Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

କ୍ବେଟ୍ଟାରେ ବିସ୍ଫୋରଣ : 7 ମୃତ, 21 ଆହତ

କାବୁଲ : କାବୁଲର କ୍ବେଟ୍ଟା ସହରରେ ସୋମବାର ଏକ ବିସ୍ଫୋରଣ ଘଟି 7 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ 21 ଜଣ ଆହତ ହୋଇଛନ୍ତି । ବିସ୍ଫୋରଣ ଘଟିଥିବା ନେଇ ବେଲୁଚିସ୍ତାନ ସରକାରଙ୍କ ମୁଖପାତ୍ର ଲିଆକତ୍‌ ଶାହଓ୍ବାନି ପ୍ରକାଶ କରିଛନ୍ତି । ନିହତ 7 ଜଣଙ୍କ ମଧ୍ୟରେ ଦୁଇ ଜଣ ପୋଲିସ୍‌ କର୍ମୀ ରହିଛନ୍ତି । କ୍ବେଟ୍ଟା ପ୍ରେସ୍ କ୍ଲବ୍‌ ନିକଟରେ ରହିଥିବା ଶାରାହ ଇ ଅଦାଲତରେ ଏହି ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣରେ ସମସ୍ତ ଆହତ ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ ପରେ ପୋଲିସ୍‌ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ମଜାରି ରହିଛି । (ଏଜେନ୍ସି)