Categories
ଅପରାଧ ଆଜିର ଖବର ଜାତୀୟ ଖବର

ଅପରାଧର 35 ବର୍ଷ ପରେ 11 ପୋଲିସଙ୍କୁ ଆଜୀବନ ଜେଲ୍, ପଢନ୍ତୁ କାହିଁକି

ନୂଆଦିଲ୍ଲୀ, 1985ରେ ରାଜା ମାନସିଂହଙ୍କୁ ହତ୍ୟା ସମ୍ପର୍କିତ ଏକ ମାମଲାରେ ଉତ୍ତର ପ୍ରଦେଶ ମଥୁରାରେ ଥିବା ଏକ ସ୍ଥାନୀୟ ଅଦାଲତ 11 ଜଣ ପୋଲିସ କର୍ମଚାରୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଚିତ କରିଛନ୍ତି। ଏମାନଙ୍କ ମଧ୍ୟରେ ତତ୍କାଳୀନ ଜଣେ ଡିଏସପି ରହିଛନ୍ତି।

35 ବର୍ଷ ତଳର ଏହି ପୁରୁଣା ମାମଲରେ ଦଣ୍ଡବିଧାନ କରିବା ଦିନକ ପୂର୍ବରୁ ଜିଲ୍ଲା ଜଜ୍ ସାଧାନ ରାଣୀ ଠାକୁର ସମସ୍ତ ଅଭିଯୁକ୍ତଙ୍କୁ ହତ୍ୟା ଘଟଣା ପାଇଁ ଦୋଷୀ ସାବ୍ୟସ୍ତ କରିଥିଲେ। ଅବଶ୍ୟ ସେ ତିନି ଜଣ ପୋଲିସ କର୍ମଚାରୀଙ୍କୁ ନିର୍ଦ୍ଦୋଷରେ ଛାଡ କରି ଦେଇଛନ୍ତି। ମାମଲାର ବିଚାର ସମୟରେ ଚାରିଜଣଙ୍କର ମୃତ୍ୟୁ ଘଟିଛି। ସମସ୍ତ ପୋଲିସ କର୍ମଚାରୀଙ୍କୁ ଆଇପିସିର 302, 148 ଏବଂ 149 ଧାରା ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଛି।

ରାଜା ମାନସିଂହଙ୍କୁ ହତ୍ୟା କରାଯିବାର 35 ବର୍ଷ ପରେ ଏହି ରାୟ ପ୍ରକାଶ ପାଇଛି। ରାଜା ମାନସିଂହ ରାଗରେ ତତ୍କାଳୀନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଶିବଚରଣ ମାଥୁରଙ୍କ ହେଲିକପଟର ସହ ତାଙ୍କ ଜିପକୁ ଧକ୍କା ଲଗାଇଥିଲେ। ଏହି ଘଟଣାର ଦିନକ ପରେ ପୋଲିସ ଗୁଳିମାଡ଼ରେ ରାଜା ମାନସିଂ ଏବଂ ତାଙ୍କର ଦୁଇ ସହଯୋଗୀଙ୍କ ମୃତ୍ୟୁ ଘଟିଥିଲା। (ଏଜେନସି)