Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଗୋଆରୁ ବାଣପୁରକୁ ମାଲବାହୀ ଗାଡିରେ ଆସି ସରକାରୀ କ୍ବାରେଣ୍ଟାଇନ୍‌ରେ ରହିଲେ ଯୁବକ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ରାଜ୍ୟରେ ଏବେ ପ୍ରବାସୀ ଓଡ଼ିଆଙ୍କ ପାଇଁ ଚିନ୍ତା ବଢିଛି। ନିକଟରେ ପଡୋଶୀ ରାଜ୍ୟ କଲିକତାରୁ ଫେରିଥିବା ଓଡ଼ିଆମାନେ କରୋନାରେ ଆକ୍ରାନ୍ତ ହେବା ପରେ ଏନେଇ ଏବେ ରାଜ୍ୟ ସରକାର ବେଶ୍‌ କଡାକଡି ନୀତି ଆପଣାଇଛନ୍ତି। ପ୍ରତ୍ୟେକ ଜିଲ୍ଲାର ରାସ୍ତାକୁ ସିଲ୍‌ କରାଯିବା ସହ ସମସ୍ତ ସରପଞ୍ଚମାନଙ୍କୁ ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କ ପ୍ରତି ଦୃଷ୍ଟି ଦେବା ସହିତ ସେମାନଙ୍କୁ ୧୪ ଦିନପାଇଁ କ୍ବାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି। ତେବେ କେତେକ ସ୍ଥାନରେ ଏହାକୁ ନ ମାନି କିଛି ଲୋକେ ଲୁଚିଛପି ଆସୁଥିବାବେଳେ ବାଣପୁରର ଜଣେ ଯୁବକ ଏନେଇ ଏକ ଉଦାହରଣ ସୃଷ୍ଟିକରିଛନ୍ତି। ସମ୍ପୃକ୍ତ ଯୁବକ ଜଣକ ଗୋଆରୁଏକ ମାଲବାହୀ ଗାଡ଼ି ଯୋଗେ ବାଣପୁରରେ ପହଞ୍ଚି ସରକାରୀଙ୍କ ନିର୍ଦ୍ଦେଶ ମୁତାବକ କ୍ବାରେଣ୍ଟାଇନରେ ରହିଛନ୍ତି।

ମିଳିଥିବା ସୂଚନା ଅନୁସାରେ ବାଣପୁରରେ ପହଞ୍ଚିଥିବା ଏହି ବ୍ୟକ୍ତିଙ୍କ ନାମ ହେଉଛି ବିରଞ୍ଚି ହୋତା। ତାଙ୍କ ଘର ବାଣପୁର ଏନ୍‌ଏସିର ଗୋପାଳପୁର ଶାସନ ଗ୍ରାମରେ। ସେ ଗୋଆରୁ ଏକ ମାଲବାହୀ ଟ୍ରକ୍‌ ଯୋଗେ ବାଣପୁରରେ ପହଞ୍ଚିଛନ୍ତି। ସେ ବାଣପୁରରେ ପହଞ୍ଚିବା ପୂର୍ବରୁ ବିଜୟଓ୍ବାଡା ନିକଟରେ ବିଜ୍ଞାପିତ ଅଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନିହାଲ୍‌ଙ୍କୁ ଗ୍ରାମକୁ ଫେରିବା ନେଇ ସୂଚନା ଦେଇଥିଲେ। ଏହା ପରେ ସରକାରଙ୍କ ନିର୍ଦ୍ଦେଶ ମୁତାବକ ତାଙ୍କୁ ବାଇପାସ୍‌ ରୋଡରୁ ଏନଏସି ଅଧିକାରୀ ତାଙ୍କୁ ସ୍ବତନ୍ତ୍ର ଗାଡିରେ ଆଣି ଗୋଦାବରୀଶ ପୀଠରେ ନିର୍ମାଣ ହୋଇଥିବା କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରଖିଥିଲେ।  ଗତକାଲି ତାଙ୍କର ନମୁନା ପରୀକ୍ଷା ହେବା ପାଇଁ ସ୍ବାବ ନିଆଯାଇଥିଲା।

