କ୍ରିକେଟରୁ ଅବସର ଗ୍ରହଣ କଲେ ଭାରତର ବିଶ୍ବକପ୍‌ ହିରୋ

Published: Jan 4, 2020, 6:16 pm IST

ମୁମ୍ବାଇ,04/01: ଭାରତର ଏକମାତ୍ର ଟି20 ବିଶ୍ବକପ୍‌ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଅଲରାଉଣ୍ଡର ଇର୍ଫାନ୍‌ ପଠାନ୍‌ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲ୍‌ବିଦା କହିଛନ୍ତି । ଶନିବାର ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ଇର୍ଫାନ୍‌ ଏହି ଘୋଷଣା କରିଛନ୍ତି । 2003 ବର୍ଡର- ଗାଭାସ୍କର ଟ୍ରଫିରେ ଭାରତ ପାଇଁ ପଦାର୍ପଣ କରିଥିବା ଇର୍ଫାନ୍‌ 2012 ଟି 20 ବିଶ୍ବକପ୍‌ରେ ଶେଷଥର ପାଇଁ ଭାରତୀୟ ଜର୍ସିରେ ନଜର ଆସିଥିଲେ । 2012 ପରଠାରୁ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ରହିଥିବା 2019 ଫେବୃୟାରୀ ପର୍ଯ୍ୟନ୍ତ ଘରୋଇ କ୍ରିକେଟ୍‌ ଖେଳିଥିଲେ । ଇର୍ଫାନ୍‌ ନିଜ 9 ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରରେ ପଠାନ୍‌ ଭାରତ ପାଇଁ 29ଟି ଟେଷ୍ଟ, 173ଟି ଦିନିକିଆ ଏବଂ 24ଟି ଟି20 ମ୍ୟାଚ୍‌ ଖେଳିଥିବା ବେଳେ ଯଥାକ୍ରମେ 100,173 ଏବଂ 28ଟି ଓ୍ବିକେଟ୍‌ ଅକ୍ତିଆର କରିଛନ୍ତି । ଏହା ସହିତ ତିନୋଟି ଫର୍ମାଟରେ ଇର୍ଫାନ 2500 ରନ୍‌ ସଂଗ୍ରହ କରିଛନ୍ତି । (ଏଜେନ୍ସୀ)

Related posts