Categories
ଆଜିର ଖବର ଜାତୀୟ ଖବର

କ୍ବାରେଣ୍ଟିନ୍‌ କେନ୍ଦ୍ରରେ ଜଣକର ମୃତ୍ୟୁ

ଭଦ୍ରକ : ରାନ୍ଧିଆ କ୍ବାରେଣ୍ଟିନ୍‌ କେନ୍ଦ୍ରରେ ଜଣକର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ମୃତ ବ୍ୟକ୍ତି ଜଣକ ଝାରଖଣ୍ଡ ଷଢେଇକଳା ଅଞ୍ଚଳର ବୋଲି ସୂଚନା ରହିଛି । ଏପ୍ରିଲ୍‌ 25 ତାରିଖରେ କ୍ବାରେଣ୍ଟିନ୍‌ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ମୃତ୍ୟର କାରଣ ଅସ୍ପଷ୍ଟ ରହିଥିବାବେଳେ ଗ୍ରାମାଞ୍ଚଳ ଥାନା ପୋଲିସ୍‌ ମୃତଦେହକୁ ଜବତ କରିଛି ।

ସମ୍ପ୍ରତି ରାଜ୍ୟର ଭଦ୍ରକ, ଯାଜପୁର, ବାଲେଶ୍ବରର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ତିନୋଟି ଅଞ୍ଚଳରେ କୋଲକତା ଲିଙ୍କ୍‌ ଯୋଗୁଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହୋଇଛି । ଭଦ୍ରକରେ ଏପର୍ଯ୍ୟନ୍ତ  କରୋନା ଆକ୍ରାନ୍ତଙ୍କ ସଂଖ୍ୟା 19ରେ ପହଞ୍ଚିଛି । ସେହିପରି କେନ୍ଦ୍ର ଦ୍ବାରା ପ୍ରସ୍ତୁତ ଜୋନ୍‌ ତାଲିକାରେ ଓଡ଼ିଶାର ତିନୋଟି ଜିଲ୍ଲାକୁ ରେଡ୍‌ ଜୋନରେ ରଖାଯାଇଛି । ଭଦ୍ରକ ଜିଲ୍ଲା ଏହି ରେଡ୍‌ ଜୋନ୍‌ରେ ରହିଛି ।