ରାଜ୍ୟରେ ଅନ୍ୟ ରାଜ୍ୟରୁ ଫେରୁଥିବା ଓଡ଼ିଆଙ୍କୁ ନେଇ ଚିନ୍ତା ବଢୁଥିବାବେଳେ ସରକାର ଏନେଇ ପ୍ରସ୍ତୁତ କରୁଥିବା ନିୟମକୁ ପାଳନ କରିବା ଜରୁରୀ ହୋଇପଡିଛି। ସେହିପରି ପ୍ରବାସୀ ଓଡ଼ିଆଙ୍କ ପାଇଁ ସରକାର ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ କରିଛନ୍ତି। ପଞ୍ଜିକରଣ କରି ସରକାରୀ ସୁବିଧାରେ ମଧ୍ୟ ଓଡ଼ିଶାକୁ ଫେରିପାରିବେ। ସେହିପରି ଯଦି କେହି ନିଜସ୍ବ ଉଦ୍ୟମରେ ଓଡ଼ିଶାକୁ ଫେରୁଛନ୍ତି ତେବେ ଏ ସଂକ୍ରାନ୍ତରେ ପ୍ରଶାସନକୁ ସୂଚନା ଦେଇ ସରକାରଙ୍କ ଦ୍ବାରା କରାଯାଇଥିବା ନିୟମର ପାଳନ କରନ୍ତୁ। ନିଜେ ସୁରକ୍ଷିତ ରହିବା ସହ ନିଜ ରାଜ୍ୟକୁ ସୁରକ୍ଷିତ ରଖିବା ଆଜିର ଦିନରେ ସବୁଠାରୁ ଜରୁରୀ ହୋଇପଡିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

କ୍ବାରେଣ୍ଟାଇନ୍‌ ସେଣ୍ଟରର ଛାତରୁ ତଳକୁ ଡେଇଁ ଆତ୍ମହତ୍ୟା କଲେ କରୋନା ସନ୍ଦିଗ୍ଧ

ନୋଏଡା : ଗ୍ରେଟର୍‌ ନୋଏଡାର ଜଣେ କରୋନା ସନ୍ଦିଗ୍ଧ କ୍ବାରେଣ୍ଟିନ୍‌ ସେଣ୍ଟରର ଛାତ ଉପରୁ ଡେଇଁ ଜୀବନ ଦେଇଛନ୍ତି । ଯୁବକ ଜଣକ ନୋଏଡାର ଗଲଗୋଟିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟରିଂରେ କରାଯାଇଥିବା କ୍ବାରେଣ୍ଟିନ୍‌ ହୋମରେ ରହିଥିଲେ । ଯୁବକ ଜଣକ କରୋନା ସନ୍ଦିଗ୍ଧ ଥିବାରୁ ତାଙ୍କୁ 14 ଦିନିଆ କ୍ବାରେଣ୍ଟିନ୍‌ରେ ରଖାଯାଇଥିଲା ।

ମିଳିଥିବା ସୂଚନା ଅନୁସାରେ ରବିବାର ରାତ୍ରି 8ଟା ସମୟରେ ଯୁବକ ଜଣକ କ୍ବାରେଣ୍ଟିନ୍‌ ସେଣ୍ଟରରୁ ତଳକୁ ଡେଇଁ ପଡିଥିଲେ । ଗୁରୁତର ଅବସ୍ଥାରେ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯୁବକ ଜଣକ ହେଉଛନ୍ତି 32 ବର୍ଷୀୟ ମୋହମ୍ମଦ ଗୁଲଜାର୍‌ । ସେ ନୋଏଡାର ଫେଜ୍‌-2ରେ ରହୁଥିଲେ । ଯୁବକ ଜଣକ କରୋନା ସନ୍ଦିଗ୍ଧ ରହିଥିଲେ । ଯୁବକ ଜଣକ ନିଜ କରୋନା ରିପୋର୍ଟ ମାଗୁଥିଲେ । ରିପୋର୍ଟ ନ ମିଳିବାରୁ ସେ ରହିଥିବା କ୍ବାରେଣ୍ଟିନ୍‌ ସେଣ୍ଟରରୁ 7 ମହଲାରୁ ତଳକୁ ଡେଇଁ ପଡି ଆତ୍ମହତ୍ୟା କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ମହାରାଷ୍ଟ୍ର-ଉତ୍ତରାଖଣ୍ଡରୁ 12 ଜମାତୀ ଫେରାର୍‌, କାଶୀପୁର କ୍ବାରେଣ୍ଟାଇନ୍‌ ସେଣ୍ଟର ଝରକା ଭାଙ୍ଗି ଦୁଇ ଜମାତ ହେଲେ ଫେରାର୍

