Categories
ଆଜିର ଖବର ରାଜ୍ୟ ଖବର

ରେଳ ମନ୍ତ୍ରୀଙ୍କ ଦ୍ଵାରା ମଧ୍ୟରାତ୍ରିରେ ଜନସାଧାରଣଙ୍କ ସମସ୍ୟାର ସମାଧାନ

ଭୁବନେଶ୍ବର: ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କର ତିନି ଦିନିଆ ଓଡିଶା ଗସ୍ତ ସମୟରେ, 6 ଜାନୁୟାରୀ ମଧ୍ୟରାତ୍ରିରେ, କଟକ ଜିଲ୍ଲା ଅନ୍ତର୍ଗତ ଆଠଗଡ ବ୍ଲକର, ଗୋବ୍ରା ଗ୍ରାମ ପଞ୍ଚାୟତ ବାସିନ୍ଦାଙ୍କ ଠାରୁ, ଗୁରୁଡିଝାଟିଆ ରେଳ ଷ୍ଟେସନ ନିକଟରେ ଲେଭଲ୍ କ୍ରସିଂ ଗେଟ୍ ନମ୍ବର CT-19 ରେ ଉପତଳ ମାର୍ଗ ନିକଟରେ ଜଳ ନିଷ୍କାସନ ସମ୍ପର୍କରେ ସମସ୍ୟା ଅଭିଯୋଗ ଗ୍ରହଣ କରିଥିଲେ।

ଶ୍ରୀ ବୈଷ୍ଣବ ସ୍ଥାନୀୟ ଲୋକଙ୍କ ସହ ହୋଇଥିବା ଅଭିଯୋଗ ବିଷୟରେ ଆଲୋଚନା କରିବାବେଳେ ସେମାନଙ୍କ ଅସୁବିଧା ଦୂର କରିବାକୁ ଆଶ୍ୱାସନା ଦେଇଥିଲେ ଏବଂ ରେଳ ଅଧିକାରୀଙ୍କୁ ଏହା ଉପରେ ତୁରନ୍ତ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ରେଳମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଖୋର୍ଦ୍ଧା ରୋଡ଼ର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକଙ୍କ ନେତୃତ୍ୱରେ ଖୋର୍ଦ୍ଧା ରୋଡ଼ ମଣ୍ଡଳର ଏକ ମଣ୍ଡଳ ସ୍ତରୀୟ ଟିମ୍ ଆଜି ପୂର୍ବାହ୍ନରେ ଉକ୍ତ ସ୍ଥାନ ପରିଦର୍ଶନ କରିଥିଲେ ଏବଂ ଗୋବ୍ରା ଗ୍ରାମ ପଞ୍ଚାୟତର ବାସିନ୍ଦାଙ୍କ ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କ ଦ୍ଵାରା ତୁରନ୍ତ ପଦକ୍ଷେପ ନେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରେଳମନ୍ତ୍ରୀଙ୍କ ମନ୍ତବ୍ୟକୁ ବାଏଁ ବାଏଁ ଉଡାଇ ଦେଲେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ବର: ପ୍ରଥମ ଥର ପାଇଁ ଓଡିଶା ଉପନିର୍ବାଚନ ପ୍ରଚାରରେ ଆସିଥିଲେ ଦୁଇ ଜଣ କେନ୍ଦ୍ରମନ୍ତ୍ରୀ। ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ ଏବଂ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପଦ୍ମପୁରରେ ଏକ ବିଶାଳ ଜନସାମାଗମକୁ ଉଦବୋଧନ ଦେଇଛନ୍ତି। ତେବେ ଉଭୟ ଭୋଟ ଭିକ୍ଷା ଅପେକ୍ଷା ବିଜେଡି ସରକାର କିପରି ଭୁଲ କରିଛି ତାହା ବଖାଣି ଥିଲେ।

ପୂର୍ବରୁ ପଦ୍ମପୁରକୁ ରେଳ ଲାଇନ ଏବଂ ସେମାନଙ୍କୁ ଫସଲ ବୀମା ଦେବା ନେଇ ଉଭୟ ବିଜେଡି ଓ ବିଜେପି ମଧ୍ୟରେ ଚାଲିଛି ଛକାପଞ୍ଚା। ତାହାର ଏକ ବିସ୍ତୁତ ତଥ୍ୟ ଦେବା ପାଇଁ ଉଭୟ ମନ୍ତ୍ରୀଙ୍କୁ ପଦ୍ମପୁର ଉପନିର୍ବାଚନରେ ଛିଡା କରାଯାଇଥିଲା। ହେଲେ ଉଭୟ ମନ୍ତ୍ରୀ ବିଜେଡି ସରକାରଙ୍କୁ ଯେଉଁ ସବୁ ପ୍ରଶ୍ନ ପଚାରିଥିଲେ ତାହାକୁ ବାଏଁ ବାଏଁ ଉଡାଇ ଦେଲେ ବିଜେଡି ନେତା ତଥା ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ।

