Categories
ଆଜିର ଖବର

ରଣଦୀପ ଜଣେ ବିଫଳ ଅଭିନେତା : ରଙ୍ଗୋଲୀ

ବଲିଉଡ୍ ଅଭିନେତା ରଣଦୀପ ହୁଡାଙ୍କୁ ଆକ୍ରମଣ କରିଛନ୍ତି କଙ୍ଗନା ରଣାଓ୍ବତଙ୍କ ଭଉଣୀ ରଙ୍ଗୋଲୀ ଚାନ୍ଦେଲ। ଗଲିବୟ ଚଳଚିତ୍ରରେ ଆଲିଆଙ୍କ ଅଭିନୟକୁ ସମାଲୋଚନା କରିଥିଲେ କଙ୍ଗନା। କଙ୍ଗନା କହିଥିଲେ କି, ଗଲି ବୟରେ ଆଲିଆଙ୍କ ଅଭିନୟ ଅତ୍ୟନ୍ତ ସାଧାରଣ ସ୍ତରର ଥିଲା। ଆଲିଆ ଏହା ଉପରେ କୌଣସି ନକରାତ୍ମକ ମନ୍ତବ୍ୟ ଦେଇନଥିବା ବେଳେ ଆଲିଆଙ୍କ ସପକ୍ଷରେ ମତ ରଖିଥିଲେ ଭର୍ସାଟାଇଲ ଆକ୍ଟର ରଣଦୀପ ହୁଡା। ହୁଡା ସୋସିଆଲ ମିଡିଆ ଟ୍ବିଟ୍ଟର ଜରିଆରେ ଲେଖିଥିଲେ, ‘ସମସ୍ତ ନକରାତ୍ମକ ମନ୍ତବ୍ୟକୁ ପ୍ରତିହତ କରି ନିଜର ଉତ୍ତମ କଳା ପ୍ରଦର୍ଶନ କରୁଥିବାରୁ ତୁମକୁ ନେଇ ମୁଁ  ଗର୍ବିତ’। ଏହି ମନ୍ତବ୍ୟ ପରେ କଙ୍ଗନାଙ୍କ ଭଉଣୀ ରଙ୍ଗୋଲୀ ତୁରନ୍ତ ରଣଦୀପଙ୍କୁ ଆକ୍ରମଣ କରିଥିଲେ। ରଣଦୀପଙ୍କୁ ଜଣେ ବିଫଳ ଅଭିନେତା ବୋଲି କହିବା ସହିତ କରଣ ଜୋହରଙ୍କ ଚାମଚା ବୋଲି ମଧ୍ୟ କହିଥିଲେ। ସେହିପରି ଉଙ୍ଗଲି ଫିଲ୍ମର ସୁଟିଂ ସମୟରେ ରଣଦୀପ କଙ୍ଗନାଙ୍କୁ ନିର୍ଯାତନା ଦେଇଥିବା କଥା ଉଠାଇଥିଲେ ରଙ୍ଗୋଲୀ।