Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଜିଓର ନୂଆ ବର୍ଷ ୱେଲକମ ପ୍ଲାନ, ୨୦୨୫ ଟଙ୍କାରେ ମିଳିବ ଏହି ଝକାସ୍ ସୁବିଧା

ମୁମ୍ବାଇ / ଭୁବନେଶ୍ୱର: ରିଲାଏନ୍ସ ଜିଓ ଗ୍ରାହକମାନଙ୍କ ପାଇଁ ୨୦୨୫ ଟଙ୍କା ମୂଲ୍ୟର ଏକ ନୂଆ ବର୍ଷ ୱେଲକମ ପ୍ଲାନ ଆରମ୍ଭ କରିଛି। ୨୦୦ ଦିନର ଭାଲିଡିଟି ରହିଥିବା ଏହି ସ୍ୱତନ୍ତ୍ର ପ୍ଲାନରେ ଅସୀମିତ ୫ଜି ସେବା, ୫୦୦ ଜିବି ୪ଜି ହାଇ-ସ୍ପିଡ଼ ଡାଟା (ଦୈନିକ ୨.୫ ଜିବି), ଅସୀମିତ କଲ୍ ଏବଂ ଏସଏମଏସ ଉପଲବ୍ଧ। ଏହି ପ୍ଲାନ ସହିତ ଗ୍ରାହକମାନେ ସମାନ ସୁବିଧା ମିଳୁଥିବା ମାସିକ ୩୪୯ ଟଙ୍କା ମୂଲ୍ୟର ରିଚାର୍ଜ ତୁଳନାରେ ୪୬୮ ଟଙ୍କା ସଞ୍ଚୟ କରିପାରିବେ।

ଏହି ପ୍ଲାନ ସହିତ ୨୧୫୦ ଟଙ୍କା ମୂଲ୍ୟର ପାର୍ଟନର କୁପନ ମଧ୍ୟ ଗ୍ରାହକଙ୍କୁ ଦିଆଯାଉଛି । ଏଥିରେ ୫୦୦ ଟଙ୍କା ମୂଲ୍ୟର ଆଜିଓ ରିହାତି କୁପନ୍ (ସର୍ବନିମ୍ନ ୨୫୦୦ ଟଙ୍କା କ୍ରୟ ଉପରେ), ସ୍ୱିଗି ରେ ୧୫୦ ଟଙ୍କା (୪୯୯ ଟଙ୍କାରୁ ଅଧିକ ଅର୍ଡର ଉପରେ) ଏବଂ ଇଜ଼ ମାଇଁ ଟ୍ରିପ୍ ମାଧ୍ୟମରେ ଫ୍ଲାଇଟ୍ ବୁକିଂରେ ୧୫୦୦ ଟଙ୍କା ରିହାତି ଅନ୍ତର୍ଭୁକ୍ତ।

ଏହି ଅଫର ୧୧ ଡିସେମ୍ବର ୨୦୨୪ ରୁ ଜାନୁୟାରୀ ୧୧, ୨୦୨୫ ପର୍ଯ୍ୟନ୍ତ ଉପଲବ୍ଧ । ଜିଓର ଏହି ପ୍ଲାନ ନୂଆ ବର୍ଷ ଉତ୍ସବକୁ ଅଧିକ ସ୍ୱତନ୍ତ୍ର କରିବା ପାଇଁ ଏକ ଉତ୍ତମ ସୁଯୋଗ ନେଇଆସିଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଜିଓ, ​​ଏୟାରଟେଲ ଏବଂ ଭିଆଇ କୁ ଝଟକା: ଦାମୀ ଶୁଳ୍କ ଯୋଗୁଁ ହରାଇଲେ ୧ କୋଟିରୁ ଅଧିକ ଗ୍ରାହକ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପରେ ଦେଶର ୨୦ ଟି ଟେଲିକମ୍ କମ୍ପାନୀ ଜୁନ୍-୨୦୨୪ ର ଶେଷ ସପ୍ତାହରେ ମୋବାଇଲ୍ ଶୁଳ୍କ (ମୋବାଇଲ୍ ଶୁଳ୍କ ବୃଦ୍ଧି) ବୃଦ୍ଧି କରିବାର ନିଷ୍ପତ୍ତି ବର୍ତ୍ତମାନ ମହଙ୍ଗା ପଡିଛି। ମହଙ୍ଗା ଶୁଳ୍କ ହେତୁ କ୍ରମାଗତ ତୃତୀୟ ମାସ ପାଇଁ ଏହି କମ୍ପାନୀଗୁଡିକର ଗ୍ରାହକଙ୍କ ସଂଖ୍ୟାରେ ବହୁତ ହ୍ରାସ ଘଟିଛି। ସବୁଠାରୁ ବଡ ଝଟକା ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପର ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ କୁ ହୋଇଛି। ଟେଲିକମ୍ ସେକ୍ଟର ନିୟାମକ TRAI ଅନୁଯାୟୀ, ରିଲାଏନ୍ସ ଜିଓ ସେପ୍ଟେମ୍ବର ୨୦୨୪ ରେ ୭୯ ଲକ୍ଷ ଗ୍ରାହକ ହରାଇଛି।

ଜିଓର ଗ୍ରାହକ ସଂଖ୍ୟାରେ ବଡ ହ୍ରାସ:

ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (TRAI) ସେପ୍ଟେମ୍ବର ୨୦୨୪ ପାଇଁ ଦେଶରେ ଟେଲିକମ୍ ଗ୍ରାହକଙ୍କ ତଥ୍ୟ ପ୍ରକାଶ କରିଛି। ଏବଂ ଏହି ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓର ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟା ସେପ୍ଟେମ୍ବର ମାସରେ ୭୯ ଲକ୍ଷ ହ୍ରାସ ପାଇଛି। ଅଗଷ୍ଟ ମାସରେ ରିଲାଏନ୍ସ ଜିଓର ଗ୍ରାହକଙ୍କ ସଂଖ୍ୟା ୪୭.୧୭ କୋଟି ଥିଲା, ଯାହା ସେପ୍ଟେମ୍ବର ମାସରେ ୪୬.୩୭ କୋଟିକୁ ଖସି ଆସିଛି।

ଭୋଡାଫୋନ୍ ଆଇଡିଆ – ଭାରତ ଏୟାରଟେଲ୍ କୁ ମଧ୍ୟ ଝଟକା:

ଗ୍ରାହକଙ୍କୁ ହରାଇବା ଦୃଷ୍ଟିରୁ ତୃତୀୟ ବୃହତ୍ତମ ମୋବାଇଲ୍ କମ୍ପାନୀ ଭୋଡାଫୋନ୍ ଆଇଡିଆ ଦ୍ୱିତୀୟ ସ୍ଥାନରେ ରହିଛି। କମ୍ପାନୀର ଗ୍ରାହକଙ୍କ ସଂଖ୍ୟା ୧୫ ଲକ୍ଷ ହ୍ରାସ ପାଇଛି। ଭୋଡାଫୋନ୍ ଆଇଡିଆରେ ଅଗଷ୍ଟରେ ମୋଟ ୨୧.୪୦ କୋଟି ଗ୍ରାହକ ଥିଲେ, ଯାହା ସେପ୍ଟେମ୍ବର ମାସରେ ୨୧.୨୪ କୋଟିକୁ ଖସି ଆସିଛି। ଭାରତ ଏୟାରଟେଲର ମୋବାଇଲ୍ ଗ୍ରାହକମାନେ ମଧ୍ୟ ହ୍ରାସ ପାଇ ୨୮.୩୪ କୋଟିକୁ ଆସିଛି।

BSNL ଲାଭ:

ତେବେ ଏହି ତିନୋଟି ଘରୋଇ ଟେଲିକମ୍ କମ୍ପାନୀ ଗ୍ରାହକଙ୍କୁ ହରାଇଥିବାବେଳେ ସେପ୍ଟେମ୍ବର ମାସରେ ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲର ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ସେପ୍ଟେମ୍ବର ମାସରେ BSNL ର ଗ୍ରାହକମାନଙ୍କ ସଂଖ୍ୟା ୮.୪୯ ଲକ୍ଷ ବୃଦ୍ଧି ପାଇଛି ଏବଂ ସେପ୍ଟେମ୍ବରରେ ଏହା ୯.୧୮ କୋଟିରେ ପହଞ୍ଚିଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଦୀପାବଳିରେ ଜିଓ ଆଣିଲା ଧ..ମା..କା., ମାତ୍ର ୬୯୯ ଟଙ୍କାରେ ମିଳିବ ୪ଜି ଫୋନ୍

ଭୁବନେଶ୍ୱର: ଦେଶର ସର୍ବବୃହତ ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନୀ ରିଲାଏନ୍ସ ଜିଓ ଏହି ଦୀପାବଳିରେ ଏହାର ଜିଓଭାରତ ୪ଜି ଫୋନ ମୂଲ୍ୟରେ ୩୦ ପ୍ରତିଶତ ହ୍ରାସ କରିଛି। ଏହି ସୀମିତ ସମୟ ଅଫରରେ, ୯୯୯ ଟଙ୍କା ମୂଲ୍ୟର ଜିଓଭାରତ ୪ଜି ଫୋନ୍ ବର୍ତ୍ତମାନ ବଜାରରେ ୬୯୯ ଟଙ୍କାର ସ୍ୱତନ୍ତ୍ର ମୂଲ୍ୟରେ ଉପଲବ୍ଧ ହୋଇଛି।

ଉଲ୍ଲେଖନୀୟ ଭାବେ ଜିଓଭାରତ ୪ଜି ଫୋନରେ ମାତ୍ର ୧୨୩ ଟଙ୍କାରେ ମାସିକ ରିଚାର୍ଜ ହୋଇପାରିବ, ଯେଉଁଥିରେ ଅସୀମିତ ମାଗଣା ଭଏସ୍ କଲ୍ ଏବଂ ୧୪ ଜିବି ହାଇ-ସ୍ପିଡ଼ ଡାଟା ମଧ୍ୟ ଉପଲବ୍ଧ ହେବ।

ଜିଓଭାରତ ଫୋନର ୧୨୩ ଟଙ୍କା ମୂଲ୍ୟର ମାସିକ ରିଚାର୍ଜ ପ୍ଲାନ ଅନ୍ୟ ଅପରେଟରଙ୍କ ସର୍ବନିମ୍ନ ମାସିକ ରିଚାର୍ଜ ପ୍ଲାନ ତୁଳନାରେ ୪୦ ପ୍ରତିଶତ ଶସ୍ତା ରହିଛି । କାରଣ ଅନ୍ୟ ନେଟୱାର୍କଗୁଡ଼ିକରେ ଫିଚର ଫୋନର ମାସିକ ରିଚାର୍ଜ ପାଇଁ ସର୍ବନିମ୍ନ ମୂଲ୍ୟ ୧୯୯ ଟଙ୍କା ରହିଛି, ଯାହା ଜିଓ ଅପେକ୍ଷା ୭୬ ଟଙ୍କା ଅଧିକ।

ଏହାର ଅର୍ଥ ହେଉଛି ଯଦି ଜିଓଭାରତ ଗ୍ରାହକ ପ୍ରତ୍ୟେକ ରିଚାର୍ଜରେ ମାସିକ ୭୬ ଟଙ୍କା ସଞ୍ଚୟ କରନ୍ତି, ତେବେ ମାତ୍ର ୯ ମାସ ମଧ୍ୟରେ ପୁରା ଫୋନ ମୂଲ୍ୟର ସଞ୍ଚୟ ହେବ। ଗୋଟିଏ ପ୍ରକାରରେ, ୯ ମାସର ରିଚାର୍ଜ ପରେ ଜିଓଭାରତ ୪ଜି ଫୋନ୍ ଗ୍ରାହକଙ୍କ ପାଇଁ ଏକପ୍ରକାର ମାଗଣା ହେବ।

ଜିଓ ଭାରତ ୪ଜି ଫୋନ କେବଳ ଏକ ଫୋନ୍ ନୁହେଁ, ୨ଜି ରୁ ୪ଜି କୁ ଉନ୍ନୀତ ହେବାର ଏକ ଅନନ୍ୟ ସୁଯୋଗ। ଏଥି ସହିତ ୪୫୫ ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍, ଚଳଚ୍ଚିତ୍ର ପ୍ରିମିୟର୍ ଏବଂ ନୂତନ ଚଳଚ୍ଚିତ୍ର, ଭିଡିଓ ସୋ, ଲାଇଭ୍ ସ୍ପୋର୍ଟସ୍ ପ୍ରୋଗ୍ରାମ, ଜିଓ ସିନେମା ହାଇଲାଇଟ୍ସ , ଡିଜିଟାଲ୍ ପେମେଣ୍ଟ, କ୍ୟୁଆର କୋଡ୍ ସ୍କାନ୍ ଭଳି ଅନେକ ସୁବିଧା ଜିଓ ଭାରତ ୪ଜି ଫୋନରେ ଉପଲବ୍ଧ ରହିଛି ।

ଏହି ଫୋନରେ ଜିଓ ପେ ଏବଂ ଜିଓ ଚାଟ ଭଳି ପୂର୍ବରୁ ଲୋଡ଼ ହୋଇଥିବା ଆପ୍ ମଧ୍ୟ ଉପଲବ୍ଧ ହେବ। ନିକଟସ୍ଥ ଷ୍ଟୋର ତଥା ଜିଓମାର୍ଟ କିମ୍ବା ଆମାଜନରୁ ଏହି ସୀମିତ ସମୟ ଅଫର ରହିଥିବା ଜିଓଭାରତ ଫୋନ କିଣାଯାଇପାରିବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଆଶ୍ଚର୍ଯ୍ୟ !!! ଆସିଲା ଜିଓର ‘ଇଣ୍ଟେଲିଜେଣ୍ଟ୍ ସପିଂ କାର୍ଟ’, ଜିନିଷ କିଣିବା ପରେ ଅଟୋମେଟିକ୍ ଆସିବ ବିଲ୍

ନୂଆଦିଲ୍ଲୀ: ଆପଣ ବର୍ତ୍ତମାନ ଗ୍ରସେରୀ ଦୋକାନରେ ବିଲ୍ ପାଇଁ ରହୁଥିବା ଲମ୍ବା ଲାଇନରୁ ମୁକ୍ତି ପାଇପାରିବେ। ଏହା ହେବ ସପିଂରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବ୍ୟବହାର। କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସହିତ ସଜ୍ଜିତ ଜିଓର ଅଭିନବ ସପିଂ କାର୍ଟ ସ୍ୱୟଂଚାଳିତ ଭାବରେ ଆପଣ କିଣୁଥିବା ସାମଗ୍ରୀର ସପିଂ ବିଲ୍ ସୃଷ୍ଟି କରିବ। ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୪ ରେ ରିଲାଏନ୍ସ ଜିଓ ଏହି ଅଭିନବ ଜ୍ଞାନକୌଶଳ ପ୍ରଦର୍ଶିତ କରିଛି ।

ଏହାର ବ୍ୟବହାର ମଧ୍ୟ ବହୁତ ସହଜ। ଷ୍ଟୋର୍‌ଗୁଡିକରେ ଉପଲବ୍ଧ ଇଣ୍ଟେଲିଜେଣ୍ଟ ସପିଂ କାର୍ଟଗୁଡିକ ସିଧାସଳଖ ବିଲିଂ ଡେସ୍କ ସହିତ ସଂଯୁକ୍ତ ରହିବ । ଗ୍ରାହକ କାର୍ଟରେ ଯାହା ବି ସାମଗ୍ରୀ ରଖିବେ, କାର୍ଟରେ ରହିଥିବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସଜ୍ଜିତ କ୍ୟାମେରା ଏବଂ ସ୍କାନର୍ ସେହି ସାମଗ୍ରୀର ବିବରଣୀ ବିଲିଂ ଡେସ୍କକୁ ପଠାଇବ ଏବଂ ସାମଗ୍ରୀର ମୂଲ୍ୟ ଡାଟାବେସ ଆଧାରରୁ ବାହାର କରାଯାଇ ବିଲରେ ଯୋଡି ହୋଇଯିବ।

