Categories
ଆଜିର ଖବର

ହ୍ୟୁଣ୍ଡାଇର ନୂଆ ଏସ୍‌ୟୁଭି ‘ଭେନ୍ୟୁ’, ଭାରତୀୟ ବଜାର ମୂଲ୍ୟ ୬.୫୦ ଲକ୍ଷ

ଦକ୍ଷିଣ କୋରିଆର କାର୍‌ ନିର୍ମାଣକକାରୀ କମ୍ପାନୀ ହ୍ୟୁଣ୍ଡାଇ ଭାରତୀୟ ବଜାର ପାଇଁ ଏହାର ନୂତନ କାର୍‌ ‘ଭେନ୍ୟୁ’ ପ୍ରସ୍ତୁତ କରିଛି। ଭାରତୀୟ ବଜାରରେ ଏହିୀ କାର୍‌ ଭିଟାରା ବ୍ରେଜା, ଟାଟା ନେକ୍ସନ୍‌, ଫୋର୍ଡ ଇକୋ ସ୍ପୋର୍ଟ ଏବଂ ମହିନ୍ଦ୍ରା ଏକ୍ସୟୁଭି ୩୦୦ ସହିତ ପ୍ରତିଦ୍ବନ୍ଦିତା କରିବ। ଏହି କାର୍‌ର ମୂଲ୍ୟ ୬.୫ ଲକ୍ଷରୁ ୧୧.୧ ଲକ୍ଷ ଟଙ୍କା ମଧ୍ୟରେ ରହିବ। ଭେନ୍ୟୁରେ ତିନି ପ୍ରକାର ଇଞ୍ଜିନ୍‌ ରହିଛି। ପେଟ୍ରୋଲ ଭ୍ୟାରିଆଣ୍ଟର ୧ଲି ଟର୍ବୋ ଏବଂ ୧.୨ ଲି ଟର୍ବୋ ଇଞ୍ଜିନ୍‌ ରହିଥିବା ବେଳେ ଡିଜେଲ ଭ୍ୟାରିଆଣ୍ଟରେ ୧.୪ ଲି ଡିଜେଲ ଇଞ୍ଜିନ୍‌ ରହିଛି। ପେଟ୍ରୋଲ୍‌ ମଡେଲର ମାଇଲେଜ୍‌ ଯଥାକ୍ରମେ ୧୮.୧୫ କିମି/ ଲି. ଏବଂ ୧୭.୫୨ କିମି/ଲି. ରହିଥିବା ବେଳେ ଡିଜେଲ ମଡେଲ୍‌ର ମାଇଲେଜ୍‌ ୨୩.୭ କି.ମି. ପ୍ରତି ଲିଟର ରହିଛି। କାର୍‌ରେ ୬ଟି ଏୟାର ବ୍ୟାଗ୍‌, ସ୍ବୟଂଚାଳିତ ଡୋର୍‌ ଲକ୍‌ ବ୍ୟବସ୍ଥା ଏବଂ ଓ୍ବାଇ ଫାଇ ଓ କଲିଙ୍ଗ ବ୍ୟବସ୍ଥା ରହିଛି। ଭାରତ ସମେତ ଏହି କାର୍‌ ଆମେରିକା, କାନାଡା ଏବଂ ଅଷ୍ଟ୍ରେଲିଆରେ ମଧ୍ୟ ଲଞ୍ଚ ହୋଇଛି।