Categories
ଆଜିର ଖବର ଜାତୀୟ ଖବର

ପୂର୍ବତନ ମିସ୍ ଇଣ୍ଡିଆ ତ୍ରିପୁରା ରିଙ୍କି ଚକମାଙ୍କର ଦେହାନ୍ତ

ନୂଆଦିଲ୍ଲୀ: ଦୁଇ ବର୍ଷ ଧରି କର୍କଟ ରୋଗ ସହ ସଂଗ୍ରାମ ପରେ ପୂର୍ବତନ ମିସ୍ ଇଣ୍ଡିଆ ତ୍ରିପୁରା ରିଙ୍କି ଚକମାଙ୍କର ଦେହାନ୍ତ ହୋଇଛି। ତାଙ୍କୁ ୨୮ ବର୍ଷ ହୋଇଥିଲା। ଅସ୍ତ୍ରୋପଚାର ସତ୍ତ୍ୱେ ମାରାତ୍ମକ ରୋଗ ସହିତ ଦୁଇ ବର୍ଷର ଯୁଦ୍ଧ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଫେମିନା ମିସ୍ ଇଣ୍ଡିଆ ସଂସ୍ଥା ସୋସିଆଲ ମିଡିଆରେ ଏକ ବିବୃତ୍ତି ସେୟାର କରି ରିଙ୍କି ଚକମାଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରି ତାଙ୍କୁ ଜଣେ ଶକ୍ତିଶାଳୀ ମହିଳା ବୋଲି କହିଥିଲେ, ଯାହା ଅନ୍ୟ ମହିଳାଙ୍କ ପାଇଁ ପ୍ରେରଣା ଥିଲା।

ଗତ ମାସରେ, କର୍କଟ ରୋଗରେ ଆକ୍ରାନ୍ତ ହେବାର ଦୁଇ ବର୍ଷ ପରେ ରିଙ୍କି ଚକମା ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ତାଙ୍କ ଚ୍ୟାଲେଞ୍ଜିଂ ଯାତ୍ରା ବିଷୟରେ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ସେ ଦୀର୍ଘ ଦିନ ଧରି ଏକାକୀ ସଂଘର୍ଷ କରିଆସୁଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ କାହାକୁ କହିବାକୁ ଚାହୁଁନଥିଲେ … ଭାବିଲି ମୁଁ ନିଜେ ଲଢିବି ଏବଂ ଭଲ ହୋଇଯିବି, କିନ୍ତୁ ମୁଁ ଭାବୁଛି ବର୍ତ୍ତମାନ ସମୟ ଆସିଛି, ଯାହା ମୋର ସ୍ୱାସ୍ଥ୍ୟ ବିଷୟ ସମସ୍ତଙ୍କୁ ଜଣାଇବି। ସେ କହିଥିଲେ ଯେ, ତାଙ୍କର ସାଂଘାତିକ ଫାଇଲୋଡସ୍ ଟ୍ୟୁମର୍ (ସ୍ତନ କର୍କଟ) ହୋଇଛି।

ରିଙ୍କି ଚକମାଙ୍କ ପ୍ରଥମ ଅସ୍ତ୍ରୋପଚାର ପରେ, ଏହା ତାଙ୍କ ଫୁସଫୁସକୁ ଏବଂ ପରେ ତାଙ୍କ ମସ୍ତିଷ୍କକୁ ମେଟାଷ୍ଟାସାଇଜ୍ କଲା। ସେ ପ୍ରକାଶ କରିଛନ୍ତି ଯେ, ମୋର ମସ୍ତିଷ୍କ ଅସ୍ତ୍ରୋପଚାର ବିଚାରାଧୀନ ଅଛି କାରଣ ଏହା ମୋ ଶରୀରର ଡାହାଣ ପାର୍ଶ୍ୱରୁ ଫୁସଫୁସ ପର୍ଯ୍ୟନ୍ତ ବ୍ୟାପିଛି ଏବଂ ଏହା କେବଳ ସମ୍ଭବ ହେବ, ଯେତେବେଳେ ମାତ୍ର ୩୦% ଆଶା ସହିତ ମୁଁ କେମୋଥେରାପିରୁ ସୁସ୍ଥ ହେବି।

ରିଙ୍କି ଚାକମା ତାଙ୍କ ପୋଷ୍ଟରେ କହିଛନ୍ତି ଯେ, “ସେ କେମୋଥେରାପିରେ ଚିକିତ୍ସିତ ହେଉଥିଲେ ଏବଂ ମସ୍ତିଷ୍କ ଅସ୍ତ୍ରୋପଚାର ହେବାର ମଧ୍ୟ ଆଶା କରାଯାଉଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ସମସ୍ତଙ୍କୁ ଜଣାଇବାକୁ ଚାହୁଁଥିଲି ଯେ ମୁଁ ଏବଂ ମୋ ପରିବାର ଏକ କଷ୍ଟଦାୟକ ସମୟ ଦେଇ ଗତି କରୁଛୁ। ମୋର ଅବସ୍ଥା ଅନ୍ୟମାନଙ୍କ ସହ ବାଣ୍ଟି ମୁଁ ଭଲ ଅନୁଭବ କରିବି ବୋଲି ସେ କହିଛନ୍ତି।

ଚିକିତ୍ସା ହେତୁ ରିଙ୍କି ଚକମାଙ୍କ ପରିବାରର ସମସ୍ତ ସଞ୍ଚୟ ଶେଷ ହୋଇଯାଇଥିଲା, ଏହା ପରେ ସେ ମଧ୍ୟ ସାହାଯ୍ୟ ପାଇଁ ଲୋକଙ୍କୁ ନିବେଦନ କରିଥିଲେ। ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ଲୋକମାନଙ୍କୁ ଏକ ନିବେଦନ କରାଯାଇଥିଲା, ଯାହାଫଳରେ ସେ ଶୀଘ୍ର ସୁସ୍ଥ ହୋଇପାରିବେ, କିନ୍ତୁ କିଛି ସଫଳ ହେଲା ନାହିଁ। ପ୍ରକାଶ ଯେ, ରିଙ୍କି ଚକମା ୨୦୧୭ ରେ ମିସ୍ ଇଣ୍ଡିଆରେ ‘ବିୟୁଟି ଅଫ ଦ ପେପର୍ସ’ ପୁରସ୍କାର ଜିତିଥିଲେ, ଯେଉଁଥିରେ ମାଆନୁଷୀ ଛିଲ୍ଲର୍ ଟାଇଟଲ୍ ଜିତିଥିଲେ।