ଯଦି ଗ୍ରାହକ ସପିଂ କାର୍ଟରେ ଯୋଡି ହୋଇଥିବା ସାମଗ୍ରୀକୁ ବାହାର କରିଦିଅନ୍ତି ତେବେ ସେହି ସାମଗ୍ରୀର ମୂଲ୍ୟ ସ୍ୱୟଂଚାଳିତ ଭାବରେ ବିଲରୁ ଅପସାରିତ ହୋଇଯିବ। ବିଲିଂ ଡେସ୍କ ଗ୍ରାହକଙ୍କ କାର୍ଟର କ୍ୟୁଆର କୋଡ୍ ସ୍କାନ୍ କରିବ ଏବଂ ଦେୟ ପ୍ରଦାନ ପାଇଁ ଆପଣଙ୍କ ବିଲ୍ ସଂଗେ ସଂଗେ ପ୍ରସ୍ତୁତ ହୋଇଯିବ।

ରିଲାଏନ୍ସ ରିଟେଲ ଏବେ ହାଇଦ୍ରାବାଦ ଏବଂ ମୁମ୍ବାଇର କିଛି ନିର୍ଦ୍ଧିଷ୍ଟ ଷ୍ଟୋରରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସପିଂ କାର୍ଟର ଏକ ପାଇଲଟ୍ ପ୍ରୋଜେକ୍ଟ ଚଳାଉଛି। ଗ୍ରାହକଙ୍କଠାରୁ ମିଳୁଥିବା ଉତ୍ତମ ମତାମତ ଆଧାରରେ ଏହାକୁ ଶୀଘ୍ର ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ କାର୍ଯ୍ୟକାରୀ କରାଯାଇପାରେ।

ଛୋଟଛୋଟ ଦୋକାନୀମାନଙ୍କର ବୈଦ୍ୟୁତିକ ଓଜନ ମାପକ ଯନ୍ତ୍ରକୁ ମଧ୍ୟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସହିତ ଯୋଡ଼ାଯାଇପାରିବ। ଉଦାହରଣ ସ୍ୱରୂପ ଯେତେବେଳେ ବୈଦ୍ୟୁତିକ ଓଜନ ମାପକ ଯନ୍ତ୍ରରେ ମୁଗ ଡାଲି ରଖାଗଲେ ଏହା ଡାଲିର ଓଜନ କରିବା ସହିତ ଏହା ଉପରେ ସ୍ଥାପିତ କ୍ୟାମେରାରୁ ମଧ୍ୟ ଏହାକୁ ଚିହ୍ନଟ କରିବ।

ଅର୍ଥାତ ଯେକୌଣସି ସାମଗ୍ରୀକୁ ବୈଦ୍ୟୁତିକ ଓଜନ ଯନ୍ତ୍ରରେ ରଖିବା ମାତ୍ରେ ଏହାର ମାପ ଏବଂ ମୂଲ୍ୟ ତୁରନ୍ତ ଜଣାପଡିବ। ଓଜନ ଯନ୍ତ୍ର ସାମ୍ନାରେ ଏକ ସପିଂ କାର୍ଟ ପରି ଏକ ସ୍ଥାନ ଚିହ୍ନିତ ରହିବ ଯେଉଁଥିରେ ପ୍ୟାକ ହୋଇଥିବା ସାମଗ୍ରୀ ରଖିବା ମାତ୍ରେ ତାହାର ମୂଲ୍ୟ ବିଲରେ ଯୋଡି ହୋଇଯିବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

Reliance Jio: ଜିଓର ତ୍ରୈମାସିକ ନେଟ ଲାଭ ୨୩.୪ ପ୍ରତିଶତ ବୃଦ୍ଧି, ରେକର୍ଡ ୬୫୩୯ କୋଟି ଟଙ୍କା ଲାଭ

Reliance Jio: ଦେଶର ସର୍ବବୃହତ ଘରୋଇ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ଚଳିତ ଆର୍ଥିକବର୍ଷର ଦ୍ଵିତୀୟ ତ୍ରୈୟମାସ ପାଇଁ କମ୍ପାନୀର ପରିଚାଳନାଗତ ଏବଂ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ଡିଜିଟାଲ କ୍ଷେତ୍ରରେ କମ୍ପାନୀ ଜୁଲାଇରୁ ସେପ୍ଟେମ୍ବର ଯାଏଁ ରହିଥିବା ଏହି ତ୍ରୟମାସରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି।

ଜିଓ ପ୍ଲାଟଫର୍ମସର ନେଟ ଲାଭ ପୂର୍ବ ବର୍ଷ ସମାନ ତ୍ରୈୟମାସ ତୁଳନାରେ ଏହି ତ୍ରୟମାସରେ ୨୩.୪ ପ୍ରତିଶତ ବୃଦ୍ଧି ସହିତ ରେକର୍ଡ ୬୫୩୯ କୋଟି ଟଙ୍କାରେ ପହଞ୍ଚିଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି। ଜିଓ ପ୍ଲାଟଫର୍ମସର ତ୍ରୈମାସିକ ମୋଟ ରାଜସ୍ୱ ପୂର୍ବ ବର୍ଷ ସମାନ ଅବଧି ତୁଳନାରେ ୧୭.୭ ପ୍ରତିଶତ ବୃଦ୍ଧି ପାଇ ୩୭୧୧୯ କୋଟି ଟଙ୍କା ହୋଇଛି।

ଏହି ତ୍ରୈୟମାସରେ ଜିଓର ଗ୍ରାହକ ସଂଖ୍ୟାରେ ପୂର୍ଵ ବର୍ଷ ସମାନ ସମୟ ତୁଳନାରେ ୪.୨ ପ୍ରତିଶତ ବୃଦ୍ଧି ସହିତ ସେପ୍ଟେମ୍ବର ଶେଷ ସୁଦ୍ଧା ଜିଓର ମୋଟ ଗ୍ରାହକ ସଂଖ୍ୟା ୪୭.୮୮ କୋଟି ହୋଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ୧୪.୮ କୋଟି ଜିଓ ୫ଜି ନେଟୱାର୍କ ଆପଣାଇବା ସହିତ ୫ଜି କ୍ଷେତ୍ରରେ ଜିଓ ଏହାର ଅଗ୍ରଣୀ ସ୍ଥିତିକୁ ଆହୁରି ସୁଦୃଢ କରିଛି।

ଏହି ତ୍ରୈୟମାସରେ ଜିଓ ନେଟୱର୍କରେ ଡାଟା ଟ୍ରାଫିକ ପୂର୍ବ ବର୍ଷ ସମାନ ସମୟ ତୁଳନାରେ ୨୪ ପ୍ରତିଶତ ବୃଦ୍ଧି ପାଇ ୪୫ ବିଲିୟନ ଜିବି ହୋଇଥିବା ବେଳେ ଭଏସ ଟ୍ରାଫିକ ୬.୪ ପ୍ରତିଶତ ବୃଦ୍ଧି ସହିତ ୧.୪୨ ଟ୍ରିଲିୟନ ମିନିଟ ରହିଥିବା ଜଣାପଡିଛି। ୫ଜି ଏବଂ ଗୃହ ବ୍ରଡ଼ବ୍ୟାଣ୍ଡ ଉପଭୋକ୍ତା ସଂଖ୍ୟାରେ ବୃଦ୍ଧି ସହିତ ଗ୍ରାହକ ପ୍ରତି ମାସିକ ଡାଟା ବ୍ୟବହାର ୩୧ ଜିବିକୁ ବୃଦ୍ଧି ପାଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ତ୍ରୈୟମାସରେ ଜିଓ ୨.୮ ନିୟୁତରୁ ଉର୍ଦ୍ଧ୍ବ ଜିଓ ଏୟାର ଫାଇବର ଗ୍ରାହକଙ୍କ ସହିତ ବିଶ୍ୱର ଦୁତତମ ଅଭିବୃଦ୍ଧିଶୀଳ ଫିକ୍ସଡ ୱେରଲେସ ଅପରେଟର ହୋଇଛି। ଜିଓର ପ୍ରତି ଗ୍ରାହକ ପିଛା ମାସିକ ରାଜସ୍ବ ୧୯୫.୧ ଟଙ୍କାକୁ ବୃଦ୍ଧି ପାଇଛି।

ଚଳିତ ଆର୍ଥିକ ବର୍ଷର ଦ୍ଵିତୀୟ ତ୍ରୈୟମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୋଟ ରାଜସ୍ୱ ପୂର୍ବ ବର୍ଷ ସମାନ ଅବଧି ତୁଳନାରେ ସାମାନ୍ୟ ବୃଦ୍ଧି ସହିତ ୨୫୮୦୨୭ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି। ସେହିଭଳି ରିଲାଏନ୍ସ ରିଟେଲ ର ତ୍ରୈମାସିକ ମୋଟ ରାଜସ୍ୱ ୭୬୩୦୨ କୋଟି ଟଙ୍କା ରହିଥିବା ବେଳେ ତୈଳ, ରସାୟନ ଏବଂ ଉତ୍ତୋଳନ କ୍ଷେତ୍ରର ମୋଟ ରାଜସ୍ୱ ପୂର୍ବ ବର୍ଷ ତୁଳନାରେ ୫.୧ ପ୍ରତିଶତ ବୃଦ୍ଧି ପାଇ ୧୫୫୫୮୦ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି।

ଏହି ତ୍ରୈୟମାସରେ ରିଲାଏନ୍ସ ରିଟେଲ ୪୬୪ ନୂଆ ଷ୍ଟୋର ଖୋଲିବା ସହିତ କମ୍ପାନୀର ମୋଟ ଷ୍ଟୋର ସଂଖ୍ୟା ସେପ୍ଟେମ୍ବର ଶେଷ ସୁଦ୍ଧା ୧୮୯୪୬ ହୋଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

Categories
ଜାତୀୟ ଖବର ଜୀବନ ଶୈଳୀ ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଜିଓ ଇଣ୍ଟରନେଟ୍ ଓଡିଶାର ଦୁର୍ଗମ ଅଂଚଳର ଆଦିବାସୀ ଛାତ୍ରଛାତ୍ରୀଙ୍କ ସ୍ବପ୍ନ ପୂରଣ କଲା, ଜାଣନ୍ତୁ କେମିତି

ଭୁବନେଶ୍ୱର: ଜିଓ ସହିତ ଆସିଥିବା ସୁଲଭ ଇଣ୍ଟରନେଟ୍ ସେବା ସମଗ୍ର ଭାରତରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ନେଇଆସିଛି। ୟୁପିଆଇ ଜରିଆରେ କାରବାର କରୁଥିବା ଦୁର୍ଗମ ଅଂଚଳର ଦୋକାନୀ ଠାରୁ ଆରମ୍ଭ କରି ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ସେବା ଦ୍ୱାରା ଉପକୃତ ହେଉଥିବା ଜଣେ ଆଦିବାସୀ କୃଷକ କିମ୍ବା ଅନଲାଇନ୍ ପାଠ୍ୟକ୍ରମର ଲାଭ ଉଠାଉଥିବା ଅପହଞ୍ଚ ଅଂଚଳର ଛାତ୍ରଛାତ୍ରୀ, ଡିଜିଟାଲ୍ ଇଣ୍ଡିଆର ସଫଳତାର କାହାଣୀ ସବୁଆଡ଼କୁ ବ୍ୟାପ୍ତ ହୋଇଛି।

ସହଜ ଇଣ୍ଟରନେଟ ଉପଲବ୍ଧତା ତଥା ଡିଜିଟାଲ୍ ଦୁନିଆକୁ ସହଜ ପ୍ରବେଶ ଦୁର୍ଗମ ଅଂଚଳର ଅନେକ ଆଦିବାସୀ ଛାତ୍ରଛାତ୍ରୀ ଏବଂ ଯୁବକଯୁବତୀମାନଙ୍କୁ ସେମାନଙ୍କର ସ୍ୱପ୍ନ ଏବଂ ଆକାଂକ୍ଷା ପୂରଣ କରିବାରେ ସହାୟକ ହୋଇଛି।

ଏହାର ଏକ ଉଦାହରଣ ଓଡିଶାର ମାଲକାନଗିରି ଜିଲ୍ଲାର ମୁଦୁଲିପଡା ପଞ୍ଚାୟତର ଦୁର୍ଗମ ବଡ଼ବେଲ ଗାଁର ବଣ୍ଡା ଜନଜାତିର ଛାତ୍ର ମଙ୍ଗଳା ମୁଦୁଲି ଯିଏ ନିଜ ସମ୍ପ୍ରଦାୟର ପ୍ରଥମ ବ୍ୟକ୍ତି ଭାବେ ଚଳିତ ବର୍ଷ ନିଟ ପରୀକ୍ଷାରେ ସଫଳ ହୋଇ ଇତିହାସ ସୃଷ୍ଟି କରିଛନ୍ତି। ତାଙ୍କ ଗ୍ରାମ ତଥା ନିକଟବର୍ତ୍ତୀ ଅଞ୍ଚଳରେ ସ୍ୱାସ୍ଥ୍ୟସେବାର କୌଣସି ସୁବିଧା ନଥିବା ଦେଖି ସେ ପିଲାଦିନରୁ ଡାକ୍ତର ହେବା ପାଇଁ ସ୍ୱପ୍ନ ଦେଖିଥିଲେ।

ମୁଦୁଲିପଡାସ୍ଥିତ ଏସଏସଡି ହାଇସ୍କୁଲରୁ ଦଶମ ଶେଷ କରିବା ପରେ, ଗାଁ କ୍ଲବ ଜରିଆରେ ମିଳିଥିବା ଏକ ଜିଓଫୋନ୍ ଜରିଆରେ ସେ ଅନଲାଇନ୍ ଅଧ୍ୟୟନ ସାମଗ୍ରୀ ଓ ପାଠ୍ୟକ୍ରମରୁ ନୋଟ୍ ପ୍ରସ୍ତୁତ କରି ପରବର୍ତ୍ତୀ ସମୟରେ ପଢିବା ଜାରି ରଖିଥିଲେ। ଗୋବିନ୍ଦପଲ୍ଲୀର ଏସଏସଡି ସିନିୟର ସେକଣ୍ଡାରୀ ବିଦ୍ୟାଳୟରେ ପଢିବା ସମୟରେ ମଧ୍ୟ ଗାଁ ନିକଟରେ ଥିବା ଇଣ୍ଟରନେଟ୍ ଏବଂ ଅନଲାଇନ୍ ଅଧ୍ୟୟନ ସାମଗ୍ରୀ ତାଙ୍କୁ ବେଶ ସହାୟକ ହୋଇଥିଲା।

ତାଙ୍କର ଦୃଢ଼ ସଂକଳ୍ପ ଏବଂ ନିଷ୍ଠା, ଶିକ୍ଷକ ତଥା ଶୁଭେଚ୍ଛୁମାନଙ୍କ ସହଯୋଗ ତାଙ୍କୁ ଚଳିତ ବର୍ଷ ନିଟ ପରୀକ୍ଷାରେ ଆଦିବାସୀ ପ୍ରାର୍ଥୀଙ୍କ ମଧ୍ୟରେ ୨୬୧ ରାଙ୍କ ହାସଲ କରି ବ୍ରହ୍ମପୁରର ଏମ୍.କେ.ସି.ଜି ମେଡିକାଲ୍ କଲେଜରେ ନାମଲେଖାଇବାକୁ ସକ୍ଷମ କରିଥିଲା। ଏବେ ତାଙ୍କ ଗାଁ ବଡବେଲରେ ଉପଲବ୍ଧ ହେଉଥିବା ଏକମାତ୍ର ନେଟୱାର୍କ ଜିଓ ୪ଜି ନେଟୱାର୍କ ତାଙ୍କ ପରି ଅନେକ ଛାତ୍ରଛାତ୍ରୀଙ୍କୁ ନିଜ ସ୍ୱପ୍ନ ଏବଂ ଆକାଂକ୍ଷାରେ ସଫଳ ହେବା ଦିଗରେ ସହାୟତା ପାଇଁ ପ୍ରସ୍ତୁତ ରହିଛି।

