Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୋଆରୁ ବାଣପୁରକୁ ମାଲବାହୀ ଗାଡିରେ ଆସି ସରକାରୀ କ୍ବାରେଣ୍ଟାଇନ୍‌ରେ ରହିଲେ ଯୁବକ
ଆଜିର ଖବର

ଗୋଆରୁ ବାଣପୁରକୁ ମାଲବାହୀ ଗାଡିରେ ଆସି ସରକାରୀ କ୍ବାରେଣ୍ଟାଇନ୍‌ରେ ରହିଲେ ଯୁବକ

April 29, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ରାଜ୍ୟରେ ଏବେ ପ୍ରବାସୀ ଓଡ଼ିଆଙ୍କ ପାଇଁ ଚିନ୍ତା ବଢିଛି। ନିକଟରେ ପଡୋଶୀ ରାଜ୍ୟ କଲିକତାରୁ ଫେରିଥିବା ଓଡ଼ିଆମାନେ କରୋନାରେ ଆକ୍ରାନ୍ତ ହେବା ପରେ ଏନେଇ ଏବେ ରାଜ୍ୟ ସରକାର ବେଶ୍‌ କଡାକଡି ନୀତି ଆପଣାଇଛନ୍ତି। ପ୍ରତ୍ୟେକ ଜିଲ୍ଲାର ରାସ୍ତାକୁ ସିଲ୍‌ କରାଯିବା ସହ ସମସ୍ତ ସରପଞ୍ଚମାନଙ୍କୁ ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କ ପ୍ରତି ଦୃଷ୍ଟି ଦେବା ସହିତ ସେମାନଙ୍କୁ ୧୪ ଦିନପାଇଁ କ୍ବାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି। ତେବେ କେତେକ ସ୍ଥାନରେ ଏହାକୁ ନ ମାନି କିଛି ଲୋକେ ଲୁଚିଛପି ଆସୁଥିବାବେଳେ ବାଣପୁରର ଜଣେ ଯୁବକ ଏନେଇ ଏକ ଉଦାହରଣ ସୃଷ୍ଟିକରିଛନ୍ତି। ସମ୍ପୃକ୍ତ ଯୁବକ ଜଣକ ଗୋଆରୁଏକ ମାଲବାହୀ ଗାଡ଼ି ଯୋଗେ ବାଣପୁରରେ ପହଞ୍ଚି ସରକାରୀଙ୍କ ନିର୍ଦ୍ଦେଶ ମୁତାବକ କ୍ବାରେଣ୍ଟାଇନରେ ରହିଛନ୍ତି।

ମିଳିଥିବା ସୂଚନା ଅନୁସାରେ ବାଣପୁରରେ ପହଞ୍ଚିଥିବା ଏହି ବ୍ୟକ୍ତିଙ୍କ ନାମ ହେଉଛି ବିରଞ୍ଚି ହୋତା। ତାଙ୍କ ଘର ବାଣପୁର ଏନ୍‌ଏସିର ଗୋପାଳପୁର ଶାସନ ଗ୍ରାମରେ। ସେ ଗୋଆରୁ ଏକ ମାଲବାହୀ ଟ୍ରକ୍‌ ଯୋଗେ ବାଣପୁରରେ ପହଞ୍ଚିଛନ୍ତି। ସେ ବାଣପୁରରେ ପହଞ୍ଚିବା ପୂର୍ବରୁ ବିଜୟଓ୍ବାଡା ନିକଟରେ ବିଜ୍ଞାପିତ ଅଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନିହାଲ୍‌ଙ୍କୁ ଗ୍ରାମକୁ ଫେରିବା ନେଇ ସୂଚନା ଦେଇଥିଲେ। ଏହା ପରେ ସରକାରଙ୍କ ନିର୍ଦ୍ଦେଶ ମୁତାବକ ତାଙ୍କୁ ବାଇପାସ୍‌ ରୋଡରୁ ଏନଏସି ଅଧିକାରୀ ତାଙ୍କୁ ସ୍ବତନ୍ତ୍ର ଗାଡିରେ ଆଣି ଗୋଦାବରୀଶ ପୀଠରେ ନିର୍ମାଣ ହୋଇଥିବା କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରଖିଥିଲେ।  ଗତକାଲି ତାଙ୍କର ନମୁନା ପରୀକ୍ଷା ହେବା ପାଇଁ ସ୍ବାବ ନିଆଯାଇଥିଲା।

ରାଜ୍ୟରେ ଅନ୍ୟ ରାଜ୍ୟରୁ ଫେରୁଥିବା ଓଡ଼ିଆଙ୍କୁ ନେଇ ଚିନ୍ତା ବଢୁଥିବାବେଳେ ସରକାର ଏନେଇ ପ୍ରସ୍ତୁତ କରୁଥିବା ନିୟମକୁ ପାଳନ କରିବା ଜରୁରୀ ହୋଇପଡିଛି। ସେହିପରି ପ୍ରବାସୀ ଓଡ଼ିଆଙ୍କ ପାଇଁ ସରକାର ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ କରିଛନ୍ତି। ପଞ୍ଜିକରଣ କରି ସରକାରୀ ସୁବିଧାରେ ମଧ୍ୟ ଓଡ଼ିଶାକୁ ଫେରିପାରିବେ। ସେହିପରି ଯଦି କେହି ନିଜସ୍ବ ଉଦ୍ୟମରେ ଓଡ଼ିଶାକୁ ଫେରୁଛନ୍ତି ତେବେ ଏ ସଂକ୍ରାନ୍ତରେ ପ୍ରଶାସନକୁ ସୂଚନା ଦେଇ ସରକାରଙ୍କ ଦ୍ବାରା କରାଯାଇଥିବା ନିୟମର ପାଳନ କରନ୍ତୁ। ନିଜେ ସୁରକ୍ଷିତ ରହିବା ସହ ନିଜ ରାଜ୍ୟକୁ ସୁରକ୍ଷିତ ରଖିବା ଆଜିର ଦିନରେ ସବୁଠାରୁ ଜରୁରୀ ହୋଇପଡିଛି।

banpur Quarantine Center
Share. Facebook Twitter LinkedIn Email WhatsApp Copy Link

Related Posts

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026

ଚାକିରି ପାଇଁ ଯୋଗ ବାଧ୍ୟତାମୂଳକ!: HSSC ଏବଂ HPSC ପରୀକ୍ଷାରେ ବଡ଼ ହେବ ପରିବର୍ତ୍ତନ

June 22, 2026
Latest News

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.