Categories
ଆଜିର ଖବର ରାଜ୍ୟ ଖବର

ରଥଖଳା ମହାରଣାଙ୍କ କୋଭିଡ୍‌ ରିପୋର୍ଟ ନେଗେଟିଭ୍‌

ଭୁବନେଶ୍ବର : ରଥଖଳାରେ କାର୍ଯ୍ୟରତ ମହାରଣାଙ୍କ ପ୍ରଥମ ପର୍ଯ୍ୟାୟ କୋଭିଡ୍‌ ରିପୋର୍ଟ ଆସିଛି । ଏହି ରିପୋର୍ଟ ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ପରୀକ୍ଷଣ କରାଯାଇଥିବା ସମସ୍ତ ସ୍ବାବ ରିପୋର୍ଟ ନେଗେଟିଭ୍‌ ଆସିଛି । ସ୍ନାନ ପୂର୍ଣ୍ଣିମା ପାଇଁ ଅନୁଷ୍ଠିତ ବୈଠକ ପରେ ଜିଲ୍ଲାପାଳ ବଲଓ୍ବନ୍ତ ସିଂ ଏହି ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟର ସମସ୍ତ ସ୍ବାବ ନମୂନା ନେଗେଟିଭ୍‌ ଆସିଥିବା ବେଳେ ଆସନ୍ତା ପର୍ଯ୍ୟାୟରେ କରାଯାଇଥିବା ସମସ୍ତ ରିପୋର୍ଟ ନେଗେଟିଭ୍‌ ଆସିବ ବୋଲି ଆଶା କରାଯାଉଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ରଥଖଳାରେ ସାମାଜିକ ଦୂରତ୍ବ ପାଳନ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି ବୋଲି ଜିଲ୍ଲାପାଳ ମତ ଦେଇଛନ୍ତି ।