ସେହିଭଳି କନ୍ଧମାଳ ଜିଲ୍ଲାର ସବେରଙ୍ଗ ଗାଁର କନ୍ଧ ଜନଜାତିର କଳାକାର ପ୍ରଧାନ ମଧ୍ୟ ଡାକ୍ତର ହେବାର ସ୍ୱପ୍ନ ଦେଖିଥିଲେ। ଭୁବନେଶ୍ୱରର ଏକ ଆବାସିକ ବିଦ୍ୟାଳୟରେ ପାଠପଢା ସମାପ୍ତ କରିବା ପରେ ପରିବାରର ଆର୍ଥିକ ସ୍ତିତି ଯୋଗୁଁ ତାଙ୍କୁ ଗାଁକୁ ଫେରିବାକୁ ପଡିଲା ଏବଂ ସେ ପିତାମାତାଙ୍କୁ ଚାଷ କାମ ତଥା ଗାଈ ଓ ଛେଳି ଚରାଇବା ଇତ୍ୟାଦି କାମରେ ସହାୟତା କରୁଥିଲେ।

ତେବେ ଏହା ତାଙ୍କୁ ଲକ୍ଷ୍ୟପଥରୁ ବିରତ କରିନଥିଲା କାରଣ ସେ ରାତିରେ ଏବଂ କାମ ଭିତରେ ଜିଓ ନେଟୱାର୍କରେ ଅନଲାଇନ୍ ଅଧ୍ୟୟନ ସାମଗ୍ରୀ ଏବଂ ପାଠ୍ୟକ୍ରମ ଦ୍ୱାରା ନିଟ ପରୀକ୍ଷା ପାଇଁ ପ୍ରସ୍ତୁତି ଜାରିରଖି ନିଜ ସ୍ୱପ୍ନକୁ ସାକାର ଦିଗରେ ଆଗକୁ ବଢିବାରେ ଲାଗିଲେ। ନିଜର ଦୃଢ ନିଷ୍ଠା ଏବଂ ଇଣ୍ଟରନେଟ୍ ଉପଲବ୍ଧତା ତାଙ୍କୁ ଚଳିତ ବର୍ଷ ତୃତୀୟ ପ୍ରୟାସରେ ନିଟ ପରୀକ୍ଷାରେ ସଫା ହେବାରେ ସାହାଯ୍ୟ କରିଥିବା ସେ କହିଛନ୍ତି। ତାଙ୍କର ସ୍ୱପ୍ନକୁ ପୂରଣ କରି ସେ ବର୍ତ୍ତମାନ କଟକ ସ୍ଥିତ ଏସସିବି ମେଡିକାଲ୍ କଲେଜରେ ନାମ ଲେଖାଇଛନ୍ତି।

କନ୍ଧମାଳ ଜିଲ୍ଲାର ତାଡିମାହା ଗାଁର ୧୯ ବର୍ଷୀୟ ସନାତନ ପ୍ରଧାନଙ୍କ ସଫଳତାର କାହାଣୀ ମଧ୍ୟ ସମ ଭାବରେ ପ୍ରେରଣାଦାୟୀ ରହିଛି। ବ୍ରହ୍ମପୁରର ଖଲିକୋଟ କଲେଜରୁ ଉଚ୍ଚ ମାଧ୍ୟମିକ ପଢା ଶେଷ କରିବା ପରେ ତାଙ୍କ ପରିବାରର ଆର୍ଥିକ ଅବସ୍ଥା ତାଙ୍କୁ ନିଜ ଦୁର୍ଗମ ଗ୍ରାମକୁ ଫେରି ସେଠାରେ ନିଟ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ଏକରକମ ବାଧ୍ୟ କରିଥିଲା।

ଗାଁରେ ମୋବାଇଲ୍ ନେଟୱାର୍କ ଉପଲବ୍ଧ ନଥିବାରୁ ଅନଲାଇନ ପାଠପଢା ଓ ଅଧ୍ୟୟନ ସାମଗ୍ରୀ ଡାଉନଲୋଡ୍ କରିବାକୁ ତାଙ୍କୁ ପ୍ରତ୍ୟେକ ଥର ନିକଟସ୍ଥ ଏକ ଗ୍ରାମରେ ଉପଲବ୍ଧ ଜିଓ ନେଟୱାର୍କର ସହାୟତା ନେବା ପାଇଁ ପ୍ରାୟ ତିନି କିଲୋମିଟର ଯାତ୍ରା କରିବାକୁ ପଡୁଥିଲା। ତାଙ୍କର ଦୃଢ ନିଷ୍ଠା ସହିତ ସେ ଚଳିତ ବର୍ଷ ପ୍ରଥମ ପ୍ରୟାସରେ ନିଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସଫଳତାର ସହ ଏମକେସିଜି ମେଡିକାଲ କଲେଜରେ ନାମ ଲେଖାଇଛନ୍ତି।

ଡିଜିଟାଲ୍ ଅନ୍ତର୍ଭୂକ୍ତିକରଣକୁ ଆଗକୁ ବଢାଇବା ସହିତ ଡିଜିଟାଲ୍ ବୈଷମ୍ୟକୁ ଦୂର କରିବା ପାଇଁ ଏହାର ପ୍ରତିବଦ୍ଧତା ସ୍ୱରୂପ ଓଡ଼ିଶାର ତଥା ଦେଶର ସର୍ବବୃହତ ଡିଜିଟାଲ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ଏହାର ୪ଜି / ୫ଜି ନେଟୱାର୍କ ସହିତ ଓଡିଶାର ହଜାର ହଜାର ଦୁର୍ଗମ ଗ୍ରାମକୁ ଇଣ୍ଟରନେଟ ସହିତ ସଂଯୁକ୍ତ କରିଛି।

ବିବିଧ ଭୌଗଳିକ ଆହ୍ୱାନ ଓ ପ୍ରତିବନ୍ଧକକୁ ଅତିକ୍ରମ କରି ଜିଓ ସଫଳତାର ସହିତ ଏହାର ନେଟୱାର୍କକୁ ଓଡିଶାର ୪୭୦୦୦ ରୁ ଅଧିକ ଗ୍ରାମକୁ ବିସ୍ତାର କରିଛି ଏବଂ ଏହା ରାଜ୍ୟର ଅନ୍ୟ ଦୁର୍ଗମ ଗ୍ରାମଗୁଡିକୁ ଦ୍ରୁତ ଗତିରେ ନେଟୱାର୍କ ସମ୍ପ୍ରସାରଣ ଜାରି ରଖିଛି। ଅନେକ ସୁଦୂର ତଥା ଦୁର୍ଗମ ଗାଁରେ ଜିଓର ୪ଜି / ୫ଜି ନେଟୱାର୍କ ହେଉଛି ଲୋକଙ୍କ ପାଇଁ ଉପଲବ୍ଧ ଏକମାତ୍ର ନେଟୱାର୍କ ଯାହା ଡିଜିଟାଲ୍ ସେବା, ଶିକ୍ଷା, ସ୍ୱାସ୍ଥ୍ୟସେବା, ବ୍ୟାଙ୍କିଙ୍ଗ୍ ଏବଂ ଆର୍ଥିକ ସେବାରେ ସେମାନଙ୍କର ସୁବିଧା ସହିତ ଆର୍ଥିକ ସୁଯୋଗକୁ ଆହୁରି ବ୍ୟାପକ କରିଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଜିଓର ଅଷ୍ଟମ ବର୍ଷପୂର୍ତ୍ତି ଅଫର୍: ନିର୍ଦ୍ଦିଷ୍ଟ ରିଚାର୍ଜ ପ୍ଲାନରେ ୭୦୦ ଟଙ୍କା ପର୍ଯ୍ୟନ୍ତ ଲାଭ

ଭୁବନେଶ୍ୱର: ରିଲାଏନ୍ସ ଜିଓ ଭାରତରେ ବ୍ୟବସାୟିକ ଭାବରେ ଏହାର ସେବା ଆରମ୍ଭ କରିବାର ୮ ବର୍ଷ ପୂରଣ ହୋଇଛି। ଏହି ଅଷ୍ଟମ ବର୍ଷପୂର୍ତ୍ତି ଅବସରରେ ଜିଓ ନିଜର ପ୍ରିପେଡ଼ ମୋବାଇଲ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ଆନିଭର୍ସାରି ଅଫର ଆଣିଛି। ଜିଓ ମୋବାଇଲ୍ ଉପଭୋକ୍ତାମାନେ ତିନୋଟି ନିର୍ଦ୍ଦିଷ୍ଟ ରିଚାର୍ଜ ପ୍ଲାନ ସହିତ ସୀମିତ ଅବଧି ମଧ୍ୟରେ ଏହି ବିଶେଷ ଅଫରର ଲାଭ ନେଇ ପାରିବେ। ଚଳିତ ସେପ୍ଟେମ୍ବର ୫ ରୁ ସେପ୍ଟେମ୍ବର ୧୦ ମଧ୍ୟରେ ୮୯୯ ଟଙ୍କା ଓ ୯୯୯ ଟଙ୍କା ମୂଲ୍ୟର ତିନିମାସ ଅବଧି ବିଶିଷ୍ଟ ରିଚାର୍ଜ ପ୍ଲାନ ଏବଂ ୩୫୯୯ ଟଙ୍କା ମୂଲ୍ୟର ବାର୍ଷିକ ରିଚାର୍ଜ ପ୍ଲାନ ସହିତ ରିଚାର୍ଜ କରୁଥିବା ଜିଓ ପ୍ରିପେଡ଼ ମୋବାଇଲ ଉପଭୋକ୍ତାମାନେ ୭୦୦ ଟଙ୍କା ମୂଲ୍ୟର ଅତିରିକ୍ତ ଲାଭ ପାଇପାରିବେ। ଉଭୟ ୮୯୯ ଟଙ୍କା ଓ ୯୯୯ ଟଙ୍କା ମୂଲ୍ୟର ତିନିମାସିଆ ରିଚାର୍ଜ ପ୍ଳାନରେ ଦୈନିକ ୨ ଜିବି ହାଇସ୍ପିଡ଼ ଡାଟା ମିଳୁଥିବା ବେଳେ ବୈଧତା ଅବଧି ଯଥାକ୍ରମେ ୯୦ ଦିନ ଓ ୯୮ ଦିନ ରହିଛି। ସେହିଭଳି ୩୫୯୯ ଟଙ୍କା ମୂଲ୍ୟର ବାର୍ଷିକ ରିଚାର୍ଜ ପ୍ଲାନର ବୈଧତା ୩୬୫ ଦିନ ରହିଥିବା ବେଳେ ଏଥିରେ ଦୈନିକ ୨.୫ ଜିବି ହାଇସ୍ପିଡ଼ ଡାଟା ଉପଲବ୍ଧ ହେଉଛି।

ଜିଓର ଅଷ୍ଟମ ବର୍ଷପୂର୍ତ୍ତି ଅଫରର ଲାଭ ନେଉଥିବା ଜିଓ ଗ୍ରାହକଙ୍କୁ ୧୭୫ ଟଙ୍କା ମୂଲ୍ୟର ୧୦ଟି ଓଟିଟି ଆପ୍ସର ସଦସ୍ୟତା ଓ ୧୦ ଜିବିର ଅତିରିକ୍ତ ଡାଟା ପ୍ୟାକ୍ ମିଳିବ, ଯାହାର ବୈଧତା ୨୮ ଦିନ ରହିବ। ଏହା ସହିତ ତିନି ମାସର ଜୋମାଟୋ ଗୋଲ୍ଡ ମେମ୍ବରସିପ ମଧ୍ୟ ମାଗଣାରେ ଉପଲବ୍ଧ ହେବ। ସେହିଭଳି ଏହି ଅଫରର ଲାଭ ନେଉଥିବା ସବୁ ଉପଭକ୍ତାଙ୍କୁ ୫୦୦ ଟଙ୍କା ମୂଲ୍ୟର ଆଜିଓ ରିହାତି ଭାଉଚର ମିଳିବ ଯାହା ଆଜିଓରେ ୨୯୯୯ ଟଙ୍କାରୁ ଅଧିକ ମୂଲ୍ୟର କ୍ରୟ ସହିତ ବ୍ୟବହାର କରାଯାଇପାରିବ। ଏହି ଅଫର କେବଳ ସେହି ଗ୍ରାହକମାନଙ୍କ ପାଇଁ ଉପଲବ୍ଧ ହେବ ଯେଉଁମାନେ ସେପ୍ଟେମ୍ବର ୫ ରୁ ସେପ୍ଟେମ୍ବର ୧୦ ମଧ୍ୟରେ ନିର୍ଦ୍ଦିଷ୍ଟ ପ୍ଲାନରେ ରିଚାର୍ଜ କରିବେ।

ଆଜିକୁ ୮ ବର୍ଷ ପୂର୍ବେ ସେପ୍ଟେମ୍ବର ୫, ୨୦୧୬ ରେ ଓଡିଶା ସମେତ ସାରା ଭାରତରେ ଜିଓ ବ୍ୟବସାୟିକ ଭାବରେ ନିଜର ସେବା ଶୁଭାରମ୍ଭ କରିଥିଲା। ହାଇ ସ୍ପିଡ଼ ଡାଟା ଏବଂ ଡିଜିଟାଲ ସେବାକୁ ସମସ୍ତଙ୍କ ପାଖରେ ସୁଲଭ ଦରରେ ପହଞ୍ଚାଇବାର ଲକ୍ଷ୍ୟ ନେଇ ସେବା ଆରମ୍ଭ କରିଥିବା ଜିଓ ଏବେ ଭାରତର ଏକ ନମ୍ବର ଓୟାରଲେସ ଏବଂ ଓୟାରଲାଇନ୍ ସେବା ପ୍ରଦାନକାରୀ ହୋଇପାରିଛି। ଆଜି ଦେଶରେ ଜିଓର ୪୯ କୋଟିରୁ ଅଧିକ ମୋବାଇଲ ଉପଭୋକ୍ତା ଅଛନ୍ତି ଯାହା ମଧ୍ୟରେ ୧୩ କୋଟି ୫ଜି ଉପଭୋକ୍ତା ରହିଛନ୍ତି। ଜିଓ ଦୁନିଆର ସବୁଠୁ ବଡ ଏବଂ ଦ୍ରୁତତମ ଷ୍ଟାଣ୍ଡ-ଏକୁଟିଆ ୫ଏ ନେଟୱାର୍କକୁ ବାହାର କରିଛି। ଦେଶରେ ସ୍ଥାପିତ ହୋଇଥିବା ମୋଟ ୫ଜି ବିଟିଏସ ମଧ୍ୟରୁ ୮୫ ପ୍ରତିଶତରୁ ଅଧିକ ଜିଓ ସ୍ଥାପନ କରିଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ବିଶ୍ୱର ସର୍ବବୃହତ ମୋବାଇଲ୍ ଡାଟା କମ୍ପାନୀ ହୋଇଛି ଜିଓ, ୮ ପ୍ରତିଶତ ଜିଓ ନେଟୱାର୍କ: ମୁକେଶ ଅମ୍ବାନୀ

