Categories
ଆଜିର ଖବର

ମହିଳା ଦିବସ ଅବସରରେ ମହିଳାଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଗତକାଲି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଳେଖନୀୟ ପ୍ରତିପାଦନ ପାଇଁ ନାରୀଙ୍କୁ ସମ୍ମାନ କରାଯାଇଥିଲା ।  ଏହି ନାରୀମାନଙ୍କ ମଧ୍ୟରେ ରହିଛନ୍ତି ବୈଜ୍ଞାନିକ, ସାମାଜିକ କର୍ମୀ, ଏସିଡ୍‌ ପୀଡ଼ିତା ଏବଂ ସଶସ୍ତ୍ର ବଳ । ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ୪୧ ଜଣଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ପ୍ରତିବର୍ଷ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟରେ ମହିଳାଙ୍କ ଅବଦାନ ଲାଗି ଏହି ପୁରସ୍କାର ଦିଆଯାଉଛି। ଏହି ପୁରସ୍କାର ଉତ୍ସବ୧୯୯୧ ମସିହାରୁ ଅନୁଷ୍ଠିତ ହୋଇ ଆସୁଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ଏହି ସମ୍ମାନଜନକ ପୁରସ୍କାର ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନକୁ ଦିଆଯାଉଛି। ବେସାମରିକ କ୍ଷେତ୍ରରେ ଦେଶରେ ମହିଳାଙ୍କ ପାଇଁ ଏହାକୁ ସର୍ବୋଚ୍ଚ ସମ୍ମାନ ଭାବେ ପରିଗଣିତ କରାଯାଇ ଆସୁଛି। ଚଳିତ ବର୍ଷ ଏହି ସମ୍ମାନ ପାଇଥିବା ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଏସିଡ୍ ଆକ୍ରମଣର ଶିକାର ହୋଇଥିବା ସାମାଜିକ କର୍ମୀ ପ୍ରଜ୍ଞା ପ୍ରସୁନ, ‘ରାଣୀ ମିସ୍ତ୍ରୀ’ ସୁନିତା ଦେବୀ ଓ ଦେଶର ପ୍ରଥମ ମହିଳା ମେରାଇନ ପାଇଲଟ ରେସମା ନିଲୋଫର ପ୍ରମୁଖ ରହିଛନ୍ତି।