Categories
ଆଜିର ଖବର

ଆଇପିଏଲ୍‌ ନିଲାମୀରେ ସାମିଲ ହେବେ 971 ଖେଳାଳି

ମୁମ୍ବାଇ,3/12: ଡିସେମ୍ବର 19 ତାରିଖରେ ଆସନ୍ତା ଆଇପିଏଲ୍‌ ନିଲାମୀ ଅନୁଷ୍ଠିତ ହେବାକୁ ଯାଉଛି । ଏହି ନିଲାମୀରେ 971 ଜଣ ଖେଳାଳି ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ସୋମବାର ସମସ୍ତ ଦଳ ନିଜ ନିଜ ଖେଳାଳିଙ୍କୁ ବାହାର କରିବା ପରେ ଏହି ତାଲିକା ଏବଂ ଖେଳାଳିଙ୍କ ବେସ୍‌ ପ୍ରାଇସ୍‌ ତାଲିକା ପ୍ରକାଶ ପାଇଛି । ଆଇପିଏଲ୍‌ 2020 ପାଇଁ ସମସ୍ତ ଖେଳାଳି ନିଜ ନିଜର ବେସ୍‌ ପ୍ରାଇସ୍‌ ନିର୍ଦ୍ଧାରଣ କରିଛନ୍ତି । ଆଶ୍ଚର୍ଯ୍ୟ ଜନକ ଭାବରେ କୋଲକାତା ଛାଡିଥିବା ରବିନ୍‌ ଉତ୍ଥାପାଙ୍କ ବେସ୍‌ ପ୍ରାଇସ୍‌ 1.5 କୋଟି ରହିଛି । । ବିଦେଶୀ ଖେଳାଳିଙ୍କ ମଧ୍ୟରେ ଶନ୍‌ ମାର୍ଶ, କେନ୍‌ ରିଚାର୍ଡସନ୍‌, ଇଓନ୍‌ ମୋର୍ଗାନ୍‌, ଜାସନ ରୟ, କ୍ରିସ୍‌ ଓ୍ବକ୍‌ସ ଏବଂ ଡେଭିଡ୍‌ ଓ୍ବିଲୀ ମଧ୍ୟ ନିଜର ବେସ୍‌ ପ୍ରାଇସ୍‌ 1.5 କୋଟି ରଖିଛନ୍ତି । ଡେଲ୍‌ ଷ୍ଟେନ୍‌, ପ୍ୟାଟ୍‌ କମିନ୍‌ସ, ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ନିଜ ବେସ୍‌ ପ୍ରାଇସ୍‌ 2 କୋଟି ଟଙ୍କା ରଖିଛନ୍ତି । (ଏଜେନ୍ସୀ)