ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଆରମ୍ଭ ପୂର୍ବରୁ ଅଧିକ ସଂଖ୍ୟାରେ ଯୁବ ଭୋଟରଙ୍କୁ ଭୋଟଦାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କରିଛନ୍ତି। ସୋସିଆଲ ମିଡିଆ ସାଇଟ ଟ୍ବିଟ୍ଟର ଜରିଆରେ ନିବେଦନ କରିଛନ୍ତି ମୋଦି। ମୋଦି ଲେଖିଛନ୍ତି ‘ପ୍ରିୟ ଭାରତୀୟ ଜନତା, ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଆଜିଠୁ ଆରମ୍ଭ ହେଉଛି। ମୁଁ ନିଶ୍ଚୟ ଯେ ଆପଣ ମାନେ ଅଧିକ ସଂଖ୍ୟାରେ ଭୋଟ କରି ଗଣତନ୍ତ୍ରକୁ ଶଶକ୍ତ କରିବେ। ଅଧିକରୁ ଅଧିକ ଯୁବ ଭୋଟର ପୁଲିଂ ବୁଥ୍କୁ ଯିବା ସହିତ ଭୋଟ ଦାନ କରନ୍ତୁ। ସେହିପରି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ‘ନ୍ୟାୟ’ ପାଇଁ ଭୋଟ ପ୍ରଦାନ କରିବାକୁ ନିବେଦନ କରି ଟ୍ବିଟ୍ କରିଛନ୍ତି। ଆଜି ଭୋଟ କରିବା ସମୟରେ ବେକାର ଯୁବକ, ଅବହେଳିତ କୃଷକ, କ୍ଷୁଦ୍ର ବ୍ୟବସାୟୀ ଏବଂ ଜାତିପ୍ରଥା ଯୋଗୁଁ ନିର୍ଯାତିତ ଲୋକଙ୍କୁ ମନେପକାଇ ଭୋଟ କରନ୍ତୁ ବୋଲି ରାହୁଲ ନିବେଦନ କରିଛନ୍ତି।
Categories
ଭୋଟଦାନ ପାଇଁ ଯୁବ ଭୋଟରଙ୍କୁ ମୋଦିଙ୍କ ନିବେଦନ