ମୁମ୍ବାଇ: ରିଲାଏନ୍ସ ଜିଓ ବିଶ୍ୱର ସର୍ବବୃହତ ମୋବାଇଲ୍ ଡାଟା କମ୍ପାନୀ ହୋଇପାରିଛି ଏବଂ ବିଶ୍ୱର ମୋଟ ମୋବାଇଲ୍ ଡାଟା ଟ୍ରାଫିକର ୮ ପ୍ରତିଶତ କେବଳ ଜିଓର ନେଟୱାର୍କରେ ଚାଲିଥାଏ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ୪୭ ତମ ବାର୍ଷିକ ସାଧାରଣ ସଭାରେ ସେୟାରଧାରକ ମାନଙ୍କୁ ସମ୍ବୋଧିତ କରି କମ୍ପାନୀର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ କମ୍ପାନୀର ଗ୍ରାହକ ଆଧାର ଏବଂ ଡାଟା ବ୍ୟବହାର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଜିଓ ନେଟୱାର୍କରେ ମୋବାଇଲ ଉପଭୋକ୍ତାଙ୍କ ସଂଖ୍ୟା ପ୍ରାୟ ୪୯ କୋଟି ରହିଥିବା ବେଳେ ହାରାହାରି ଭାବରେ ପ୍ରତ୍ୟେକ ଜିଓ ଗ୍ରାହକ ପ୍ରତିମାସରେ ୩୦ ଜିବିରୁ ଅଧିକ ଡାଟା ବ୍ୟବହାର କରୁଥିବା ସେ ପ୍ରକାଶ କରିଛନ୍ତି। ଜିଓର ଏହି ସଫଳତା ସହିତ ଭାରତ ବିଶ୍ୱର ସର୍ବବୃହତ ଡାଟା ବଜାରରେ ପରିଣତ ହୋଇଥିବା ସେ କହିଛନ୍ତି।

ମୁକେଶ ଅମ୍ବାନୀ କହିଛନ୍ତି, “ରିଲାଏନ୍ସ ଜିଓ ଶୁଭାରମ୍ଭ ହେବାର ମାତ୍ର ୮ ବର୍ଷ ହୋଇଛି ଏବଂ ଏହି ଆଠ ବର୍ଷ ମଧ୍ୟରେ ଏହା ବିଶ୍ୱର ସର୍ବବୃହତ ମୋବାଇଲ୍ ଡାଟା କମ୍ପାନୀ ହେବାର ସଫଳତା ହାସଲ କରିଛି। ଡିଜିଟାଲ୍ ହୋମ୍ ସେବା ଦୃଷ୍ଟିରୁ ଜିଓ ମଧ୍ୟ ବିଶ୍ୱର ସବୁଠାରୁ ବଡ କମ୍ପାନୀ ହୋଇଛି । ଜିଓ ୩ କୋଟିରୁ ଅଧିକ ଘରକୁ ଡିଜିଟାଲ ସେବା ପ୍ରଦାନ କରୁଛି । ଜିଓ ଏୟାରଫାଇବର ପ୍ରତି ମାସରେ ୧୦ ଲକ୍ଷ ଘରକୁ ସଂଯୋଗ କରି ରେକର୍ଡ ୧୦ କୋଟି ଘରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି। ”

୨ଜି ଗ୍ରାହକଙ୍କୁ ୪ଜି ସେବାକୁ ଉନ୍ନୀତ କରିବା ପାଇଁ ପ୍ରସ୍ତୁତ ଯୋଜନା ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ “୫ଜି ଫୋନ୍ ଅଧିକ ସୁଲଭ ହେବା ସହିତ ଜିଓର ନେଟୱାର୍କରେ ୫ଜି ଗ୍ରହଣ ତ୍ୱରାନ୍ୱିତ ହେବ, ଯାହାଦ୍ୱାରା ଡାଟା ବ୍ୟବହାରରେ ଅଧିକ ଅଭିବୃଦ୍ଧି ଘଟିବ। ଅଧିକ ଉପଭୋକ୍ତା ୫ଜି ନେଟୱାର୍କ ବ୍ୟବହାର କରିବା ଆରମ୍ଭ କରିବା ସହିତ ଆମର ୪ଜି ନେଟୱାର୍କର କ୍ଷମତା ମଧ୍ୟ ବୃଦ୍ଧି ପାଇବ। ଏହା ଭାରତରେ ୨୦ କୋଟିରୁ ଅଧିକ ୨ଜି ବ୍ୟବହାରକାରୀଙ୍କୁ ଜିଓ ୪ଜି ପରିବାରରେ ଅନ୍ତର୍ଭୁକ୍ତ କରିବ ବୋଲି ସେ କହିଛନ୍ତି।

ଜିଓ ପକ୍ଷରୁ ଗବେଷଣା ଓ ପ୍ରଯୁକ୍ତି ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରାଯିବା ସହିତ କମ୍ପାନୀ ୫ଜି ଓ ୬ଜି ପ୍ରଯୁକ୍ତି କ୍ଷେତ୍ରରେ ୩୫୦ ପେଟେଣ୍ଟ ଆବେଦନ ଦାଖଲ ଥିବା ସେ ପ୍ରକାଶ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ରିଲାଏନ୍ସ କଂପାନୀ ବର୍ଷକୁ କେତେ ଟଙ୍କା ଟିକସ ଦେଉଛି ତାହା ଜାଣିଲେ ଆପଣଙ୍କ ମୁଣ୍ଡ ହେବ ଖରାପ

ମୁମ୍ବାଇ / ଭୁବନେଶ୍ୱର: ଦେଶର ସର୍ବବୃହତ ଘରୋଇ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ୨୦୨୩-୨୪ ଆର୍ଥିକ ବର୍ଷରେ ସରକାରୀ ରାଜକୋଷରେ ମୋଟ ୧ଲକ୍ଷ ୮୬ ହଜାର ୪୪୦ କୋଟି ଟଙ୍କା ଟିକସ ପ୍ରଦାନ କରିଛି। ଗତ ବର୍ଷ ତୁଳନାରେ ଏହା ୯ ହଜାର କୋଟି ଟଙ୍କାରୁ ଅଧିକ ରହିଛି। କମ୍ପାନୀର ବାର୍ଷିକ ରିପୋର୍ଟରେ ଏହା ସାମ୍ନାକୁ ଆସିଛି।

ଦେଶର ଅର୍ଥବ୍ୟବସ୍ଥାରେ ରିଲାଏନ୍ସର ବେଶ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ୨୦୨୩-୨୪ ଆର୍ଥିକ ବର୍ଷରେ ୨୦ ଲକ୍ଷ କୋଟି ଟଙ୍କାର ବଜାର ପୁଞ୍ଜିକରଣ ମାଇଲ୍ଖୁଣ୍ଟ ଅତିକ୍ରମ କରିଥିବା ରିଲାଏନ୍ସ ଭାରତର ପ୍ରଥମ କମ୍ପାନୀ ହୋଇପାରିଛି। ଅନ୍ୟ କୌଣସି କମ୍ପାନୀ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଅଙ୍କକୁ ଛୁଇଁ ପାରି ନାହାଁନ୍ତି। ଗତ ଆର୍ଥିକ ବର୍ଷ ତୁଳନାରେ ଏହା ୨୭ ପ୍ରତିଶତ ବୃଦ୍ଧି ହୋଇଛି। ମାର୍କେଟ କ୍ୟାପିଟାଲାଇଜେସନ୍ ଅର୍ଥାତ ବଜାର ପୁଞ୍ଜିକରଣ ଦୃଷ୍ଟିରୁ ରିଲାଏନ୍ସ ହେଉଛି ବିଶ୍ୱର ୪୮ତମ କମ୍ପାନୀ। ସେହିଭଳି ମୋଟ ରାଜସ୍ୱରେ ରିଲାଏନ୍ସ ୧୦ ଲକ୍ଷ କୋଟି ଟଙ୍କାର ମାଇଲ୍ଖୁଣ୍ଟ ଅତିକ୍ରମ କରିଛି।

ରପ୍ତାନିରେ ରିଲାଏନ୍ସ ଦେଶର ମେରୁଦଣ୍ଡକୁ ମଧ୍ୟ ମଜବୁତ କରୁଛି। ଗତ ଆର୍ଥିକ ବର୍ଷରେ ରିଲାଏନ୍ସ ପ୍ରାୟ ୩ ଲକ୍ଷ କୋଟି ଟଙ୍କାର ରପ୍ତାନି କରିଥିଲା। କେବଳ ରପ୍ତାନିରେ ନୁହେଁ ଦେଶରେ ପୁଞ୍ଜିଗତ ସମ୍ପତ୍ତି ନିର୍ମାଣରେ ମଧ୍ୟ ରିଲାଏନ୍ସ ସବୁଠାରୁ ବଡ ଯୋଗଦାନକାରୀଙ୍କ ମଧ୍ୟରେ ଅନ୍ୟତମ ରହିଛି । କମ୍ପାନୀର ବାର୍ଷିକ ରିପୋର୍ଟ ଅନୁଯାୟୀ, ରିଲାଏନ୍ସ ୨୦୨୩-୨୪ ଆର୍ଥିକ ବର୍ଷରେ ୧ ଲକ୍ଷ ୩୫ ହଜାର କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ କରିଛି।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ବାର୍ଷିକ ରିପୋର୍ଟରେ କହିଛନ୍ତି ଯେ ଗତ ଦଶନ୍ଧି ମଧ୍ୟରେ ବିଶ୍ୱର ଆର୍ଥିକ ଦୃଶ୍ୟପଟରେ ଭାରତର ଗୁରୁତ୍ୱ ବହୁଗୁଣିତ ହୋଇଛି। ଅସ୍ଥିରତା ଏବଂ ଅନିଶ୍ଚିତତାର ଏହି ଦୁନିଆରେ ଭାରତ ସ୍ଥିରତା ଏବଂ ସମୃଦ୍ଧିର ପ୍ରତୀକ ଭାବରେ ଉଭା ହୋଇଛି।

ସମସ୍ତ କ୍ଷେତ୍ରଗୁଡିକରେ ଦୃଢ଼ ଅଭିବୃଦ୍ଧି ହେଉଛି ୧୪୦ କୋଟି ଭାରତୀୟଙ୍କ ସାମୂହିକ ପ୍ରୟାସର ଫଳ । ଭାରତ ଏବଂ ଭାରତୀୟତାର ଏହି ଭାବନା ​​ହିଁ ରିଲାଏନ୍ସକୁ ନିରନ୍ତର ନବସୃଜନ କରିବା ଏବଂ ପ୍ରତ୍ୟେକ ପ୍ରୟାସରେ ଉତ୍କୃଷ୍ଟତା ହାସଲ କରିବାକୁ ପ୍ରେରିତ କରିଥାଏ। ଭାରତର ଅଭିବୃଦ୍ଧି କାହାଣୀର ଏକ ଅଂଶ ହେବା ଏବଂ ଏହାର ଚମତ୍କାର ଅଭିବୃଦ୍ଧିରେ ଯୋଗଦାନ କରିବା ରିଲାଏନ୍ସ ପରିବାର ପାଇଁ ଗର୍ବର ବିଷୟ।

ସମାଜ ପ୍ରତି ଏହାର ଦାୟିତ୍ୱ ନିର୍ବାହ କରି କମ୍ପାନୀ ସାମାଜିକ ଦାୟିତ୍ୱବୋଧ ବା ସିଏସଆର ବାବଦରେ ୨୦୨୩-୨୦୨୪ ଆର୍ଥିକ ବର୍ଷରେ ମୋଟ ୧,୫୯୨ କୋଟି ଟଙ୍କା ଖର୍ଚ୍ଚ କରିଛି। ପୂର୍ବ ଆର୍ଥିକ ବର୍ଷ ତୁଳନାରେ ଏହା ୩୦୦ କୋଟି ଟଙ୍କା ଅଧିକ। ଲାଭ ହାସଲ କରିବାରେ ମଧ୍ୟ କମ୍ପାନୀ ପ୍ରଥମ ସ୍ଥାନରେ ରହିଛି। ୨୦୨୩-୨୪ ଆର୍ଥିକ ବର୍ଷରେ କମ୍ପାନୀର ଟିକସ ପରବର୍ତ୍ତୀ ଲାଭ ୭୯୦୦୦ କୋଟି ଟଙ୍କାରୁ ଅଧିକ ରହିଥିଲା । ପୂର୍ବ ଆର୍ଥିକ ବର୍ଷର ୭୩୬୭୦ କୋଟି ଟଙ୍କା ତୁଳନାରେ ଏହା ୭.୩ ପ୍ରତିଶତ ଅଧିକ ରହିଥିଲା।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଭୋଡାଫୋନ୍ ଆଇଡିଆ ମଧ୍ୟ ବୃଦ୍ଧି କଲେ ମୋବାଇଲ୍ ଶୁଳ୍କ

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଏବଂ ଭାରତୀ ଏୟାରଟେଲ ପରେ ଦେଶର ତୃତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ ଭୋଡାଫୋନ୍ ଆଇଡିଆ ମଧ୍ୟ ମୋବାଇଲ୍ ଶୁଳ୍କ ବୃଦ୍ଧି କରିଛି। ସେବା ପ୍ରଦାନକାରୀ ଉଭୟ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ମୋବାଇଲ୍ ଶୁଳ୍କକୁ 10 ରୁ 21 ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଭୋଡାଫୋନ୍ ଆଇଡିଆର ମୋବାଇଲ୍ ଶୁଳ୍କ ବୃଦ୍ଧି କରିବାର ନିଷ୍ପତ୍ତି ଜୁଲାଇ 4, 2024 ରୁ କାର୍ଯ୍ୟକାରୀ ହେବ।

ଯଦି ଆମେ କମ୍ପାନୀର ଶୁଳ୍କ ବୃଦ୍ଧିକୁ ଦେଖିବା, ତେବେ ଗ୍ରାହକଙ୍କୁ 179 ଟଙ୍କା ଯୋଜନା ପାଇଁ 199 ଟଙ୍କା ଦେବାକୁ ପଡିବ। 459 ଟଙ୍କା ଯୋଜନା ପାଇଁ ଆପଣଙ୍କୁ 509 ଟଙ୍କା ଦେବାକୁ ପଡିବ ଏବଂ 1799 ଟଙ୍କା ମୂଲ୍ୟର 365 ଦିନର ବୈଧତା ଯୋଜନା ପାଇଁ ଆପଣଙ୍କୁ 1999 ଟଙ୍କା ଦେବାକୁ ପଡିବ।

ପୋଷ୍ଟପେଡ୍ ଯୋଜନାରେ ଆପଣଙ୍କୁ 401 ଟଙ୍କା ପାଇଁ 451 ଟଙ୍କା, 501 ଯୋଜନା ପାଇଁ 551 ଟଙ୍କା, 601 ପରିବାର ଯୋଜନା ପାଇଁ 701 ଟଙ୍କା ଏବଂ 1001 ପରିବାର ଯୋଜନା ପାଇଁ 1201 ଟଙ୍କା ଦେବାକୁ ପଡିବ।

କମ୍ପାନୀ କହିଛି ଯେ, ଭୋଡାଫୋନ୍ ଆଇଡିଆ ହେଉଛି ଏକମାତ୍ର ଅପରେଟର ଯାହାକି ରାତିରେ ପ୍ରି-ପେଡ୍ ଗ୍ରାହକଙ୍କୁ ମାଗଣା ଡାଟା ପ୍ରଦାନ କରିଥାଏ। କମ୍ପାନୀ କହିଛି ଯେ, ଏହା 4G ରେ ବ୍ୟାପକ ବିନିଯୋଗ କରିବାକୁ ଏବଂ 5G ମୋବାଇଲ୍ ସେବା ଆରମ୍ଭ କରିବାକୁ ଯାଉଛି। ଗୁରୁବାର ଦିନ ରିଲାଏନ୍ସ ଜିଓ ପ୍ରଥମେ ମୋବାଇଲ ଶୁଳ୍କ ବୃଦ୍ଧି ଘୋଷଣା କରିଥିଲା, ଏହା ପରେ ଜୁନ୍ 28 ତାରିଖ ଶୁକ୍ରବାର ଦିନ ଭାରତ ଏୟାରଟେଲ ଶୁଳ୍କ ବୃଦ୍ଧି କରିଥିଲା। ଏବଂ ଆଶା ଅନୁଯାୟୀ ଭୋଡାଫୋନ୍ ଆଇଡିଆ ମଧ୍ୟ ମୋବାଇଲ୍ ଶୁଳ୍କ ମହଙ୍ଗା କରିଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ମୋବାଇଲ୍ ଶୁଳ୍କ ବୃଦ୍ଧି କଲା ରିଲାଏନ୍ସ ଜିଓ, ଆରମ୍ଭ କଲା ନୂତନ ଯୋଜନା, ଜୁଲାଇ 3 ରୁ ହେବ କାର୍ଯ୍ୟକାରୀ

