Categories
ଆଜିର ଖବର ଖେଳ

ଟେନିସ୍‌କୁ ମାରିଆ ସାରାପୋଭାଙ୍କ ଅଲ୍‌ବିଦା

ମସ୍କୋ : ଟେନିସ୍‌କୁ ଅଲ୍‌ବିଦା ଜଣାଇଛନ୍ତି ସୁପରଷ୍ଟାର ମାରିଆ ସାରାପୋଭା । ବୁଧବାର ସାରାପୋଭା ନିଜର ଅବସର ନେଇ ଘୋଷଣା କରିଛନ୍ତି । ଦୀର୍ଘ 28 ବର୍ଷ ଧରି ଟେନିସ୍‌ ଖେଳିବା ପରେ ଏବଂ ପାଞ୍ଚଟି ଗ୍ରାଣ୍ଡସ୍ଲାମ ବିଜୟୀନି ସାରାପୋଭା ବୁଧବାର ଅବସର ଘୋଷଣା କରିଛନ୍ତି । ଭଗ୍‌ ମାଗାଜିନ୍‌ରେ ‘ଟେନିସ୍‌- ଆଇ ଆମ୍‌ ସେଇଙ୍ଗ ଗୁଡ୍‌ବାୟ’ ସ୍ତମ୍ଭରେ ସାରାପୋଭା ଅବସର ନେଇ ଘୋଷଣା କରିଛନ୍ତି । ବିଶ୍ବର ଏକ ନମ୍ବର ମାନ୍ୟତାପ୍ରାପ୍ତ ସାରାପୋଭା ବିଗତ କିଛି ମାସ ଧରି ନିଜର ଫିଟ୍‌ନେସ୍‌କୁ ନେଇ ସମସ୍ୟାରେ ରହିଥିଲେ । 2004 ମସିହାରେ 17 ବର୍ଷ ବୟସରେ ସାରାପୋଭା ଓ୍ବିମ୍ବିଲଡନ୍‌ ବିଜୟୀ ହୋଇ ନିଜର ପ୍ରଥମ ଗ୍ରାଣ୍ଡସ୍ଲାମ ହାସଲ କରିଥିଲେ । 2014ରେ ସେରେନା ଓ୍ବିଲିୟମ୍ସଙ୍କୁ ପରାସ୍ତ କରି ସାରାପୋଭା ଶେଷଥର ପାଇଁ କୌଣସି ଗ୍ରାଣ୍ଡସ୍ଲାମ୍‌ ହାସଲ କରିଥିଲେ । ସାରାପୋଭା ନିଜର ସମସ୍ତ ପ୍ରତିପକ୍ଷଙ୍କୁ ସହଜରେ ପରାସ୍ତ କରିଥିବା ବେଳେ ସେରେନା ଓ୍ବିଲିୟମ୍ସଙ୍କ ବିପକ୍ଷରେ 22ଟି ମ୍ୟାଚ୍‌ରୁ ମାତ୍ର 2ଟିରେ ବିଜୟୀ ହୋଇଥିଲେ ।

Categories
ଆଜିର ଖବର ଆଞ୍ଚଳିକ

ମୁରୁମୁରାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୁଇ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ସମୀକ୍ଷା ବ୍ୟୁରୋ
ରାଜନଗର : ରାଜନଗର ବ୍ଲକ୍‌ ଅନ୍ତର୍ଗତ ନଳିତାପଟିଆ ଗ୍ରାମର ମୁରୁମୁରାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୁଇ ଶିକ୍ଷକଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧୁରନ୍ଧର ଦାସ ଏବଂ ସହକାରୀ ଶିକ୍ଷକ ଦାମୋଦର ବିଶ୍ବାଳଙ୍କ ନିମନ୍ତେ ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା । ନାଗା ନାରାୟଣ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷକ ଗୋଲକ ବିହାରୀ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଡାଙ୍ଗମମାଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ମାଧବ ଚନ୍ଦ୍ର ମାନ୍ନା ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିବା ବେଳେ ଶିକ୍ଷକ ନେତା ବିଜୟ କୁମାର ମାନ୍ନା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରୋ ବୀର କିଶୋର ଜେନା, ଦାମୋଦର ସ୍ବାଇଁ, ସୁଶାନ୍ତ ପ୍ରଧାନ, ଅକ୍ଷୟ କୁମାର ସେଠୀ ଏବଂ ସମରେନ୍ଦ୍ର ମହାନ୍ତି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବିଦ୍ୟାଳୟର ଶିକ୍ଷକ ବରଦାକାନ୍ତ ଜେନା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବସନ୍ତ ନାୟକ, ପଦ୍ମନାଭ କୁଅଁର, ଭିନିଲ୍‌ ରଣସିଂହ, ମାନସ ନାୟକ, ବିଶ୍ବନାଥ ମହାନ୍ତି ଏବଂ ଆଂଶୁଲତା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟି, ପୁରାତନ ଛାତ୍ରଛାତ୍ରୀ ଏବଂ ନଳିତାପଟିଆ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥଇଏେ ।

Categories
ଆଜିର ଖବର ଖେଳ

କ୍ରିକେଟରୁ ଅବସର ଗ୍ରହଣ କଲେ ଭାରତର ବିଶ୍ବକପ୍‌ ହିରୋ

ମୁମ୍ବାଇ,04/01: ଭାରତର ଏକମାତ୍ର ଟି20 ବିଶ୍ବକପ୍‌ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଅଲରାଉଣ୍ଡର ଇର୍ଫାନ୍‌ ପଠାନ୍‌ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲ୍‌ବିଦା କହିଛନ୍ତି । ଶନିବାର ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ଇର୍ଫାନ୍‌ ଏହି ଘୋଷଣା କରିଛନ୍ତି । 2003 ବର୍ଡର- ଗାଭାସ୍କର ଟ୍ରଫିରେ ଭାରତ ପାଇଁ ପଦାର୍ପଣ କରିଥିବା ଇର୍ଫାନ୍‌ 2012 ଟି 20 ବିଶ୍ବକପ୍‌ରେ ଶେଷଥର ପାଇଁ ଭାରତୀୟ ଜର୍ସିରେ ନଜର ଆସିଥିଲେ । 2012 ପରଠାରୁ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ରହିଥିବା 2019 ଫେବୃୟାରୀ ପର୍ଯ୍ୟନ୍ତ ଘରୋଇ କ୍ରିକେଟ୍‌ ଖେଳିଥିଲେ । ଇର୍ଫାନ୍‌ ନିଜ 9 ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରରେ ପଠାନ୍‌ ଭାରତ ପାଇଁ 29ଟି ଟେଷ୍ଟ, 173ଟି ଦିନିକିଆ ଏବଂ 24ଟି ଟି20 ମ୍ୟାଚ୍‌ ଖେଳିଥିବା ବେଳେ ଯଥାକ୍ରମେ 100,173 ଏବଂ 28ଟି ଓ୍ବିକେଟ୍‌ ଅକ୍ତିଆର କରିଛନ୍ତି । ଏହା ସହିତ ତିନୋଟି ଫର୍ମାଟରେ ଇର୍ଫାନ 2500 ରନ୍‌ ସଂଗ୍ରହ କରିଛନ୍ତି । (ଏଜେନ୍ସୀ)