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍‌କୁ ନେଇ ମାମଲା ଲଗାତାର ଭାବରେ ବଢି ଚାଲିଛି । ଏ ପର୍ଯ୍ୟନ୍ତ ଦେଶରେ 2500ରୁ ଅଧିକ ସଂକ୍ରମିତ ହୋଇଥିବାର ଖବର ମିଳିଛି । ଏହା ମଧ୍ୟରେ ମହାରାଷ୍ଟ୍ର ଓ ଉତ୍ତରାଖଣ୍ଡରୁ ତବଲିଗ୍‌ ଜମାତରୁ ଲୋକେ ଫେରାର ହୋଇଥିବା ଖବର ସାମ୍ନାକୁ ଆସିଛି ।

ମହାରାଷ୍ଟ୍ରର ପୁଣେରେ ତବଲିଗି ଜମାତର 10 ଜଣ ଫେରାର୍‌ ହୋଇଯାଇଛନ୍ତି । ସେହିପରି ଉତ୍ତରାଖଣ୍ଡର କାଶୀପୁର କ୍ବାରେଣ୍ଟାଇନ୍‌ ସେଣ୍ଟରୁ ଦୁଇ ଜମାତୀ ଫେରାର୍ ହୋଇଯାଇଛନ୍ତି ।  ଉତ୍ତରାଖଣ୍ଡରେ ଝରକା ଭାଙ୍ଗି ଦୁଇ ଜମାତୀ ପଳାୟନ କରିଛନ୍ତି । ଏହା ପରେ ପୋଲିସ୍ ତାଙ୍କୁ ଖୋଜିବା ସହିତ ସହରରେ ବନ୍ଦ କରିଛି ।

ସେହିପରି ପୁଣେର ଶିରୁର ତହସିଲରୁ ତବଲିଗି ଜମାତର 10 ଜଣ ଫେରାର ହୋଇଯାଇଛନ୍ତି। ଏହି ଦଶଜଣ 23 ଫେବୃଆରୀ ନୂଆଦିଲ୍ଲୀରୁ ମହାରାଷ୍ଟ୍ର ପୁଣେ ଫେରିଥିଲେ। 23 ଫେବୃଆରୀରେ ମାର୍ଚ୍ଚ 6 ପର୍ଯ୍ୟନ୍ତ ସମସ୍ତ 10 ଜଣ ଯାକ ପୁଣରେ ରହିଥିଲେ । ଏହା ପରେ ସେମାନେ ଶିରୁରୁ ଆସିବା ସହିତ ସେଠାରେ ଏକ ମସଜିଦ୍‌ରେ ରହିଥିଲେ ।

ନିଜାମୁଦ୍ଦିନ ମାମଲା ସାମ୍ନାକୁ ଆସିବା ପରେ ପୁଣେ ଜିଲ୍ଲା ପ୍ରଶାସନ ଏହି ସମସ୍ତ 10 ଜଣଙ୍କୁ ହୋମ କ୍ବାରେଣ୍ଟାଇନ୍‌ରେ ରଖିଥିଲେ । ଏହା ସହିତ ଏହି ସମସ୍ତ ଲୋକଙ୍କ ହାତ ଉପରେ ମୋହର ଲଗାଇଥିଲେ । କିନ୍ତୁ ଏହି 10 ଜଣଯାକ ଏବେ ଫେରାର ଅଛନ୍ତି । ତେବେ ଏହି 10 ଜଣଙ୍କ ମୋବାଇଲ୍‌ ନମ୍ବର ଜିଲ୍ଲା ପୋଲିସ୍‌ ପ୍ରଶାସନ ପାଖରେ ରହିଛି । ମୋବାଇଲ୍‌ ନମ୍ବର ଟ୍ରେସ୍‌ କରି ପୋଲିସ୍‌ ଏହି ସମସ୍ତଙ୍କୁ ଖୋଜିବାରେ ଲାଗିଛି ।