ନୂଆଦିଲ୍ଲୀ: ମୋବାଇଲ୍ ଶୁଳ୍କ ମହଙ୍ଗା ହୋଇଛି। ଦେଶର ବୃହତ୍ତମ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଇନଫୋକମ୍ ମୋବାଇଲ୍ ଶୁଳ୍କ ବୃଦ୍ଧି କରି ଏକ ନୂତନ ଶୁଳ୍କ ଯୋଜନା ପ୍ରଣୟନ କରିଛି। ଜିଓର ନୂତନ ଶୁଳ୍କ ଯୋଜନା ଜୁଲାଇ 3, 2024 ରୁ କାର୍ଯ୍ୟକାରୀ ହେବ।

ନୂତନ ଶୁଳ୍କ ଯୋଜନା ଅନୁଯାୟୀ, ମାସିକ ଯୋଜନା ପାଇଁ 28 ଦିନ ବୈଧତା ସହିତ 155 ଟଙ୍କା ଦେବାକୁ ପଡୁଥିଲା, ବର୍ତ୍ତମାନ 189 ଟଙ୍କା ଦେବାକୁ ପଡିବ। 209 ଟଙ୍କା ଯୋଜନା ପାଇଁ ଆପଣଙ୍କୁ 249 ଟଙ୍କା ଦେବାକୁ ପଡିବ, 239 ଟଙ୍କା ପାଇଁ ଆପଣଙ୍କୁ 299 ଟଙ୍କା ଦେବାକୁ ପଡିବ, 299 ଟଙ୍କା ପାଇଁ ଆପଣଙ୍କୁ 349 ଟଙ୍କା ଦେବାକୁ ପଡିବ। 28 ଦିନିଆ 349 ଟଙ୍କା ଯୋଜନା ପାଇଁ ଯେଉଁଥିରେ ପ୍ରତିଦିନ 2.5 ଜିବି ଡାଟା ଉପଲବ୍ଧ ଥିଲା, 399 ଟଙ୍କା ଦେବାକୁ ପଡି। 399 ଟଙ୍କା ଯୋଜନା ପାଇଁ, ଆପଣଙ୍କୁ 449 ଟଙ୍କା ଦେବାକୁ ପଡିବ ଯେଉଁଥିରେ ଆପଣ 3 ଜିବି ଡାଟା ପାଇବେ।

Mobile Tariff Hike: रिलायंस जियो ने महंगा किया मोबाइल टैरिफ, लॉन्च किए नए प्लान, 3 जुलाई से होगा लागू

Categories
ଆଜିର ଖବର ଜାତୀୟ ଖବର

ରିଲାଏନ୍ସ ଜିଓକୁ ଆନ୍ତର୍ଜାତୀୟ ‘ସିଡିପି ଜଳବାୟୁ’ ପୁରସ୍କାର

ନୂଆଦିଲ୍ଲୀ: କାର୍ବନ ଫୁଟ୍ ପ୍ରିଣ୍ଟ ହ୍ରାସ କରିବା ଦିଗରେ ପ୍ରୟାସ ପାଇଁ ରିଲାଏନ୍ସ ଜିଓ ଇନଫୋକମ୍ ଲିମିଟେଡ୍ କୁ ୨୦୨୨-୨୩ ବର୍ଷ ପାଇଁ “ସିଡିପି ଜଳବାୟୁ (କ୍ଳାଇମେଟ)” ପୁରସ୍କାର ପ୍ରଦାନ କରାଯାଇଛି । ଆନ୍ତର୍ଜାତୀୟ ରେଟିଂ ଏଜେନ୍ସି – କାର୍ବନ ଡିସକ୍ଲୋଜର ପ୍ରୋଜେକ୍ଟ (ସିଡିପି) ରିଲାଏନ୍ସ ଜିଓକୁ ଏହାର ଉଦ୍ୟମ ପାଇଁ ‘ଏ’ ରେଟିଂ ପ୍ରଦାନ କରିଛି । ୨୦୧୯ ପରଠାରୁ ଜିଓ ପ୍ରଥମ ଥର ପାଇଁ ‘ଏ’ ରେଟିଂ ପାଇଛି । ଭାରତୀୟ ଟେଲିକମ୍ କ୍ଷେତ୍ରର ଦ୍ୱିତୀୟ ବୃହତ୍ତମ କମ୍ପାନୀ ଭାରତୀ ଏୟାରଟେଲ୍କୁ ‘ବି’ ରେଟିଂ ମିଳିଛି ।

ସିଡିପି ‘ଏ’ ରେଟିଂ କେବଳ ସେହି କମ୍ପାନୀମାନଙ୍କୁ ଦିଆଯାଇଥାଏ ଯାହା ପରିବେଶ କ୍ଷେତ୍ରରେ ନେତୃତ୍ୱ ଦେଖାଇଥାଏ । ଜଳବାୟୁ ପରିବର୍ତ୍ତନ, ଜଙ୍ଗଲ ନଷ୍ଟ ହେବା ଏବଂ ଜଳ ନିରାପତ୍ତା ଭଳି ପ୍ରସଙ୍ଗରେ କମ୍ପାନୀକୁ ଏହାର କାର୍ଯ୍ୟ ଏବଂ କାର୍ଯ୍ୟପ୍ରଣାଳୀ ସିଡିପିକୁ ସୂଚିତ କରିବାକୁ ପଡିଥାଏ । ଏହା ସହିତ କମ୍ପାନୀମାନଙ୍କୁ ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରଣ କରିବା ଏବଂ ଜଳ ସମସ୍ୟାକୁ ହ୍ରାସ କରିବା ପାଇଁ ରଣନୀତି ପ୍ରସ୍ତୁତ ଏବଂ କାର୍ଯ୍ୟକାରୀ କରିବାକୁ ପଡିଥାଏ ।

ଜିଓ ମୁଖପାତ୍ର କହିଛନ୍ତି, “କାର୍ବନ ଫୁଟ୍ ପ୍ରିଣ୍ଟ ହ୍ରାସ କରିବାରେ ରିଲାଏନ୍ସ ଜିଓ ନେତୃତ୍ୱର ଦୂରଦୃଷ୍ଟି ଏବଂ ପ୍ରତିବଦ୍ଧତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଜିଓକୁ ଦିଆଯାଇଥିବା ‘ଏ’ ଗ୍ରେଡ୍ ସ୍ଥିରତା ଏବଂ ଦାୟିତ୍ୱସଂପନ୍ନ କାର୍ଯ୍ୟଧାରା ପ୍ରତି ଏହାର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି ।”

ରେଟିଂ ସମ୍ପର୍କରେ ସିଡିପି ପକ୍ଷରୁ ପ୍ରକାଶ କରାଯାଇଛି ଯେ “ଯେଉଁ କମ୍ପାନୀଗୁଡିକ ‘ଏ’ ରେଟିଂ ପାଇଛନ୍ତି ସେମାନେ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ସବୁଠାରୁ ସଚେତନ ଏବଂ ପାରଦର୍ଶୀ । ଆମର ମୂଲ୍ୟାୟନ ପରିବେଶର ପ୍ରମୁଖ ମାନକଗୁଡିକୁ ରେଖାଙ୍କିତ କରୁଛି ଏବଂ ଏହି ତଥ୍ୟରୁ ଆପଣ କମ୍ପାନୀଗୁଡିକ ମଧ୍ୟରେ ଏକ ତୁଳନାତ୍ମକ ଅଧ୍ୟୟନ କରିପାରିବେ ।”

‘ସିଡିପି ଜଳବାୟୁ’ ପୁରସ୍କାର ବ୍ୟତୀତ ରିଲାଏନ୍ସ ଜିଓ “ସିଡିପି ସପ୍ଲାୟର ଏନଗେଜମେଣ୍ଟ” ରେ ମଧ୍ୟ ‘ଏ’ ରେଟିଂ ପାଇଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଚାଇନା ମୋବାଇଲକୁ ପଛରେ ପକାଇ ରିଲାଏନ୍ସ ଜିଓ: ଡାଟା ବ୍ୟବହାରରେ ହେଲା ବିଶ୍ୱର ସର୍ବବୃହତ ମୋବାଇଲ୍ ଅପରେଟର

ଭୁବନେଶ୍ୱର: ଭାରତୀୟ ଟେଲିକମ୍ କ୍ଷେତ୍ରରେ ନିଜର ଆଧିପତ୍ୟ ପ୍ରତିଷ୍ଠା କରିବା ପରେ ରିଲାଏନ୍ସ ଜିଓ ଡାଟା ବ୍ୟବହାର ଦୃଷ୍ଟିରୁ ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଡାଟା ଟ୍ରାଫିକରେ ରିଲାଏନ୍ସ ଜିଓ ଏବେ ବିଶ୍ୱର ଏକ ନମ୍ବର କମ୍ପାନୀ ହୋଇପାରିଛି। ଗତ ତ୍ରୟମାସରେ ଜିଓ ନେଟୱାର୍କରେ ମୋଟ ଡାଟା ଟ୍ରାଫିକ୍ ୪୦.୯ ଏକ୍ସାବାଇଟ୍ ରେକର୍ଡ କରାଯାଇଛି। ଏଥି ସହିତ, ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱରେ ଡାଟା ଟ୍ରାଫିକରେ ଏକ ନମ୍ବର କମ୍ପାନୀ ଥିବା ଚାଇନା ମୋବାଇଲ୍ ଦୁଇ ନମ୍ବର ସ୍ଥାନକୁ ଖସି ଆସିଛି। ଏହାର ନେଟୱାର୍କରେ ଡାଟା ବ୍ୟବହାର ଗତ ତ୍ରୟମାସରେ ୪୦ ଏକ୍ସାବାଇଟରୁ ମଧ୍ୟ କମ୍ ରହିଛି। ଡାଟା ବ୍ୟବହାର ଦୃଷ୍ଟିରୁ ଅନ୍ୟ ଏକ ଚାଇନିଜ୍ କମ୍ପାନୀ ଚାଇନା ଟେଲିକମ୍ ତୃତୀୟ ସ୍ଥାନରେ ଥିବାବେଳେ ଭାରତର ଏୟାରଟେଲ୍ ଚତୁର୍ଥ ସ୍ଥାନରେ ରହିଛି। ବିଶ୍ୱର ଟେଲିକମ୍ କମ୍ପାନୀଗୁଡିକର ଡାଟା ଟ୍ରାଫିକ୍ ଏବଂ ଗ୍ରାହକଙ୍କ ଆଧାର ଉପରେ ନଜର ରଖୁଥିବା ଟିଏଫିସିଏଣ୍ଟ ଏହାର ସଦ୍ୟତମ ରିପୋର୍ଟରେ ଏହି ସୂଚନା ଦେଇଛି।

୫ଜି ସେବା ଆରମ୍ଭ ହେବା ପରେ ରିଲାଏନ୍ସ ଜିଓର ନେଟୱାର୍କରେ ଡାଟା ବ୍ୟବହାର ପୂର୍ବ ବର୍ଷ ତୁଳନାରେ ୩୫.୨ ପ୍ରତିଶତ ବୃଦ୍ଧି ପାଇଛି। ଏହି ବୃଦ୍ଧି ପଛରେ ପ୍ରମୁଖ କାରଣ ରହିଛି ଜିଓର ଟ୍ରୁ ୫ଜି ନେଟୱାର୍କ ଏବଂ ଜିଓ ଏୟାର ଫାଇବରର ବିସ୍ତାର। ରିଲାଏନ୍ସ ଜିଓର ତ୍ରୟମାସ ଆର୍ଥିକ ଫଳାଫଳ ତଥ୍ୟ ଅନୁଯାୟୀ, ଜିଓ ଟ୍ରୁ ୫ଜି ନେଟୱାର୍କରେ ୧୦ କୋଟି ୮୦ ଲକ୍ଷ ଗ୍ରାହକ ଯୋଡି ହୋଇଛନ୍ତି ଏବଂ ଜିଓର ମୋଟ ଡାଟା ଟ୍ରାଫିକର ପ୍ରାୟ ୨୮ ପ୍ରତିଶତ ବର୍ତ୍ତମାନ ୫ଜି ନେଟୱାର୍କରୁ ଆସୁଛି। ଅନ୍ୟପକ୍ଷରେ, ଜିଓ ଏୟାର ଫାଇବର ମଧ୍ୟ ଦେଶର ୫,୯୦୦ ସହରରେ ଏହାର ସେବା ଆରମ୍ଭ କରିଛି।

ନିକଟରେ କମ୍ପାନୀ ପକ୍ଷରୁ ପ୍ରକାଶିତ ତ୍ରୟମାସ ଆର୍ଥିକ ଫଳାଫଳ ଘୋଷଣା ତଥ୍ୟ ଅନୁଯାୟୀ, ଜିଓ ନେଟୱାର୍କରେ ଗ୍ରାହକଙ୍କ ପାଇଁ ମାସିକ ଡାଟା ବ୍ୟବହାର ୨୮.୭ ଜିବିକୁ ବୃଦ୍ଧି ପାଇଛି, ଯାହା ତିନି ବର୍ଷ ପୂର୍ବେ ମାତ୍ର ୧୩.୩ ଜିବି ଥିଲା। ସୂଚନାଯୋଗ୍ୟ ଯେ ୨୦୧୮ ରେ, ଏକ ତ୍ରୟମାସରେ ଭାରତରେ ମୋଟ ମୋବାଇଲ୍ ଡାଟା ଟ୍ରାଫିକ୍ ମାତ୍ର ୪.୫ ଏକ୍ସାବାଇଟ୍ ଥିଲା।

Categories
ଆଜିର ଖବର ରାଜ୍ୟ ଖବର

ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶାରେ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ଭୁବନେଶ୍ୱରସ୍ଥିତ ଏହାର ଓଡ଼ିଶା ରାଜ୍ୟ କାର୍ଯ୍ୟାଳୟ ସମେତ ସମଗ୍ର ଓଡ଼ିଶାରେ ଥିବା ନିଜର କାର୍ଯ୍ୟାଳୟ ଓ ବିଭିନ୍ନ କ୍ଷେତ୍ରସ୍ତରୀୟ ସ୍ଥଳଗୁଡିକରେ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରୁଛି। ଜିଓ ଓଡ଼ିଶା ବ୍ୟବସାୟ ମୁଖ୍ୟ ପ୍ରଦୀପ ରାଉତ ଜିଓ ପକ୍ଷରୁ ଓଡ଼ିଶାରେ ପାଳନ କରାଯାଉଥିବା ଏହି ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କାର୍ଯ୍ୟକ୍ରମକୁ ଉଦ୍‌‍ଘାଟନ କରିବା ସହିତ ସଡ଼କ ନିରାପତ୍ତା ଅଭ୍ୟାସ ଉପରେ ଅନେକ ମୂଲ୍ୟବାନ ଅନ୍ତର୍ଦୃଷ୍ଟି ପ୍ରଦାନ କରିଥିଲେ। ମାସବ୍ୟାପୀ ପାଳନ କରାଯାଉଥିବା ଏହି କାର୍ଯ୍ୟକ୍ରମ ୨୦୨୪ ଫେବୃଆରୀ ୧୦ରେ ଉଦ୍‌‍ଯାପିତ ହେବ।