ଅଶ୍ବନୀ ବୈଷ୍ଣବ- କେନ୍ଦ୍ର ସରକାର ବରଗଡ ପଦ୍ମପୁର ରେଳ ଲାଇନ କରିବା ପାଇଁ କେବେଠାରୁ ଅନୁମତି ପ୍ରଦାନ କରିଛନ୍ତି। ହେଲେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଟୁକୁନି ସାହୁ ଏବଂ ନେତା ପ୍ରସନ୍ନ ଆଚାର୍ଯ୍ୟ ଏ କଥା ଜାଣନ୍ତି ନାହିଁ। ମନ୍ତ୍ରୀ ଟୁକୁନୀ ସାହୁ ମୋତେ ଚିଠି ଲେଖିଛନ୍ତି। ତାହାର ଉତ୍ତର ପାଇଲ କି ନାହିଁ ?

ପ୍ରସନ୍ନ ଆଚାର୍ଯ୍ୟ– ବରଗଡ ପଦ୍ମପୁର ରେଳ ଲାଇନ ସଂପର୍କରେ ଖୋଦ ରେଳ ମନ୍ତ୍ରୀ ମିଛ କହୁଛନ୍ତି। ରେଳମନ୍ତ୍ରୀ ଜାଣନ୍ତି ନାହିଁ ଯେ, ଯେଉଁ ରେଳ ଲାଇନ ପାଇଁ ଅନୁମତି ଆସିଥିଲା ତାହା ପରବର୍ତ୍ତି ସମୟରେ ବାତିଲ କରାଯାଇଥିଲା। ସେଠାରେ ରେଳ ଲାଇନ କଲେ ତାହା ଫିଜିବୁଲ ହେବ ନାହିଁ ବୋଲି ରେଳ ବିଭାଗ ଜଣାଇ ଦେଇଥିଲା।

ଅଶ୍ବନୀ ବୈଷ୍ଣବ– ରେଳ ଲାଇନ ପାଇଁ ସର୍ଭେ କାର୍ଯ୍ୟ ସରିଥିଲା। ହେଲେ ରାଜ୍ୟ ସରକାର ଜମି ଯୋଗାଇ ଦେଲେ ନାହିଁ। ଯଦି ସରକାର ଜମି ନ ଦେବେ ତେବେ ସେ ରେଳ ଲାଇନ କିପରି ହେବ ? ଆପଣମାନଙ୍କୁ କହି ଦେଉଛି ଯଦି ରାଜ୍ୟ ସରକାର ଆଜି ଜମି ଯୋଗାଇ ଦେବେ, ତେବେ ଆସନ୍ତାକାଲି କାମ ଆରମ୍ଭ ହେବ।

ପ୍ରସନ୍ନ ଆଚାର୍ଯ୍ୟ– ରେଳମନ୍ତ୍ରୀ ନିର୍ବାଚନ ପ୍ରଚାରରେ ଆସି ଏପରି ମିଛ କଥା କହିବା ଅନୁଚିତ। ମୁଁ ରେଳମନ୍ତ୍ରୀଙ୍କୁ ପଚାରୁଛି ରାଜ୍ୟ ସରକାରଙ୍କୁ ଆପଣ କେବେ ଜମି ମାଗିଛନ୍ତି କି ? ରାଜ୍ୟ ସରକାର କେଉଁ ଜମି ଦେବେ ତାହାର ତାଲିକା କରିଛନ୍ତି କି ? ଆପଣ ରେଳ ଲାଇନ କେଉଁ ଜମିରେ ନେବେ ତାହାର ତଥ୍ୟ ଦେଇଛନ୍ତି କି? ଏସବୁ ତଥ୍ୟ ନ ଦେଇ କେବଳ ଭୋଟ ପାଇଁ ରାଜ୍ୟ ସରକାର ଜମି ଦେଲେ ନାହିଁ ବୋଲି କହିବା ଅନୁଚିତ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଟ୍ରେନ ଦୁର୍ଘଟଣାରେ ମୃତବରଣ କରିଥିବା ପରିବାରଙ୍କୁ ଅନୁକମ୍ପା ରାଶି ଘୋଷଣା କଲେ ରେଳମନ୍ତ୍ରୀ

Train Accident: କୋରେଇ ରେଳ ଷ୍ଟେସନରେ ଏକ ବଡ ଟ୍ରେନ ଦୁର୍ଘଟଣା ଘଟିଯାଇଛି। ଏଥିରେ ତିନିଜଣ ଯାତ୍ରା ପ୍ରାଣ ହରାଇଛନ୍ତି। ଏହି ମୃତକଙ୍କ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ସେହିପରି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଧ୍ୟ ଅନୁକମ୍ପା ରାଶି ଘୋଷଣା କରିଛନ୍ତି।

