଲିନ୍‌

ଚେନ୍ନାଇ : କରୋନା ଭାଇରସ୍‌ର ପ୍ରଭାବ ଯୋଗୁଁ ସାରା ଦୁନିଆରେ ଆତଙ୍କ ସୃଷ୍ଟି ହୋଇଛି । ଭାରତରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା 43ରେ ପହଞ୍ଚିଲାଣି । ଏବେ ଏହି କରୋନା ଭାଇରସକୁ ନେଇ ଡିଏମ୍‌ଡିକେ ନେତା ପ୍ରେମଲତା ବିଜୟକାନ୍ତ ଅଦ୍ଭୁତ ବୟାନ ଦେଇଛନ୍ତି । ପ୍ରେମଲତା ଡିଏମ୍‌କେ ପ୍ରମୁଖ ଏମ୍‌କେ ଷ୍ଟାଲିନ୍‌ଙ୍କ ତୁଳନା କରୋନା ଭାଇରସ୍‌ ସହ କରିଛନ୍ତି।

ଡିଏମ୍‌ଡିକେ ପ୍ରୁଖ ବିଜୟକାନ୍ତଙ୍କ ସ୍ତ୍ରୀ ପ୍ରେମଲତା ମଦୁରୈର ଏକ ସଭାରେ କରୋନା ଭାଇରସଠାରୁ ଷ୍ଟାଲିନ୍‌ ଅଧିକ କ୍ଷତିକାରଣ ବୋଲି କହିଛନ୍ତି । ତାମିଲନାଡୁରେ ଡିଏମ୍‌କେ ମୁଖ୍ୟ ବିରୋଧ ଦଳ ରହିଥିବାବେଳେ ସେଠାରେ ଡିଏମ୍‌ଡିକେର ମେଣ୍ଟରେ ଏଆଇଏଡିଏମ୍‌କେ କ୍ଷମତାରେ ରହିଛି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଆଜି କରୋନା ଭାଇରସର ନୂତନ ଚାରୋଟି ମାମଲାର ପୃଷ୍ଟି କରିଛନ୍ତି । ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା 43ରେ ପହଞ୍ଚିଥିବାବେଳେ ଏହି ସଂକ୍ରମିତଙ୍କ ମଧ୍ୟରେ ତିନି ବର୍ଷର ଶିଶୁ ରହିଛି । ଦିଲ୍ଲୀ, ଉତ୍ତରପ୍ରଦେଶ, ଜମ୍ମୁକାଶ୍ମୀର ଓ କେରଳରୁ ଏହି କରୋନା ସଂକ୍ରମିତ ରହିଥିବାର ଖବର ମିଳିଛି ।