‘ଜଣେ ସଡ଼କ ସୁରକ୍ଷା ହୀରୋ ହୁଅନ୍ତୁ’ ବିଷୟବସ୍ତୁ ଆଧାରିତ ଏହି ଜାତୀୟ ସଡ଼କ ସୁରକ୍ଷା ମାସ ପାଳନର ମୁଖ୍ୟ ଲକ୍ଷ୍ୟ ହେଉଛି ସଡ଼କ ସୁରକ୍ଷା, ନିରାପଦ ଗାଡି ଚାଳନା ଜୀବନ ରକ୍ଷା ଏବଂ ସଡ଼କ ଦୁର୍ଘଟଣା ହ୍ରାସ ସମ୍ପର୍କରେ ସଚେତନତା ସୃଷ୍ଟି କରିବା।

ପ୍ରମୁଖ ନିରାପତ୍ତାମୂଳକ ପଦକ୍ଷେପଗୁଡିକର ଗୁରୁତ୍ୱକୁ ଏହି ସୁରକ୍ଷା ସଚେତନତା ଅଭିଯାନ ଅବସରରେ ପୁନଃ ସୁଦୃଢୀକରଣ କରାଯାଉଛି ଏବଂ ତାହାସହିତ ସଡ଼କ ସୁରକ୍ଷା ନିମନ୍ତେ ଶପଥ ପାଠ ଏବଂ ସମଗ୍ର ଓଡ଼ିଶାରେ ତାଲିମ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ସଡ଼କ ସୁରକ୍ଷା ସମ୍ପର୍କିତ ବ୍ୟାନର ଓ ପୋଷ୍ଟରଗୁଡିକ ସମଗ୍ର ରାଜ୍ୟରେ ଥିବା ଜିଓ କାର୍ଯ୍ୟାଳୟଗୁଡିକରେ ପ୍ରଦର୍ଶିତ କରାଯାଇଛି। ମାସବ୍ୟାପୀ ଆୟୋଜନ କରାଯାଉଥିବା କାର୍ଯ୍ୟକ୍ରମଗୁଡିକ ମଧ୍ୟରେ ରୋଡ ସୋ’, ସଡ଼କ ସୁରକ୍ଷା ଉପରେ ଚଳଚ୍ଚିତ୍ର ପ୍ରଦର୍ଶନ, ସଡ଼କ ସୁରକ୍ଷା ଉପରେ ଗୀତ / ସ୍ଲୋଗାନ୍‌‍ ଲେଖିବା ପ୍ରତିଯୋଗିତା, ଚିତ୍ରାଙ୍କନ / ପୋଷ୍ଟର ପ୍ରସ୍ତୁତି ପ୍ରତିଯୋଗିତା, ଯାନବାହନଗୁଡିକର ଯାଞ୍ଚ ଏବଂ ସଡ଼କ ସୁରକ୍ଷା ହୀରୋମାନଙ୍କୁ ପୁଷ୍ପ, ଚକୋଲେଟ ଏବଂ ବ୍ୟାଜ୍‌‍ ବଣ୍ଟନ ଆଦି ଅନ୍ତର୍ଭୁକ୍ତ।

ହେଲମେଟ୍‌‍ ଓ ସିଟ୍‌‍-ବେଲ୍ଟ ପିନ୍ଧିବା, ଦୁଇ-ଚକିଆ ଗାଡି ଚଳାଇବା ସମୟରେ ଯାନକୁ ଯାଞ୍ଚ କରିବା ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ଟିମ୍‌‍ ସଦସ୍ୟମାନେ ମଧ୍ୟ ଆତ୍ମରକ୍ଷାମୂଳକ ଗାଡିଚାଳନା ଏବଂ କୁହୁଡି ପାଗରେ ନିରାପଦ ଗାଡି ଚାଳନା ସମ୍ପର୍କରେ ଉପାଦେୟ ସୂଚନା ପ୍ରଦାନ କରୁଛନ୍ତି। ଜିଓ କର୍ମଚାରୀମାନେ ମଧ୍ୟ ସଡ଼କ ବ୍ୟବହାରକାରୀ ଜନସାଧାରଣଙ୍କୁ ସୁରକ୍ଷାମୂଳକ କାର୍ଯ୍ୟକ୍ରମରେ ନିୟୋଜିତ ରଖି ସେମାନଙ୍କୁ ନିରାପତ୍ତା ସମ୍ପର୍କିତ ସୂଚନା ପ୍ରଦାନ କରୁଛନ୍ତି ଏବଂ ସେମାନଙ୍କୁ ସଡ଼କ ସୁରକ୍ଷା ସମ୍ପର୍କିତ ବ୍ୟାଜ୍‌‍ ପ୍ରଦାନ କରୁଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ରିଲାଏନ୍ସ ଜିଓର ତୃତୀୟ ତ୍ରୈମାସିକ ନେଟ ଲାଭ ହେଲା ୫୨୦୮ କୋଟି ଟଙ୍କା

ଭୁବନେଶ୍ୱର: ଦେଶର ସର୍ବବୃହତ ଟେଲିକମ ସେଵାପ୍ରଦାନକାରୀ ରିଲାଏନ୍ସ ଜିଓ ଇନ୍ଫୋକମ ଲିମିଟେଡ଼ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି।

ଅକ୍ଟୋବର ରୁ ଡିସେମ୍ବର ୨୦୨୩ ତ୍ରୟମାସରେ କମ୍ପାନୀର ନେଟ ଲାଭ ପୂର୍ବ ବର୍ଷ ସମାନ ଅବଧି ତୁଳନାରେ ୧୨.୨ ପ୍ରତିଶତ ବୃଦ୍ଧି ପାଇ ୫୨୦୮ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି। ଗତ ଆର୍ଥିକ ବର୍ଷର ସମାନ ତ୍ରୟମାସରେ କମ୍ପାନୀର ନେଟ ଲାଭ ୪୬୩୮ କୋଟି ଟଙ୍କା ରହିଥିଲା।

ସେହିଭଳି ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ଜିଓର ପରିଚାଳନାଗତ ରାଜସ୍ବ ଗତ ବର୍ଷ ସମାନ ତ୍ରୟମାସ ତୁଳନାରେ ୧୦.୩ ପ୍ରତିଶତ ବୃଦ୍ଧି ପାଇ ୨୫୩୬୮ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ଜିଓ ନେଟୱାର୍କରେ ମୋଟା ଡାଟା ଟ୍ରାଫିକ ଗତ ବର୍ଷ ତୁଳନାରେ ୩୧.୫ ପ୍ରତିଶତ ବୃଦ୍ଧି ପାଇ ୩୮.୧ ବିଲିଅନ ଜିବି ହୋଇଥିବା ବେଳେ ଭଏସ ଟ୍ରାଫିକ ୭.୯ ପ୍ରତିଶତ ବୃଦ୍ଧି ପାଇ ୧.୩୭ ଟ୍ରିଲିଅନ ମିନିଟ ହୋଇଥିବା ଜଣାପଡିଛି।

ସେହିଭଳି ତୃତୀୟ ତ୍ରୟମାସରେ ଜିଓ ସର୍ବାଧିକ ୧୧.୨ ମିଲିଅନ ଗ୍ରାହକ ଯୋଡିବା ସହିତ ଦେଶରେ ଡିସେମ୍ବର ମାସ ଶେଷ ସୁଦ୍ଧା ଏହାର ମୋଟ ଗ୍ରାହକ ସଂଖ୍ୟା ୪୭ କୋଟି ଅତିକ୍ରମ କରିଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି।

ସମୟ ପୂର୍ବରୁ ସାରା ଦେଶରେ କମ୍ପାନୀ ଜିଓ ଟ୍ରୁ ୫ଜି ନେଟୱାର୍କ ସ୍ଥାପନ କରିବା ସହିତ ୯ କୋଟି ରୁ ଉର୍ଦ୍ଧ୍ବ ଗ୍ରାହକ ଜିଓ ର ୫ଜି ନେଟୱାର୍କ କୁ ଆପଣାଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

ଆର୍ଥିକ ଫଳାଫଳ ଘୋଷଣା ଅବସରରେ ରିଲାଏନ୍ସ ଜିଓ ଇନ୍ଫୋକମ ଲିମିଟେଡ଼ର ଅଧ୍ୟକ୍ଷ ଆକାଶ ଅମ୍ବାନୀ କହିଛନ୍ତି ” ଜିଓ ବିଶ୍ୱର ଯେକୌଣସି ସ୍ଥାନରେ ସବୁଠାରୁ ଦ୍ରୁତତମ ୫ଜି ନେଟୱାର୍କ ପ୍ରଚଳନର ସଫଳତା ହାସଲ କରିଛି ଏବଂ ଏବେ ସାରା ଦେଶରେ ଉପଲବ୍ଧ ହୋଇଛି। ଜିଓ ଏୟାର ଫାଇବରର ପ୍ରାରମ୍ଭିକ ଚାହିଦା ଓ ଗ୍ରାହକ ସମ୍ପର୍କ ବେଶ ଦୃଢ ତଥା ଉତ୍ସାହଜନକ ରହିଛି।”

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ମୁକେଶ ଆମ୍ବାନି କଲେ ବଡ ଘୋଷଣା, ଏଣିକି ଘରେ ଘରେ ଜିଓ ପହଞ୍ଚାଇବ ‘ଏଆଇ’

ଭୁବନେଶ୍ୱର: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ସମସ୍ତଙ୍କ ପାଖରେ ଓ ସବୁ ସ୍ଥାନରେ ପହଞ୍ଚାଇ ଭାରତୀୟ ଏଆଇ ମଡେଲ୍‌ରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ଏବଂ ଏହି ନୂଆ ପ୍ରଯୁକ୍ତିର ଲାଭକୁ ଭାରତୀୟ ନାଗରିକମାନଙ୍କ ପାଖରେ ପହଂଚାଇବା ପାଇଁ ଜିଓ ପ୍ଲାଟଫର୍ମ ଆଗ୍ରହୀ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି କହିଛନ୍ତି ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ୪୬ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ଅବସରରେ ସେ ଏନେଇ ମହତ୍ୱକାଂକ୍ଷୀ ଯୋଜନା ଘୋଷଣା କରିବା ସହ କହିଛନ୍ତି ଯେ ଜିଓର ଅଭିବୃଦ୍ଧି ପାଇଁ ଏଆଇ ହେଉଛି ସବୁଠୁ ଆକର୍ଷଣୀୟ ଦିଗନ୍ତ ।

ଦୀର୍ଘସ୍ଥାୟୀ ଅଭ୍ୟାସ ଓ ସବୁଜ ଭବିଷ୍ୟତକୁ ଗ୍ରହଣ କରି ଉଭୟ କ୍ଲାଉଡ୍ ଓ ଏଜ୍ ଲୋକେସନରେ ୨୦୦୦ ମେଗାୱାଟ୍‌ର ଏଆଇ-ପ୍ରସ୍ତୁତ କମ୍ପ୍ୟୁଟର ଦକ୍ଷତା ସୃଷ୍ଟି କରିବା ପାଇଁ ଜିଓର ପ୍ରତିବଦ୍ଧତା ବିଷୟରେ ମୁକେଶ ଘୋଷଣା କରିଛନ୍ତି।

ସେ କହିଛନ୍ତି ଯେ ବିଶ୍ୱସ୍ତରରେ ଏଆଇ ବିପ୍ଳବ ଦୁନିଆକୁ ଏକ ନୂଆ ଆକାର ପ୍ରଦାନ କରୁଛି ଏବଂ କୃତ୍ରିମ ବୁଦ୍ଧିମତା (ଏଆଇ) ର ପ୍ରୟୋଗ ଶିଳ୍ପ, ଅର୍ଥନୀତି, ଦୈନନ୍ଦୀନ ଜୀବନରେ ଖୁବ୍‌ଶୀଘ୍ର ବିପ୍ଳବ ଆଣି ତାହାର ସଂଜ୍ଞା ବଦଳାଇଦେବ। ବିଶ୍ୱସ୍ତରରେ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ରହିବା ପାଇଁ ଭାରତକୁ ନିଶ୍ଚିତ ରୂପେ ଏଆଇର ନବସୃଜନ, ଅଭିବୃଦ୍ଧି ଓ ଜାତୀୟ ସମୃଦ୍ଧିକୁ ବ୍ୟବହାର କରିବାକୁ ପଡ଼ିବ।

ମୁକେଶ ଅମ୍ବାନି କହିଛନ୍ତି ଯେ ସାତ ବର୍ଷ ପୂର୍ବେ ସମସ୍ତଙ୍କ ପାଖରେ ଓ ସବୁ ସ୍ଥାନରେ ବ୍ରଡ୍‌ବ୍ୟାଣ୍ଡ୍ ସଂଯୋଗ ପ୍ରଦାନ କରିବାକୁ ଜିଓ ପ୍ରତିଶ୍ରୁତି ଦେଇଥିଲା ଓ ଆମେ ତାହା ପ୍ରଦାନ କରିଛୁ। ଆଜି ଜିଓ ଏଆଇକୁ ସମସ୍ତଙ୍କ ପାଖରେ ଓ ସବୁ ସ୍ଥାନରେ ପହଞ୍ଚାଇବାର ପ୍ରତିଶ୍ରୁତି ଦେଉଛି। ଆମେ ତାହା ପ୍ରଦାନ କରିବୁ ବୋଲି ସେ କହିଛନ୍ତି।

ବିଶ୍ୱସ୍ତରରେ ଏଆଇକୁ ନେଇ ଚାଲିଥିବା ନବସୃଜନ, ବିଶେଷ କରି ଜେନେରେଟିଭ୍ ଏଆଇ କ୍ଷେତ୍ରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏହାର ପ୍ରତିଭାବାନ କର୍ମଚାରୀ ଓ ଦକ୍ଷତାରେ ଉନ୍ନତି ଆଣୁଛି । ଆଗାମୀ ଦିନରେ ସବୁ କ୍ଷେତ୍ର ପାଇଁ ଭାରତ ସ୍ୱତନ୍ତ୍ର ଏଆଇ ମଡେଲ୍ ଓ ଏଆଇଭିତିକ ସମାଧାନ ବିକାଶ କରିବା ଉଦ୍ୟମରେ ଜିଓ ପ୍ଲାଟଫର୍ମସ୍ ଆଗରେ ରହିବାକୁ ଚାହୁଛି, ଯାହା ଫଳରେ ଏଆଇର ଲାଭକୁ ଭାରତୀୟ ନାଗରିକ, ବ୍ୟବସାୟ ଓ ସରକାରଙ୍କ ନିକଟରେ ପହଞ୍ଚାଇ ହେବ । ଭାରତରେ ପାଖରେ ସେହି ବ୍ୟାପକତା, ଡାଟା ଓ ପ୍ରତିଭା ରହିଛନ୍ତି ବୋଲି ମୁକେଶ କହିଛନ୍ତି ।

ଏଆଇର ବ୍ୟାପକ କମ୍ପ୍ୟୁଟିଂ ଚାହିଦାର ପରିଚାଳନା କରିବା ଲାଗି ଭାରତ ପାଇଁ ଡିଜିଟାଲ୍ ଭିତିଭୂମି ଆବଶ୍ୟକ। ଏହି କ୍ଷେତ୍ର ସମ୍ପ୍ରସାରିତ ହେଲେ ଆମେ ଉଭୟ କ୍ଲାଉଡ୍ ଓ ଏଜ୍ ଲୋକେସନରେ ୨୦୦୦ ମେଗାୱାଟ୍‌ର ଏଆଇ ପ୍ରସ୍ତୁତ କମ୍ପ୍ୟୁଟିଂ ଦକ୍ଷତା ସୃଷ୍ଟି କରିବାକୁ ପ୍ରତିବଦ୍ଧ ରହିଛୁ। ଆଗାମୀ ୫ ବର୍ଷରେ ଆମେ ଆମର ଅଧିକାଂଶ ଶକ୍ତିକୁ ଯୋଗଯୋଗ, ଡିଜିଟାଲ୍ ସେବା ଓ ଶକ୍ତିରେ ବ୍ୟବହାର କରିବାକୁ ଯୋଜନା ରଖିଛୁ ଯାହା ପରିବେଶ ମିତବ୍ୟୟୀ ହେବା ସହ ସୁଲଭ ମଧ୍ୟ ରହିବ ବୋଲି ମୁକେଶ ଅମ୍ବାନୀ କହିଛନ୍ତି।

