Categories
ଆଜିର ଖବର ଜାତୀୟ ଖବର

ସାମ୍ବାଦିକାଙ୍କ ଆତ୍ମହତ୍ୟା ପରେ ସମାଜବାଦୀ ପାର୍ଟି ନେତା ଗିରଫ

ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ଜଣେ ସାମ୍ବାଦିକା ଆତ୍ମହତ୍ୟା କରିବା ପରେ ଜନୈକ ସମାଜବାଦୀ ପାର୍ଟି ନେତାଙ୍କୁ ଗିରଫ କରାଯାଇଛି । 28 ବର୍ଷୀୟ ସାମ୍ବାଦିକ ରିଜଓ୍ବାନା ତବାସୁମ୍‌ ଆତ୍ମହତ୍ୟା କରିବା କାରଣରୁ ସମାଜବାଦୀ ପାର୍ଟି ନେତା ସାମିମ୍‌ ନୋମାନିଙ୍କୁ ଗିରଫ କରାଯାଇଛି । ବାରଣାସୀର ହରପାଲପୁରର ଏହି ସାମ୍ବାଦିକା ଜଣକ ନିଜ ବାସଭବନରେ ଆତ୍ମହତ୍ୟା କରିବା ସହିତ ସୁଇସାଇଡ୍‌ ନୋଟ୍‌ରେ ଉକ୍ତ ନେତାଙ୍କ ନାମ ଉଲ୍ଲେଖ କରିଥିଲେ । ତବାସୁମଙ୍କ ପିତାଙ୍କ ଅଭିଯୋଗ ଅନୁଯାୟୀ ଆଇପିସିର ଧାରା 306 ଅନୁସାରେ ନୋମାନିଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି । ଉଭୟ ନୋମାନି ଏବଂ ତବାସୁମ୍‌ ଦୀର୍ଘଦିନ ଧରି ପରସ୍ପରକୁ ଜାଣିଥିବା ବେଳେ ଆତ୍ମହତ୍ୟାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । (ଏଜେନ୍ସି)