Categories
ଆଜିର ଖବର ରାଜ୍ୟ ଖବର

ସାବଧାନ ହୋଇ ଗାଡି ଚଳାନ୍ତୁ, ନହେଲେ ବାତିଲ ହୋଇପାରେ ଡିଏଲ୍‌, ଜାଣନ୍ତୁ କେଉଁ କେଉଁ ନିୟମ ନ ମାନିଲେ ଡିଏଲ୍‌ ବାତିଲ୍‌ ହେବ

ଭୁବନେଶ୍ୱର : ବେପରୁଆ ଭାବରେ ଗାଡି ଚଳାଉଥିବା ବ୍ୟକ୍ତିମାନେ ସାବଧାନ ହୋଇଯାଆନ୍ତୁ । ଆହୁରି କଡାକଡି କରାଯାଇଛି ଟ୍ରାଫିକ୍‌‌ ନିୟମ । ନିୟମ ଉଲ୍ଲଂଘନ କରି ଗାଡି ଚଲାଇଲ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଡିଏଲ୍‌ ବାତିଲ୍‌ ହେବ ବୋଲି ସୂଚନା ରହିଛି । ରାଜ୍ୟ ପରିବହନ କମିଶନରଙ୍କ ପକ୍ଷରୁ ନୂତନ ଗାଇଡ ଲାଇନ୍ ଅନୁଯାୟୀ ଯଦି କେହି ନିର୍ଦ୍ଧାରିତ ବେଗରୁ ଅଧିକ ବେଗରେ ଗାଡି ଚଳାନ୍ତି ଅଥବା ଟ୍ରାଫିକ ସିଗ୍ନାଲ ଭଙ୍ଗ କରନ୍ତି ତାଙ୍କର ଲାଇସେନ୍ସ ତିନି ମାସ ପାଇଁ ବାତିଲ କରାଯିବ । ସେହିପରି ଗାଡି ଚଳାଇଲେ କିମ୍ବା ଗାଡି ଚଲାଉଥିବା ସମୟରେ ଫୋନରେ କଥା ହେଲେ ସମାନ ଦଣ୍ଡର ବ୍ୟବସ୍ଥା କରିବା ପାଇଁ ଗାଇଡ ଲାଇନ୍ ଜାରି କରାଯାଇଛି ।

ତେବେ ଆସନ୍ତୁ ଜାଣିବା କେଉଁ ସବୁ ନିୟମ ନ ମାନିଲେ ତିନି ମାସ ପାଇଁ ଡ୍ରାଇଭିଂ ଲାଇସେନ୍ସ ବାତିଲ୍‌ ହେବ

  • ଧାର୍ଯ୍ୟ ନିୟମରୁ ଅଧିକ ବେଗରେ ଗାଡି ଚଳାଇବା
  • ରେଡ୍‌ ଲାଇଟ୍‌ କଟକଣା ନ ମାନି ଆଗକୁ ବଢିଲେ
  • ଓଭରଲୋଡିଂ କିମ୍ବା ମାଲବାହୀ ଗାଡିରେ ଯାତ୍ରୀ ନେଲେ
  • ମଦ କିମ୍ବା ଅନ୍ୟାନ୍ୟ ନିଶା ଦ୍ରବ୍ୟ  ଖାଇ ଗାଡି ଚଳାଇଲେ
  • ମୋବାଲରେ ଗପି ଗପି ଗାଡି ଚଲାଇଲେ ମଧ୍ୟ ଡିଏଲ୍‌ ବାତଲ୍‌ ହେବ ।

ଉପରୋକ୍ତ ନିୟମକୁ ନମାନିଲେ ଡିଏଲ୍‌ ଲାଇସେନ୍ସ ବାତିଲ ହେବ । ଏନେଇ ସୁପ୍ରିମକୋର୍ଟ କମିଟିଙ୍କ ସଡ଼କ ନିରାପତ୍ତା ଗାଇଡ଼ଲାଇନ୍ସ ଅନୁସାରେ ରାଜ୍ୟ ପରିବହନ କମିଶନରଙ୍କ ପକ୍ଷରୁ ଏହି ନୂତନ ଗାଇଡଲାଇନ ଜାରି କରାଯାଇଛି ।