Categories
ବିଶେଷ ଖବର ବ୍ୟବସାୟ

ଜିଓ ଟ୍ରୁ-୫ଜି ଏବେ ଓଡ଼ିଶାର ସମସ୍ତ ଜିଲ୍ଲା ମୁଖ୍ୟାଳୟ ଓ ୨୦୦ରୁ ଅଧିକ ସହରରେ ଉପଲବ୍ଧ

ଭୁବନେଶ୍ୱର: ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଜିଓ ଟ୍ରୁ-୫ଜି ସେବା ଏବେ ଓଡ଼ିଶାର ସମସ୍ତ ଜିଲ୍ଲା ମୁଖ୍ୟାଳୟ ସମେତ ୨୦୦ରୁ ଅଧିକ ପ୍ରମୁଖ ସହର ଓ ନଗରରେ ଉପଲବ୍ଧ ହୋଇଛି। ଏଥିସହିତ ଏହି ସହର ଓ ନଗରଗୁଡ଼ିକର ଆଖପାଖରେ ଥିବା ଶତାଧିକ ଗ୍ରାମଗୁଡ଼ିକ ମଧ୍ୟ ଏଷବ ଜିଓ ଟ୍ରୁ-୫ଜି ସେବା ଉପଭୋଗ କରିପାରିବେ।

ବିନା କୌଣସି ଅତିରିକ୍ତ ମୂଲ୍ୟରେ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍‌ର ଅସୀମିତ ଡାଟାକୁ ଉପଭୋଗ କରିବା ଲାଗି ଏହି ସମସ୍ତ ସହର, ନଗର ଓ ଗ୍ରାମର ଜିଓ ବ୍ୟବହାରକାରୀମାନଙ୍କୁ ଜିଓ ୱେଲକମ୍ ଅଫର ଜରିଆରେ ଆମନ୍ତ୍ରଣ କରାଯଉଛି। ଏହି ଅଂଚଳଗୁଡ଼ିକର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ, ପର୍ଯ୍ୟଟନ ସ୍ଥଳ, ଶିକ୍ଷାନୁଷ୍ଠାନ, ମଲ୍ ଓ ବଜାର, ଆବାସିକ ଅଂଚଳ, ହସ୍ପିଟାଲ୍‌, ହୋଟେଲ୍ ଓ ରେସ୍ତୋରାଁ, ସରକାରୀ କୋଠା ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟିକ ପ୍ରତିଷ୍ଠାନ ଇତ୍ୟାଦିରେ ଜିଓ ଟ୍ରୁ-୫ଜି ସେବା ପହଂଚିପାରିଛି। ଚଳିତ ଆଇପିଏଲ୍ ସିଜନ୍‌ରେ ନିୟୁତାଧିକ ଜିଓ ଗ୍ରାହକ ଜିଓ-ଟ୍ରୁ୫ଜି ସେବାକୁ ବ୍ୟବହାର କରି ନିଜ ଘରେ ଆରାମରେ ରହି ମ୍ୟାଚ୍‌ଗୁଡ଼ିକୁ ନିରବଚ୍ଛିନ୍ନ ଭାବେ ଦେଖିପାରୁଛନ୍ତି।

ଜିଓ ପ୍ରଥମ ଟେଲିକମ୍ ସେବା ପ୍ରଦାନକାରୀ ଭାବେ ଓଡ଼ିଶାର ସମସ୍ତ ଜିଲ୍ଲା ମୁଖ୍ୟାଳୟ ଓ ୨୦୦ରୁ ଅଧିକ ସହର ଓ ନଗରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରିଛି। ସାରା ଓଡ଼ିଶାରେ ଦ୍ରୁତ ଗତିରେ ଟ୍ରୁ-୫ଜିର ଶୁଭାରମ୍ଭ କରି ଓଡ଼ିଶାରେ ଏହାର ଟ୍ରୁ-୫ଜି କଭରେଜ୍‌କୁ ସୁଦୃଢ଼ କରିବା ସହିତ ଏହି ପ୍ରଯୁକ୍ତିର ଯୁଗାନ୍ତକାରୀ ଲାଭକୁ ଜିଓ ବ୍ୟବହାରକାରୀମାନଙ୍କୁ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି।

ଏହି ଅବସରରେ ଜିଓର ପ୍ରବକ୍ତା କହିଛନ୍ତି ଯେ, “ସାରା ଓଡ଼ିଶାର ସମସ୍ତ ଜିଲ୍ଲା ମୁଖ୍ୟାଳୟ ଏବଂ ୨୦୦ରୁ ଅଧିକ ପ୍ରମୁଖ ସହର ଓ ନଗରରେ ଜିଓ ଟ୍ରୁ-୫ଜିର ଉପଲବ୍ଧତା ବିଷୟରେ ଘୋଷଣା କରି ଆମେ ବେଶ ଆନନ୍ଦିତ। ରାଜ୍ୟର ମୋବାଇଲ୍ ବ୍ୟବହାରକାରୀମାନଙ୍କ ଲାଗି ଜିଓ ହେଉଛି ସର୍ବାଧିକ ପସନ୍ଦର ଅପରେଟର ତଥା ସବୁଠୁ ଅଧିକ ପସନ୍ଦ କରାଯାଉଥିବା ପ୍ରଯୁକ୍ତି ବ୍ରାଣ୍ଡ୍ ଏବଂ ଏହି ଶୁଭାରମ୍ଭ ଓଡ଼ିଶାର ଲୋକମାନଙ୍କ ପ୍ରତି, ବିଶେଷ କରି ଯୁବପିଢ଼ିଙ୍କ ପାଇଁ ଜିଓର ନିରନ୍ତର ପ୍ରତିବଦ୍ଧତାର ପରିଚାୟକ।

ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଏକ ବିଶ୍ୱସ୍ତରୀୟ ନେଟ୍‌ୱର୍କ ପ୍ରଦାନ କରିଥିବାରୁ ଆମେ ଗର୍ବିତ। ଜିଓ ଟ୍ରୁ-୫ଜି ଓଡ଼ିଶାର ଲୋକମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟସେବା, ପର୍ଯ୍ୟଟନ, ମାନୁଫାକ୍‌ଚରିଂ (ବିନିର୍ମାଣ), ଏସ୍‌ଏମ୍‌ଇ, ଇ-ଗଭର୍ଣ୍ଣାସ୍‌, କୃଷି, ଅଟୋମେସନ, ଆର୍ଟିଫିସିଆଲ ଇଂଟେଲିଜେନ୍ସ, ଗେମିଂ ଓ ଆଇଟି ଆଦି କ୍ଷେତ୍ରରେ ଅସୀମିତ ଅଭିବୃଦ୍ଧି ସୁଯୋଗ ପ୍ରଦାନ କରିବ।’’

୨୦୨୩ ଡିସେମ୍ବର ଶେଷ ସୁଦ୍ଧା ଦେଶର ସବୁ ସହର ଓ ତାଲୁକାରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରିବାକୁ ଜିଓ ଯୋଜନା ରଖିଛି।

ଜିଓ ଟ୍ରୁ-୫ଜିର ତିନି ପ୍ରକାର ବିଶେଷ ଲାଭ ରହିଛି ଯାହା ଏହାକୁ ଭାରତରେ ଏକମାତ୍ର ଟ୍ରୁ-୫ଜି ନେଟୱର୍କ କରି ଗଢିତୋଳିଛି। ଏହା ମଧ୍ୟରେ ରହିଛି ୪ଜି ନେଟୱର୍କ ଉପରେ ଶୂନ୍ୟ ନିର୍ଭରଶୀଳତା ସହିତ ଷ୍ଟାଣ୍ଡ୍‌-ଏଲୋନ ୫ଜି ସଂରଚନା; ୭୦୦ ମେଗାହର୍ଜ, ୩୫୦୦ ମେଗାହର୍ଜ, ୨୬ ଗିଗାହର୍ଜ ବ୍ୟାଣ୍ଡ୍‌ରେ ସର୍ବବୃହତ ଏବଂ ସର୍ବୋତମ ୫ଜି ସ୍ପେକ୍ଟ୍ରମର ସମ୍ମିଶ୍ରଣ ଓ କ୍ୟାରିୟର ଆଗ୍ରିଗେସନ୍ ଭଳି ଏକ ନୂତନ ଅତ୍ୟାଧୁନିକ ପ୍ରଯୁକ୍ତି ଉପଯୋଗରେ ପ୍ରତିବନ୍ଧକଶୂନ୍ୟ ଭାବରେ ଏହା ୫ଜି ଫ୍ରିକ୍ୱେନ୍ସିଗୁଡିକୁ ଗୋଟିଏ ମଜଭୁତ ‘ଡାଟା ହାଇୱେ’ରେ ପରିଣତ କରୁଛି।

ଓଡ଼ିଶାରେ ଜିଓ ଟ୍ରୁ-୫ଜି ଯୁଗାନ୍ତକାରୀ ସାବ୍ୟସ୍ତ ହେବ। ଏହା ନୂଆ ଓ ଅଭିନବ ସେବାକୁ ସକ୍ଷମ କରି ସହିତ ଅର୍ଥନୀତିକୁ ସୁଦୃଢ଼ କରିବ ଏବଂ ରାଜ୍ୟର ଲୋକମାନଙ୍କ ଜୀବନରେ ଉନ୍ନତି ଆଣିବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଗୋଟିଏ ମାସରେ ୧୦ ବିଲିଅନ ଜିବି ଡାଟା ବ୍ୟବହାର କରି ଜିଓ ଗ୍ରାହକ ରଚିଲେ ଇତିହାସ

ଭୁବନେଶ୍ୱର: ଜିଓ ଗ୍ରାହକମାନେ ଗୋଟିଏ ମାସରେ ୧୦ ଏକ୍ସାବାଇଟ୍ (୧୦ ବିଲିଅନ ଜିବି) ଡାଟା ବ୍ୟବହାର କରି ଇତିହାସ ରଚିଛନ୍ତି। ୨୦୧୬ରେ ରିଲାଏନ୍ସ ଜିଓ ଟେଲିକମ୍ କ୍ଷେତ୍ରରେ ପ୍ରବେଶ କରିବା ବେଳେ ସମସ୍ତ ଟେଲିକମ୍ କଂପାନିଙ୍କ ମିଳିତ ଭାବେ ମାସିକ ନୁହେଁ ବର୍ଷ ସାରାର ଡାଟା ବ୍ୟବହାର ଥିଲା ମାତ୍ର ୪.୬ ଏକ୍ସାବାଇଟ୍।

ସେହି ଦୃଷ୍ଟିରୁ ଜିଓର ଉପଲବ୍ଧି କେତେ ବୃହତ ତାହା ସହଜରେ ଅନୁମେୟ। ଭାରତରେ ପ୍ରଥମ ଥର ପାଇଁ କୌଣସି ଟେଲିକମ୍ କଂପାନିର ନେଟ୍‌ୱର୍କରେ ଗୋଟିଏ ମାସରେ ୧୦ ବିଲିଅନ ଜିବି ଡାଟା ବ୍ୟବହାର ହୋଇଛି। ମାର୍ଚ୍ଚ ତ୍ରୈମାସିକରେ ଜିଓ ନେଟ୍‌ୱର୍କରେ ମୋଟ ଡାଟା ବ୍ୟବହାର ୩୦.୩ ଏକ୍ସାବାଇଟ୍ ଥିଲା। କଂପାନି ଏହାର ତ୍ରୈମାସିକ ଫଳାଫଳ ଘୋଷଣା ସହିତ ଏହା ପ୍ରକାଶ କରିଛି।

ଡାଟା ବ୍ୟବହାର ବୃଦ୍ଧିରେ ଜିଓ ଟ୍ରୁ ୫ଜିର ଶୁଭାରମ୍ଭ ପ୍ରମୁଖ ଭୂମିକା ନିର୍ବାହ କରିଛି। ଜିଓ ବ୍ୟବହାରକାରୀମାନେ ଏବେ ମାସିକ ହାରାହାରି ୨୩.୧ ଜିବି ଡାଟା ବ୍ୟବହାର କରୁଛନ୍ତି ଯାହା ଦୁଇ ବର୍ଷ ପୂର୍ବେ ମାସିକ ମାତ୍ର ୧୩.୩ ଜିବି ଥିଲା। ଅର୍ଥାତ ପ୍ରତି ଜିଓ ବ୍ୟବହାରକାରୀ ଦୁଇ ବର୍ଷ ପୂର୍ବ ସମୟ ତୁଳନାରେ ପ୍ରତି ମାସରେ ପାଖାପାଖି ୧୦ ଜିବି ଅଧିକ ଡାଟା ବ୍ୟବହାର କରୁଛନ୍ତି। ଜିଓ ନେଟ୍‌ୱର୍କରେ ଡାଟାର ହାରାହାରି ବ୍ୟବହାର ହାର ଟେଲିକମ୍ ଶିଳ୍ପର ହାରାହାରି ହାରଠାରୁ ଯଥେଷ୍ଟ ଅଧିକ ରହିଛି ।

ତ୍ରୈମାସିକ ଫଳାଫଳରେ ପ୍ରକାଶିତ ତଥ୍ୟ ଅନୁସାରେ ୨୦୨୩ ମାର୍ଚ୍ଚ ସୁଦ୍ଧା କଂପାନି ୬୦ ହଜାର ସାଇଟ୍‌ରେ ୩.୫ ଲକ୍ଷରୁ ଅଧିକ ୫ଜି ସେଲ୍ ଲଗାଇସାରିଛି। ଦେଶର ୨୩୦୦ ସହର ଓ ନଗରରେ ଜିଓ ଟ୍ରୁ-୫ଜି ପହଂଚିସାରିଛି ଏବଂ ଜିଓ ଗ୍ରାହକ ବହୂଳ ଭାବରେ ୫ଜି ସେବାକୁ ବ୍ୟବହାର କରୁଛନ୍ତି। ସାରା ବିଶ୍ୱରେ ଏହା ସବୁଠାରୁ ଦ୍ରୁତତମ ୫ଜି ସେବା ଶୁଭାରମ୍ଭ । ୨୦୨୩ ଶେଷ ସୁଦ୍ଧା କଂପାନି ସାରା ଦେଶରେ ୫ଜି ନେଟ୍‌ୱର୍କ ପହଂଚାଇବାକୁ ଲକ୍ଷ୍ୟ ରଖିଛି।

ଟ୍ରୁ-୫ଜି ସେବାର ଶୁଭାରମ୍ଭ ସହିତ କଂପାନି ଏୟାରଫାଇବର୍‌ର ଶୁଭାରମ୍ଭ କରିବା ଲାଗି ପ୍ରସ୍ତୁତ ହେଉଛି। ଆସନ୍ତା କିଛି ମାସ ଭିତରେ ଏହାର ଶୁଭାରମ୍ଭ କରିବାକୁ ଜିଓ ଆଶା ରଖିଛି। ୧୦ କୋଟି ଘରକୁ ଫାଇବର ଓ ଏୟାରଫାଇବର ସହ ଯୋଡ଼ିବାକୁ ଜିଓ ଲକ୍ଷ୍ୟ ରଖିଛି।
ତ୍ରୈମାସିକ ତଥ୍ୟ ଅନୁସାରେ ଜିଓର ଗ୍ରାହକ ପିଛା ହାରାହାରି ମାସିକ ରାଜସ୍ୱ (ଆର୍‌ପୁ) ୧୭୮.୮ ଟଙ୍କାକୁ ବୃଦ୍ଧି ପାଇଛି।

