Categories
ଆଜିର ଖବର ଜାତୀୟ ଖବର

ରାହୁଲ୍‌ ଓ ପ୍ରିୟଙ୍କାଙ୍କ ସମେତ 5 ଜଣଙ୍କୁ ହାଥରସ୍‌ ଯିବାକୁ ମିଳିଲା ଅନୁମତି

ଉତ୍ତରପ୍ରଦେଶ : ଶେଷରେ ହାଥରସ୍‌ର ପୀଡ଼ିତା ପରିବାରଙ୍କୁ ଭେଟିବା ପାଇଁ ରାହୁଲ୍‌ ଗାନ୍ଧି ଓ ପ୍ରିୟଙ୍କାଗାନ୍ଧିଙ୍କସମେତ 5ଜଣଙ୍କୁ ଅନୁମତି ମିଳିଛି।  ପୂର୍ବରୁ ସେଠାରେ 144 ଧାରା ଜାରି କରାଯାଇଥିବା ବେଳେ ସେମାନଙ୍କୁ ହାଥରସ ଯିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଅନୁମାନ କରାଯାଉଥିଲା । ପ୍ରଶାସନ ପକ୍ଷରୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାସ୍କ ପିନ୍ଧିବା ଓ କରୋନାର ସମସ୍ତ ଗାଇଡ୍‌ଲାଇନକୁ ପାଳନ କରିବା ସର୍ତ୍ତରେ ଏମାନଙ୍କୁ ପୀଡ଼ିତାଙ୍କ ପରିବାର ସହ ଭେଟିବାକୁ ପ୍ରଶାସନ ଅନୁମତି ପ୍ରଦାନ କରିଥିବା ସୂଚନା ରହିଛି ।

ଦଳ ବଳ ସହ ରାହୁଲ୍‌ -ପ୍ରିୟଙ୍କା ହାଥରସ୍‌ ପୀଡ଼ିତାଙ୍କୁ ଭେଟିବାକୁ ଯାଇଥିବାେବଳେ ଅଧାବାଟରେ ପୋଲିସ୍‌ ଅଟକାଇଥିଲା । ଡିଏନ୍‌ଡି ଫ୍ଲାଏ ଓଭରରେ  କିଛି କଂଗ୍ରେସ କର୍ମୀଙ୍କୁ ମାଡ ମଧ୍ୟ ମରାଯାଇଥିଲା ।

ଉତ୍ତରପ୍ରଦେଶ ହାଥରସରେ ଦଳିତ ଯୁବତୀଙ୍କ ସହ ହୋଇଥିବା ଗଣଦୁଷ୍କର୍ମ ମାମଲାକୁ ନେଇ ଦେଶରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି । ଏହି ମାମଲାକୁ ନେଇ ବିରୋଧି ଉତ୍ତର ପ୍ରଦେଶ ସରକାରଙ୍କୁ ଘେରିଛନ୍ତି ।