Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରେଳଷ୍ଟେସନ୍‌ରେ ଜାରି ରହିବ ମାଗଣା ଓ୍ବାଇଫାଇ ସେବା

ନୂଆଦିଲ୍ଲୀ : ରେଳଷ୍ଟେସନରେ ଜାରି ରହିବ ମାଗଣା ଓ୍ବାଇଫାଇ ସେବା । ମଙ୍ଗଳବାର ଭାରତୀୟ ରେଳବାଇ ପକ୍ଷରୁ ଏହି ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି । ପୂର୍ବରୁ ଗୁଗୁଲ୍‌ ସହାୟତାରେ ବିଭିନ୍ନ ରେଳ ଷ୍ଟେସନ୍‌ରେ ମାଗଣା ଇଣ୍ଟରନେଟ୍‌ ସେବା ପ୍ରଦାନ କରାଯାଉଥିଲା । ଆସନ୍ତା ମେ 2020ରେ ଗୁଗୁଲ ସହିତ ଭାରତ ସରକାରଙ୍କ ଚୁକ୍ତି ଶେଷ ହେବାକୁ ଯାଉଛି । ଏହି ଚୁକ୍ତି ଶେଷ ହେବା ପରେ ରେଳବାଇ ପକ୍ଷରୁ ଇଣ୍ଟରନେଟ୍‌ ସେବା ପ୍ରଦାନ ନେଇ ସଂଶୟ ଦେଖାଦେଇଥିଲା । ଗୁଗୁଲ୍‌ ସହିତ ଚୁକ୍ତି ଶେଷ ହେବା ପରେ ନୂତନ କମ୍ପାନୀ ସହିତ ଚୁକ୍ତି କରାଯାଇ ସେବା ପ୍ରଦାନ କରାଯିବ । (ଏଜେନ୍ସି)