ମହାରାଷ୍ଟ୍ର-ଉତ୍ତରାଖଣ୍ଡରୁ 12 ଜମାତୀ ଫେରାର୍‌, କାଶୀପୁର କ୍ବାରେଣ୍ଟାଇନ୍‌ ସେଣ୍ଟର ଝରକା ଭାଙ୍ଗି ଦୁଇ ଜମାତ ହେଲେ ଫେରାର୍

Published: Apr 4, 2020, 10:04 am IST

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍‌କୁ ନେଇ ମାମଲା ଲଗାତାର ଭାବରେ ବଢି ଚାଲିଛି । ଏ ପର୍ଯ୍ୟନ୍ତ ଦେଶରେ 2500ରୁ ଅଧିକ ସଂକ୍ରମିତ ହୋଇଥିବାର ଖବର ମିଳିଛି । ଏହା ମଧ୍ୟରେ ମହାରାଷ୍ଟ୍ର ଓ ଉତ୍ତରାଖଣ୍ଡରୁ ତବଲିଗ୍‌ ଜମାତରୁ ଲୋକେ ଫେରାର ହୋଇଥିବା ଖବର ସାମ୍ନାକୁ ଆସିଛି ।

ମହାରାଷ୍ଟ୍ରର ପୁଣେରେ ତବଲିଗି ଜମାତର 10 ଜଣ ଫେରାର୍‌ ହୋଇଯାଇଛନ୍ତି । ସେହିପରି ଉତ୍ତରାଖଣ୍ଡର କାଶୀପୁର କ୍ବାରେଣ୍ଟାଇନ୍‌ ସେଣ୍ଟରୁ ଦୁଇ ଜମାତୀ ଫେରାର୍ ହୋଇଯାଇଛନ୍ତି ।  ଉତ୍ତରାଖଣ୍ଡରେ ଝରକା ଭାଙ୍ଗି ଦୁଇ ଜମାତୀ ପଳାୟନ କରିଛନ୍ତି । ଏହା ପରେ ପୋଲିସ୍ ତାଙ୍କୁ ଖୋଜିବା ସହିତ ସହରରେ ବନ୍ଦ କରିଛି ।

ସେହିପରି ପୁଣେର ଶିରୁର ତହସିଲରୁ ତବଲିଗି ଜମାତର 10 ଜଣ ଫେରାର ହୋଇଯାଇଛନ୍ତି। ଏହି ଦଶଜଣ 23 ଫେବୃଆରୀ ନୂଆଦିଲ୍ଲୀରୁ ମହାରାଷ୍ଟ୍ର ପୁଣେ ଫେରିଥିଲେ। 23 ଫେବୃଆରୀରେ ମାର୍ଚ୍ଚ 6 ପର୍ଯ୍ୟନ୍ତ ସମସ୍ତ 10 ଜଣ ଯାକ ପୁଣରେ ରହିଥିଲେ । ଏହା ପରେ ସେମାନେ ଶିରୁରୁ ଆସିବା ସହିତ ସେଠାରେ ଏକ ମସଜିଦ୍‌ରେ ରହିଥିଲେ ।

ନିଜାମୁଦ୍ଦିନ ମାମଲା ସାମ୍ନାକୁ ଆସିବା ପରେ ପୁଣେ ଜିଲ୍ଲା ପ୍ରଶାସନ ଏହି ସମସ୍ତ 10 ଜଣଙ୍କୁ ହୋମ କ୍ବାରେଣ୍ଟାଇନ୍‌ରେ ରଖିଥିଲେ । ଏହା ସହିତ ଏହି ସମସ୍ତ ଲୋକଙ୍କ ହାତ ଉପରେ ମୋହର ଲଗାଇଥିଲେ । କିନ୍ତୁ ଏହି 10 ଜଣଯାକ ଏବେ ଫେରାର ଅଛନ୍ତି । ତେବେ ଏହି 10 ଜଣଙ୍କ ମୋବାଇଲ୍‌ ନମ୍ବର ଜିଲ୍ଲା ପୋଲିସ୍‌ ପ୍ରଶାସନ ପାଖରେ ରହିଛି । ମୋବାଇଲ୍‌ ନମ୍ବର ଟ୍ରେସ୍‌ କରି ପୋଲିସ୍‌ ଏହି ସମସ୍ତଙ୍କୁ ଖୋଜିବାରେ ଲାଗିଛି ।

Related posts