Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ନିବେଶକଗଣ ଧ୍ୟାନ ଦିଅନ୍ତୁ, ଫେବୃୟାରୀ 15 ତାରିଖରୁ ମିନିରତ୍ନ କଂପାନୀ ରେଳଟେଲର ଖୋଲିବ ଆଇପିଓ

ମୁମ୍ବାଇ, ରାଷ୍ଟ୍ରାୟତ୍ତ କଂପାନୀ ରେଳ ଟେଲ କର୍ପୋରେସନ୍ ଅଫ୍ ଇଣ୍ଡିଆ ଏହାର ଆଇପିଓ ଜାରୀ କରିବ ବୋଲି ଘୋଷଣା କରିଛି। ଏହି ଆଇପିଓ ଫେବୃଆରୀ 16 ରେ ସାଧାରଣ ବିଡିଂ ପାଇଁ ଖୋଲିବ। ଏଥିପାଇଁ 93-94 ଟଙ୍କା ସ୍ଥିର କରାଯାଇଛି। କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ ପ୍ରାରମ୍ଭିକ ସାର୍ବଜନୀନ ଅଫର୍ ବା ଆଇପିଓ ମାଧ୍ୟମରେ ସରକାର 87,153,369 ଇକ୍ୱିଟି ସେୟାର ପ୍ରଦାନ କରୁଛନ୍ତି, ଯେଉଁଥିରେ 27.16 ପ୍ରତିଶତ ଅଂଶଧନ ଅଛି।

ଆଇପିଓରୁ ସରକାର ପ୍ରାୟ 819 କୋଟି ଟଙ୍କା ସଂଗ୍ରହ କରିବେ। ଫେବୃଆରୀ 15 ରେ ନିବେଶକମାନଙ୍କ ପାଇଁ IPO ଖୋଲିବ। କମ୍ପାନୀ ସାରା ଦେଶରେ ବ୍ରଡବ୍ୟାଣ୍ଡ ଟେଲିକମ୍ ଏବଂ ମଲ୍ଟିମିଡ଼ିଆ ନେଟୱାର୍କ ଯୋଗାଏ। ଫେବୃଆରୀ 15 ରେ ନିବେଶକମାନଙ୍କ ପାଇଁ ଆଇପିଓ ଖୋଲିବ। ଏହା ଏକ ମିନିରତ୍ନ କଂପାନୀ ହୋଇଥିବାରୁ ନିବେଶକଙ୍କ ମଧ୍ୟରେ ବେଶ୍ ଆଗ୍ରହ ସୃଷ୍ଟି ହୋଇଛି।