କଂପାନିର ନେଟ୍‌ୱର୍କରେ ପ୍ରତିଦିନ ବ୍ୟବହାରକାରୀମାନେ ୧୪୫୯ କୋଟି ମିନିଟ୍ ଭଏସ୍ କଲିଂରେ କଥାବାର୍ତା ହେଉଛନ୍ତି । ଏହାର ଅର୍ଥ ହେଉଛି ଜିଓ ନେଟ୍‌ୱର୍କରେ ପ୍ରତି ଗ୍ରାହକ ପ୍ରତି ମାସରେ ହାରାହାରି ୧୦୦୩ ମିନିଟ୍ ଭଏସ୍ କଲ୍‌ରେ କଥାବାର୍ତା ହେଉଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ୱାନ୍‌ପ୍ଲସ୍ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କୁ ଜିଓ ଦେଉଛି ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଅଫର

ଭୁବନେଶ୍ୱର: ୫ଜି ଷ୍ଟାଣ୍ଡ୍‌-ଏଲୋନ୍ ପ୍ରଯୁକ୍ତି ପାଇଁ ରିଲାଏନ୍ସ ଜିଓ ଏବଂ ସ୍ମାର୍ଟଫୋନ୍ ନିର୍ମାତା ୱାନ୍‌ପ୍ଲସ୍ ପରସ୍ପର ସହ ହାତ ମିଳାଇଛନ୍ତି। ନିକଟରେ ଉନ୍ମୋଚିତ ହୋଇଥିବା ୱାନ୍‌ପ୍ଲସ୍‌ର ୱାନ୍‌ପ୍ଲସ୍ ୧୦ ସିରିଜ୍ ସ୍ମାର୍ଟଫୋନ୍ ସମେତ ୱାନପ୍ଲସ୍ ୯ଆର୍‌, ୱାନ୍‌ପ୍ଲସ୍ ୮, ନର୍ଡ, ନର୍ଡ ୨ଟି, ନର୍ଡ୨, ନର୍ଡ ସିଇ, ନର୍ଡ ସିଇ୨ ଏବଂ ନର୍ଡ ସିଇ୨ ଲାଇଟ୍ ବ୍ୟବହାରକାରୀମାନେ ଜିଓର ୫ଜି ଷ୍ଟାଣ୍ଡ୍‌-ଏଲୋନ୍ ପ୍ରଯୁକ୍ତିକୁ ବ୍ୟବହାର କରିପାରିବେ। ସେହିଭଳି ଖୁବ୍‌ଶୀଘ୍ର ୱାନ୍‌ପ୍ଲସ୍ ୯ ପ୍ରୋ, ୱାନ୍‌ପ୍ଲସ ୯ ଏବଂ ୱାନ୍‌ପ୍ଲସ ୯ଆର୍‌ଟି ମଧ୍ୟ ଜିଓର ଟ୍ରୁ-୫ଜି ନେଟ୍‌ୱର୍କକୁ ସପୋର୍ଟ କରିବ।

ଜିଓ ପକ୍ଷରୁ ୱାନ୍‌ପ୍ଲସ୍‌ର ବ୍ୟବହାରକାରୀମାନଙ୍କ ଲାଗି ଏକ ସ୍ୱତନ୍ତ୍ର “ୱାନ୍‌ପ୍ଲସ୍ ଆନିଭର୍ସରି ଅଫର’ର ଶୁଭାରମ୍ଭ କରାଯାଇଛି। ଏହି ଅଫରରେ ଗ୍ରାହକମାନଙ୍କୁ ୧୦,୮୦୦ ଟଙ୍କା ପର‌୍ୟ୍ୟନ୍ତ କ୍ୟାସ୍‌ବ୍ୟାକ୍ ମିଳିବ। ଏହି ଅଫର ଡିସେମ୍ବର ୧୩ରୁ ୧୮ ପର୍ଯ୍ୟନ୍ତ ବୈଧ ରହିବ। ପ୍ରଥମ ୧୦୦୦ ଜଣ ଗ୍ରାହକଙ୍କୁ ୧୪୯୯ ଟଙ୍କାର ରେଡ୍ କେବଲ୍ କେୟାର ପ୍ଲାନ୍ ଏବଂ ୩୯୯ ଟଙ୍କାର ଜିଓ ସାୱନ ପ୍ରୋ ପ୍ଲାନ୍‌ର ଲାଭ ମଧ୍ୟ ମିଳିବ।

ଏହି ଅବସରରେ ରିଲାଏନ୍ସ ଜିଓ ଇନଫୋକମ୍ ଲିମିଟେଡ୍‌ର ଅଧ୍ୟକ୍ଷ ସୁନିଲ ଦତ୍ତ କହିଛନ୍ତି ଯେ, “ଭାରତରେ ୫ଜି ଡିଭାଇସ୍‌ର ଇକୋସିଷ୍ଟମ୍‌କୁ ସୁଦୃଢ଼ କରିବା ଲାଗି ୱାନ୍‌ପ୍ଲସ୍ ଆମ ସହିତ ମିଶି କାର‌୍ୟ୍ୟ କରିଛି। ୫ଜି ସ୍ମାର୍ଟଫୋନ୍‌ର ବାସ୍ତବିକ ଶକ୍ତି କେବଳ ଜିଓର ଟ୍ରୁ-୫ଜି ନେଟ୍‌ୱର୍କ ଦ୍ୱାରା ହାସଲ କରାଯାଇପାରିବ। ଜିଓ ଏହାର ୫ଜି ନେଟ୍‌ୱର୍କକୁ ଷ୍ଟାଣ୍ଡ୍‌-ଏଲୋନ୍ ୫ଜି ନେଟ୍‌ୱର୍କ ଭାବେ ପ୍ରସ୍ତୁତ କରିଛି। ୱାନପ୍ଲସ୍‌ର ଡିଭାଇସ୍ ବ୍ୟବହାର କରୁଥିବା ସମସ୍ତ ଗ୍ରାହକ ଏହି କ୍ଷେତ୍ରରେ ଜିଓ ୱେଲକମ୍ ଅଫର ଅଧୀନରେ ଅସୀମିତ ୫ଜି ଇଟଂରନେଟ୍‌କୁ ବ୍ୟବହାର କରିପାରିବେ।’’

ୱାନ୍‌ପ୍ଲସ୍ ଇଣ୍ଡିଆର ସିଇଓ ନବନୀତ ନାକ୍‌ରା କହିଛନ୍ତି ଯେ, “ଭାରତରେ ୱାନପ୍ଲସ୍ ବ୍ୟବହାରକାରୀମାନଙ୍କ ଲାଗି ୫ଜି ପ୍ରଯୁକ୍ତି ଆଣିବା ପାଇଁ ଜିଓ ଟିମ୍ ସହିତ ସହଯୋଗିତ୍‌ା ସ୍ଥାପନ କରିଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ। ୫ଜି ପ୍ରଯୁକ୍ତିକୁ ବ୍ୟବହାର କରି ଗ୍ରାହକମାନେ ନିରବଚ୍ଛିନ୍ନ ଏବଂ ହାଇ ସ୍ପିଡ୍ ଇଟଂରନେଟ୍‌ର ଅନୁଭୂତି ଏବଂ ଖୁସି ହାସଲ କରିପାରିବେ।’’

ଭାରତୀୟ ଗ୍ରାହକମାନଙ୍କ ପାଇଁ ୫ଜି ପ୍ରଯୁକ୍ତିକୁ ଆହୁରି ଅଧିକ ସୁଲଭ କରିବା ଲାଗି ଜିଓ ଏବଂ ୱାନପ୍ଲସ୍‌ର ଟିମ୍ ସକ୍ରିୟ ଭାବେ ବ୍ୟାକ୍‌ଏଣ୍ଡ୍ ଉପରେ ମିଳିତ ଭାବେ କାର‌୍ୟ୍ୟ କରୁଛନ୍ତି ଏବଂ ଉତ୍ପାଦ ପୋର୍ଟଫୋଲିଓରେ ନିଜ ୫ଜି ପ୍ରଯୁକ୍ତି ଭିତିକ ସେବାକୁ ସମ୍ପ୍ରସାରିତ କରିବା ଉପରେ କାର‌୍ୟ୍ୟ କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ମୁକେଶ ଆମ୍ବାନୀଙ୍କ ଝିଅ ଇଶା ଏବଂ ଜ୍ବାଇଁ ଆନନ୍ଦଙ୍କୁ ନେଇ ଆସିଲା ଏକ ବଡ ଖବର

ମୁମ୍ବାଇ: ବିଶ୍ବର ଅନ୍ୟତମ ଧନୀ ବ୍ୟକ୍ତି ତଥୀ ଶିଳ୍ପପତି ମୁକେଶ ଆମ୍ବାନୀଙ୍କ ଝିଅ ଇଶା ଆମ୍ବାନୀ ଏବଂ ଜ୍ବାଇଁ ଆନନ୍ଦ ପିରାମଲଙ୍କୁ ନେଇ ଆସିଛି ବଡ ଖବର। ତାହା ହେଲା ଉଭୟ ଇଷା ଓ ଆନନ୍ଦ ଗତକାଲି ଜାଆଁଳା ଛୁଆର ପିତାମାତା ହୋଇଛନ୍ତି। ଜାଆଁଳାଙ୍କ ମଧ୍ୟରୁ ଜଣେ ପୁଅ ଏବଂ ଆଉ ଜଣେ ଝିଅ।

ତେବେ ଉଭୟଙ୍କ ନାମ କରଣ ମଧ୍ୟ କରାଯାଇଛି। ପୁଅର ନାମ କ୍ରିଷ୍ଣା ରଖାଯାଇଥିବା ବେଳେ ଝିଅର ନାମ ଆଦୀୟା ରଖାଯାଇଛି। ଦୁଇ ଛୁଆ ଏବଂ ମା ଇଷାଙ୍କ ସ୍ବାସ୍ଥ୍ୟ ଭଲ ଅଛି ବୋଲି ଆମ୍ବାନୀ ପରିବାର ତରଫରୁ କୁହାଯାଇଛି। ଇଶା ଏବଂ ଆନନ୍ଦ ଗତ 2018 ଡିସେମ୍ବର 12 ତାରିଖରେ ବିବାହ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ରିଲାଏନ୍ସ ଜିଓ ୪ଜି ଡାଉନ୍‌ଲୋଡ୍ ଓ ଅପ୍‌ଲୋଡ୍ ସ୍ପିଡ୍‌ରେ ଏକ ନମ୍ବର: ଟ୍ରାଇ ରିପୋର୍ଟ

ଭୁବନେଶ୍ୱର: ରିଲାଏନ୍ସ ଜିଓ ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ଓ ୪ଜି ଅପ୍‌ଲୋଡ୍ ସ୍ପିଡ୍‌ରେ ଏକ ନମ୍ବର ସ୍ଥାନରେ ରହିଛି । ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଅକ୍ଟୋବର ମାସ ପାଇଁ ଜାରି କରାଯାଇଥିବା ୪ଜି ସ୍ପିଡ୍ ଟେଷ୍ଟ ରିପୋର୍ଟ ଅନୁସାରେ ଉଭୟ ୪ଜି ଡାଉନ୍‌ଲୋଡ୍ ଓ ଅପ୍‌ଲୋଡ୍ ସ୍ପିଡ୍‌ରେ ଜିଓ ଏକ ନମ୍ବର ସ୍ଥାନରେ ରହିଛି ।

ଟ୍ରାଇ ରିପୋର୍ଟ ଅନୁଯାୟୀ ଜିଓର ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ଅକ୍ଟୋବର ମାସରେ ୧.୨ ଏମ୍‌ବିପିଏସ୍ ବୃଦ୍ଧି ପାଇ ୨୦.୩ ଏମ୍‌ବିପିଏସ୍‌ରେ ପହଂଚିଛି । ଗତ ସେପ୍ଟେମ୍ବର ମାସରେ କଂପାନିର ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ୧୯.୧ ଏମ୍‌ବିପିଏସ୍ ଥିଲା ।

୨୦୨୨ ଅକ୍ଟୋବର ମାସରେ ଏୟାରଟେଲ୍‌ର ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ୧୫ ଏମ୍‌ବିପିଏସ୍ ରହିଥିବା ବେଳେ ଭୋଡାଫୋନ୍ ଆଇଡିଆ ଲିମିଟେଡ୍ (ୱି)ର ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ୧୪.୫ ଏମ୍‌ବିପିଏସ୍ ଥିଲା ବୋଲି ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରୁ ଜଣାପଡ଼ିଛି । ଜିଓର ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆର ଡାଉନ୍‌ଲୋଡ୍ ସ୍ପିଡ୍ ତୁଳନାରେ ପ୍ରାୟ ୫ ଏମ୍‌ବିପିଏସ୍ ଅଧିକ ରହିଛି ।

୪ଜି ଅପ୍‌ଲୋଡ୍ ସ୍ପିଡ୍‌ରେ ସେପ୍ଟେମ୍ବର ମାସରେ ରିଲାଏନ୍ସ ଜିଓ ଏକ ନମ୍ବର ସ୍ଥାନରେ ରହିଥିଲା । ଲଗାତାର ଦ୍ୱିତୀୟ ମାସ ପାଇଁ କଂପାନି ଏକ ନମ୍ବର ସ୍ଥାନ ବଜାୟ ରଖିଛି । ଅକ୍ଟୋବର ମାସରେ ମଧ୍ୟ ଜିଓର ୪ଜି ଅପ୍‌ଲୋଡ୍ ସ୍ପିଡ୍ ସର୍ବାଧିକ ରହିଥିବା ଟ୍ରାଇ ରିପୋର୍ଟରୁ ଜଣାପଡ଼ିଛି।

ଅକ୍ଟୋବର ମାସରେ ଜିଓର ହାରାହାରି ୪ଜି ଅପ୍‌ଲୋଡ୍ ସ୍ପିଡ୍ ୬.୨ ଏମ୍‌ବିପିଏସ୍ ରହିଛି। ୨୦୨୨ ଅକ୍ଟୋବର ମାସରେ ଭୋଡାଫୋନ୍ ଆଇଡିଆର ହାରାହାରି ୪ଜି ଅପ୍‌ଲୋଡ୍ ସ୍ପିଡ୍ ୪.୫ ଏମ୍‌ବିପିଏସ୍ ଥିବା ବେଳେ ଏୟାରଟେଲ୍‌ର ହାରାହାରି ୪ଜି ଅପ୍‌ଲୋଡ୍ ସ୍ପିଡ୍ ୨.୭ ଏମ୍‌ବିପିଏସ୍ ରହିଥିବା ଟ୍ରାଇ ରିପୋର୍ଟରୁ ଜଣାପଡ଼ିଛି। ଏୟାରଟେଲ୍‌ର ହାରାହାରି ୪ଜି ଅପ୍‌ଲୋଡ୍ ସ୍ପିଡ୍ ଜିଓର ହାରାହାରି ୪ଜି ଅପ୍‌ଲୋଡ୍ ସ୍ପିଡ୍ ତୁଳନାରେ ଅଧାରୁ ମଧ୍ୟ କମ୍ ରହିଛି ।
ଟ୍ରାଇ ପକ୍ଷରୁ ଏହାର ମାଇଁସ୍ପିଡ୍ ଆପ୍ଲିକେସନ୍ ମାଧ୍ୟମରେ ବାସ୍ତବ ସମୟ ଭିତିରେ ସାରା ଭାରତରୁ ସଂଗ୍ରହ କରାଯାଉଥିବା ଡାଟା ଆଧାରରେ ହାରାହାରି ସ୍ପିଡ୍ ହିସାବ କରାଯାଉଛି ।