Categories
ଆଜିର ଖବର

ମୋଦିଙ୍କୁ ସୋନିଆଙ୍କ ଚେତାବନୀ : ୨୦୦୪ ନିର୍ବାଚନକୁ ମୋଦି ଭୁଲିବା ଉଚିତ୍‌ ନୁହେଁ

ଲଗାତାର ପଞ୍ଚମଥର ପାଇଁ ଆଜି ରାୟବରେଲିରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ଏହି ନାମାଙ୍କନ ପତ୍ର ଦାଖଲ ସମୟରେ ରାହୁଲ୍‌ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ରର୍ବଟ ଭଦ୍ରା ଓ ତାଙ୍କ ନାତି ନାତୁଣୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଏକ ବିରାଟ ରୋଡ ଶୋ’ର କରି ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ ସୋନିଆ। ଏହାପୂର୍ବରୁ ଏକ ଯଜ୍ଞର ଆୟୋଜନ କରାଯାଇଥିଲା। ଏହି ଅବସରରେ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚେତାବନୀ ଦେଇ କହିଛନ୍ତି, ୨୦୦୪ ନିର୍ବାଚନକୁ ମୋଦି ଭୁଲିବା ଉଚିତ୍‌ ନୁହେଁ। ସେ ସମୟରେ ଅଟଳ ବିହାରୀ ବାଜପେୟୀ ଜଣେ ଅପରାଜୟ ନେତା ଥିଲେ କିନ୍ତୁ କଂଗ୍ରେସ ସମସ୍ତ ଆକଳନକୁ ଭୁଲ ପ୍ରମାଣିତ କରି ଜିତିଥିଲା। ତେଣୁ ମୋଦି ଅତୀତକୁ ପାଶୋରିବା ଉଚିତ୍‌ ନୁହେଁ। ୫ ବର୍ଷରେ ମୋଦି ସରକାର ଲୋକଙ୍କ ପାଇଁ କିଛି କରିନାହାନ୍ତି, ସମସ୍ତ ପ୍ରତିଶ୍ରୁତି ଏବେବି ଅସମ୍ପୂର୍ଣ୍ଣ। କଂଗ୍ରେସର ଗଡ଼ ଥିବା ରାଇବରେଲି ଲୋକସଭା ଆସନରୁ ସୋନିଆ ୪ଥର ଏମ୍‌ପି ରହିସାରିଛନ୍ତି।