ଏକ ଟୁଇଟ କରି ରେଳମନ୍ତ୍ରୀ କହିଛନ୍ତି ଯେ, କୋରେଇ ଠାରେ ପଣ୍ୟବାହୀ ଟ୍ରେନ ଦୁର୍ଘଟଣା ଯୋଗୁଁ ମୃତାହତ ହୋଇଥିବା ବ୍ୟକ୍ତିମାନଙ୍କ ପ୍ରତି ଗଭୀର ଦୁଃଖ ପ୍ରକାଶ କରୁଛି। ମୃତ ବ୍ୟକ୍ତି ମାନଙ୍କ ପରିବାର ସଦସ୍ୟ ମାନଙ୍କୁ ପାଞ୍ଚ ଲକ୍ଷ, ଗୁରୁତର ଆହତ ମାନଙ୍କୁ ଏକ ଲକ୍ଷ ଏବଂ ସାମାନ୍ୟ ଆହତ ବ୍ୟକ୍ତି ମାନଙ୍କୁ 25 ହଜାର ଟଙ୍କା ଆର୍ଥିକ ସହାୟତା ଘୋଷଣା କରୁଛି।

Categories
ବିଶେଷ ଖବର ରାଜ୍ୟ ଖବର

ପ୍ରସ୍ତାବିତ ମାଲକାନଗିରି – ଭଦ୍ରାଚଲମ୍ ରେଳ ଲାଇନ୍ ପ୍ରକଳ୍ପର ସମୀକ୍ଷା କଲେ ରେଳ ମନ୍ତ୍ରୀ

ଭୁବନେଶ୍ବର: କେନ୍ଦ୍ର ରେଳବାଇ ଏବଂ ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ମାଲକାନଗିରି ଗସ୍ତ ସମୟରେ ରେଳବାଇ ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧି ମାନଙ୍କ ସହିତ ପ୍ରସ୍ତାବିତ ମାଲକାନଗିରି – ଭଦ୍ରାଚଲମ୍ ରେଳ ଲାଇନ୍ ପ୍ରକଳ୍ପ ଅଗ୍ରଗତି ସମ୍ବନ୍ଧରେ ସମୀକ୍ଷା କରିଛନ୍ତି।

173.416 KM ଲମ୍ବା ମାଲକାନଗିରି – ଭଦ୍ରାଚଲାମ ପ୍ରସ୍ତାବିତ ରେଳ ଲାଇନ ପ୍ରକଳ୍ପକୁ 9 ସେପ୍ଟେମ୍ବର, 2021 ରେ ରେଳବାଇ ବୋର୍ଡ ଦ୍ୱାରା ସ୍ୱୀକୃତି ଦିଆଯାଇଅଛି ଯାହାର ଆନୁମାନିକ ମୂଲ୍ୟ 2800 କୋଟି ଟଙ୍କା। ଏହି ପ୍ରକଳ୍ପରେ 48 ଟି ଗୁରୁତ୍ୱପୂର୍ଣ୍ଣ ଏବଂ 165 ଟି ଛୋଟ ବ୍ରିଜ୍ ସହିତ 213 ଟି ସେତୁ ରହିବ।

ଏହି ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକରେ ଓଡ଼ିଶାର ୬ଟି ଷ୍ଟେସନ୍ ମାଲକାନଗିରି, ବାଦଲି, କୋୱାସିଗୁଡା, ରାଜଙ୍ଗୁଡା, ମହାରାଜାପଲ୍ଲୀ ଓ ଲୁଣୀମାନଗୁଡା ଥିବାବେଳେ ତେଲେଙ୍ଗାନାର କନ୍ନପୁରମ୍, କୁଟୁଗୁଟା, ପାଲୁ, ନନ୍ଦିଗାମ, ଭଦ୍ରାଚଲମ୍ ଏବଂ ପାଣ୍ଡୁରଙ୍ଗାପୁରମ୍ ଠାରେ ଷ୍ଟେସନ୍ ନିର୍ମାଣ କରାଯିବ।

ସର୍ଭେ (FLS) ପାଇଁ ଆନୁମାନିକ ମୂଲ୍ୟ 307.64 ଲକ୍ଷ ଟଙ୍କା ଜାନୁୟାରୀ 2022 ରେ ମଞ୍ଜୁର ହୋଇଛି। 231 ଲକ୍ଷ ଟଙ୍କା ସର୍ଭେ ପାଇଁ ୨୭ ଫେବୃୟାରୀ ରେ ଟେଣ୍ଡର ଆୱାର୍ଡ କରାଯାଇଅଛି। ଏହି ପ୍ରକଳ୍ପର ବିଭିନ୍ନ ଦିଗକୁ ଅଧ୍ୟୟନ ପରେ ଆଲାଇନମେଣ୍ଟ ଚୂଡାନ୍ତ କରାଯାଇଅଛି। ଜୁନ୍ 2022 ସୁଦ୍ଧା ସର୍ଭେ କାର୍ଯ୍ୟ ସମାପ୍ତ ହେବ।