Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜରେ ବନ୍ଧୁକ ଓ ଗ୍ରେନେଡ୍ ଆକ୍ରମଣ: ୫ ମୃତ, ୩ ଆହତ

କରାଚି: କରାଚିରେ ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜରେ ବନ୍ଧୁକ ଓ ଗ୍ରେନେଡ୍ ଆକ୍ରମଣରେ ପାଞ୍ଚ ଜଣ ପ୍ରାଣ ହରାଇଛନ୍ତି ଏବଂ ତିନି ଜଣ ଆହତ ହୋଇଛନ୍ତି। ଚାରିଜଣ ମାଓବାଦୀ ପିଏସଏକ୍ସ ବିଲଡିଂ ଉପରେ ଆକ୍ରମଣ କରି ଗୁଳି ଚଳାଇଛନ୍ତି। ସମସ୍ତ ଚାରି ଆତଙ୍କିଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ମାଓବାଦୀମାନେ ବିଲ୍ଡିଂର ମୁଖ୍ୟ ଫାଟକରେ ଗ୍ରେନେଡ ଆକ୍ରମଣ କରି ଅନ୍ଧାଧୁନ ଗୁଳି ଚଳାଇବା ପରେ ବିଲ୍ଡିଂ ଉପରେ ଆକ୍ରମଣ କରିଥିଲେ। ଆହତମାନଙ୍କ ମଧ୍ୟରେ ପିଏସେକ୍ସ ବିଲଡିଂ ବାହାରେ ଅବସ୍ଥାପିତ ଜଣେ ପୋଲିସ ଅଧିକାରୀ ଏବଂ ସୁରକ୍ଷା କର୍ମୀ ମଧ୍ୟ ଅଛନ୍ତି। ପୋଲିସ ଏବଂ ରେଞ୍ଜର୍ସ କର୍ମଚାରୀଙ୍କ ଦ୍ୱାରା ଏହାର ଆଖପାଖ ଅଞ୍ଚଳକୁ ସିଲ୍ କରାଯାଇଛି। ପିଏସେକ୍ସ ବିଲଡିଂ ଭିତରେ ଥିବା ଲୋକଙ୍କୁ ପଛପଟରୁ ସ୍ଥାନାନ୍ତର କରାଯାଉଥିଲା। ପିଏସଏକ୍ସର ନିର୍ଦ୍ଦେଶକ ଅବିଦ୍ ଅଲି ହବିବ କହିଛନ୍ତି ଯେ ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜରେ ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଛି। ସେମାନେ ଆମର ପାର୍କିଂ ଅଞ୍ଚଳରୁ ଯାଇ ସମସ୍ତଙ୍କ ଉପରକୁ ଗୁଳି ଚଳାଇଥିଲେ। (ଏଜେନ୍ସି)