Categories
ଆଜିର ଖବର

ଏନ୍‌ଇଏଫ୍‌ଟି ଏବଂ ଆରଟିଜିଏସ୍‌କୁ ନିଃଶୁଳ୍କ କରିବା ପାଇଁ ରିଜର୍ଭ ବ୍ୟାଙ୍କର ନିଷ୍ପତ୍ତି

ଏଣିକି ବ୍ୟାଙ୍କ୍‌ ଆକାଉଣ୍ଟଧାରୀଙ୍କୁ ଏନ୍‌ଇଏଫ୍‌ଟି କିମ୍ବା ଆର୍‌ଟିଜିଏସ୍‌ ମାଧ୍ୟମରେ ଟଙ୍କା ପଠାଇବାକୁ ହେଲେ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ନାସନାଲ ଇଲୋକ୍‌ଟ୍ରୋନିକ୍‌ ଫଣ୍ଡ ଟ୍ରାନ୍ସଫର୍‌ (ଏନ୍‌ଇଏଫ୍‌ଟି) ଓ ରିୟଲ୍‌ ଟାଇମ୍‌ ଗ୍ରସ୍‌ ସେଟେଲ୍‌ମେଣ୍ଟ (ଆର୍‌ଟିଜିଏସ୍‌)କୁ ସମ୍ପୂର୍ଣ୍ଣ ଦେୟମୁକ୍ତ କରିବାକୁ ଘୋଷଣା କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ଏ ନେଇ ସମସ୍ତ ବ୍ୟାଙ୍କକୁ ଆର୍‌ବିଆଇ ନିର୍ଦ୍ଦେଶ ଜାରି କରିଛନ୍ତି। ପୂର୍ବରୁ ଏଇଏଫ୍‌ଟି ନିମନ୍ତେ ୧ରୁ ୫ ଟଙ୍କାର ଦେୟ ଆଦାୟ କରାଯାଉଥିବା ବେଳେ ଏନ୍‌ଇଏଫ୍‌ଟି ନିମନ୍ତେ ୫ରୁ ୫୦ ଟଙ୍କା ମଧ୍ୟରେ ଦେୟ ପ୍ରଦାନ କରିବାକୁ ପଡିଥାଏ। ୨ ଲକ୍ଷ ଟଙ୍କା କିମ୍ବା ତଦୁର୍ଦ୍ଧ୍ୱ ଟଙ୍କା ଟ୍ରାନ୍ସଫର୍‌ କରିବା ପାଇଁ ଆର୍‌ଟିଜିଏସ୍‌ ଏକ ଉତ୍ତମ ମାଧ୍ୟମ ଅଟେ। ଏନ୍‌ଇଏଫ୍‌ଟି ଦ୍ୱାରା ଅନ୍ୟ ବ୍ୟାଙ୍କ ଆକାଉଣ୍ଟ, ସଙ୍ଗଠନ କିମ୍ବା ବ୍ୟକ୍ତିଙ୍କୁ ଟଙ୍କା ପଠାଯାଇଥାଏ। ସୋମବାରରୁ ଶୁକ୍ରବାର ଯାଏ ସକାଳ ୮ଟାରୁ ସନ୍ଧ୍ୟା ୭ଟା ଏବଂ ଶନିବାର ସକାଳ ୮ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଏନ୍‌ଇଏଫ୍‌ଟି କାମ କରିଥାଏ। ଏହା ସମସ୍ତ ବ୍ୟାଙ୍କରେ ଉପଲବ୍ଧ ଅଛି। କିନ୍ତୁ ଉପରୋକ୍ତ ଦୁଇଟି ବ୍ୟବସ୍ଥା ପାଇଁ ଆବଶ୍ୟକ ଶୁଳ୍ପ ଦେବାକୁ ପଡ଼ିଥାଏ। ମାତ୍ର ଆର୍‌ବିଆଇ ଏବେ ଏହାକୁ ସମ୍ପୂର୍ଣ୍ଣ ଦେୟମୁକ୍ତ କରିବାକୁ ବ୍ୟାଙ୍କ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।