Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାରୁ ବିରଳ ପ୍ରଜାତିର ମାଛ ଉଦ୍ଧାର

ସଞ୍ଜୟ କୁମାର କର
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକରୁ ଏକ ବିରଳ ପ୍ରଜାତିର ମାଛ ଉଦ୍ଧାର କରାଯାଇଛି । ବେଗୁନିଆ ବ୍ଲକ ଅଧିନସ୍ଥ ପରିଛଳ ଗ୍ରାମରେ ଧରାପଡିଛି ଏହି ବିରଳ ପ୍ରଜାତିର ମାଛ l ସ୍ଥାନୀୟ କଣ୍ଟିକୁଳ ପୋଖରୀକୁ ମାଛ ମାରି ଯାଇଥିବା କିଛି ଗ୍ରାମବାସୀଙ୍କ ଜାଲରେ ପଡିଥିବା ଏହି ମାଛକୁ ମୟୂର ମାଛ ବୋଲି କୁହାଯାଉଛି । ଧରାପଡିଥିବା ମାଛଟିର  ଓଜନ ପ୍ରାୟ ୧ କେଜି ରହିଛି । ଏହି ବିରଳ ପ୍ରଜାତିର ମାଛଟି କେତେକ ଦୂରାରୋଗ୍ୟ ଔଷଧ ପାଇଁ ବ୍ୟବହାର କରାଯାଇପାରିବ ବୋଲି ସ୍ଥାନୀୟ ଗ୍ରାମବାସୀ ମାନେ ମତ ରଖିଛନ୍ତି ।