Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କେରଳରେ 28 ଆକ୍ରାନ୍ତ ଚିହ୍ନଟ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 490

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍‌ର ପ୍ରଭାବ ଦିନକୁ ଦିନ ବଢି ଚାଲିଥିବା ବେଳେ ଆଜି କେରଳରେ ଗୋଟିଏ ଦିନରେ 28 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ସୋମବାର ଆଉ ଦୁଇ ଜଣଙ୍କର ପ୍ରାଣହାନି ଘଟିବା ସହିତ ସମୁଦାୟ ମୃତକଙ୍କ ସଂଖ୍ୟା 9ରେ ପହଞ୍ଚିଛି । ସେହିପରି ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 490ରେ ପହଞ୍ଚିଥିବା ବେଳେ କେରଳରେ ସର୍ବାଧିକ 91 ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ସୋମବାର ନୂତନ ଭାବରେ 28 ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବା କାରଣରୁ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 500 ଛୁଇଁବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ସ୍ପଷ୍ଟ କରିଛନ୍ତି ।

28 ଆକ୍ରାନ୍ତଙ୍କ ମଧ୍ୟରୁ 19 ଜଣ କସାରଗଡର ରହିଥିବା ବେଳେ 5 ଜଣ କନ୍ନୁର, ଏର୍ଣ୍ଣାକୁଲମରୁ 2 ଜଣ ଏବଂ ଥ୍ରିସୁର ଓ ପଥନମଥିଟ୍ଟାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ସମସ୍ତ ଆକ୍ରାନ୍ତ ମଧ୍ୟପ୍ରାଚ୍ୟରୁ ଆସିଥିବା ନେଇ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 228 ଟି ହସ୍ପିଟାଲରେ 52 ହଜାର 785 ଲୋକଙ୍କୁ ପରୀକ୍ଷଣରେ ରଖାଯାଇଛି ବୋଲି ବିଜୟନ୍‌ ସ୍ପଷ୍ଟ କରିଛନ୍ତି ।