Categories
ଆଜିର ଖବର ଜୀବନ ଶୈଳୀ ଧର୍ମ

ସାବିତ୍ରୀ ବ୍ରତଧାରୀ ଭୁଲରେ କରନ୍ତୁ ନାହିଁ ଏହି କାମ, ସ୍ବାମୀଙ୍କର ହୋଇପାରେ ଅମଙ୍ଗଳ

ନୂଆଦିଲ୍ଲୀ: ଆସନ୍ତାକାଲି ହେଉଛି ସାବିତ୍ରୀ ବ୍ରତ। ଏହି ଦିନ ସଧବା ମହିଳାମାନେ ବ୍ରତ କରି ଉପବାସ ରହିଥାନ୍ତି।  ସେମାନେ ଏହି ବ୍ରତ କଲେ ସ୍ବାମୀଙ୍କର ମଙ୍ଗଳ ହୁଏ ବୋଲି ବିଶ୍ବାସ ରହିଛି। ସେଥିପାଇଁ ଏହି ସାବିତ୍ରୀ ବ୍ରତ ଓଡିଶାର ଘରେଘରେ ପାଳନ କରାଯାଇଥାଏ।

ସାବିତ୍ରୀ ଅମାବାସ୍ୟା ଦିନ ଏହି କାମ କରନ୍ତୁ ନାହିଁ, ଏହା ସ୍ୱାମୀଙ୍କ ପାଇଁ ଅଶୁଭ ହେବ:

ଏକ ସ୍ଥିର ମନ ଏବଂ ଏକାଗ୍ର ମନ ସହିତ ସାବିତ୍ରୀ ଅମାବାସ୍ୟାରେ ଉପବାସ ରଖନ୍ତୁ। ସଠିକ୍ ଉପାସନା କରନ୍ତୁ। ଏହି ଦିନ କିଛି କାର୍ଯ୍ୟ କରିବା ଆବଶ୍ୟକ ନାହିଁ। ଯାହା ଦ୍ଵାରା ଇଚ୍ଛାକୃତ ଫଳାଫଳ ମିଳିପାରିବ।

ଏହି ଦିନ ନିମ୍ନଲିଖିତ ଜିନିଷକୁ ଏଡ଼ାଇବା ଉଚିତ୍: –

– ଏହି ଦିନ କାହାକୁ ଅସମ୍ମାନ କରାଯିବା ଉଚିତ ନୁହେଁ।

– କଠୋର ଭାଷା ବ୍ୟବହାର କରନ୍ତୁ ନାହିଁ।

– ଏହି ଦିନ ଶବଦାହ ସ୍ଥାନକୁ ଯାଆନ୍ତୁ ନାହିଁ। କାରଣ ଏହି ଦିନ ନକାରାତ୍ମକ ଶକ୍ତି ଜାଗ୍ରତ ହୋଇଥାଏ।

– ଏହି ଦିନ ବର ଗଛକୁ ପୂଜା କରିବା ଉଚିତ। କିନ୍ତୁ ବର ଗଛକୁ କେବେବି ଛୁଇଁବେ ନାହିଁ।

– ଏହି ଦିନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶୋଇବା ଉଚିତ୍ ନୁହେଁ।

– ଶାରୀରିକ ସମ୍ପର୍କ କରିବା ଉଚିତ୍ ନୁହେଁ।

– ଏହି ଦିନ ମାଂସ ମଦ ବ୍ୟବହାର କରିବା ଉଚିତ୍ ନୁହେଁ।

– ଅମାବାସ୍ୟା ଦିନ କେଶ ଏବଂ ନଖ କାଟନ୍ତୁ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଘରେ ସାବିତ୍ରୀ ବ୍ରତ କରିବାକୁ ପରାମର୍ଶ, ଭିଡ ଏଡାଇବା ପାଇଁ କେତେକ ମନ୍ଦିରରେ ଲାଗୁ ହେଲା144 ଧାରା

ଭୁବନେଶ୍ବର, ରାତି ପାହିଲେ ସାବିତ୍ରୀ ବ୍ରତ। ପ୍ରତିଟି ସଧବା ବୋହୁ ଏହି ପୂଜା ନିଷ୍ଠାର ସହ କରିଥାଏ। ହେଲେ ଲକଡାଉନ କଟକଣା ପାଇଁ ଏଥର ସାବିତ୍ରୀ ବ୍ରତ ଆଉ ବଡ ଆକାରରେ ହୋଇପାରିବ ନାହିଁ। ମହିଳାମାନେ ମନ୍ଦିରକୁ ନ ଆସି ନିଜ ଘରେ ଏହି ବ୍ରତ ପାଳନ କରିବା ପାଇଁ ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଇଛି। କାରଣ ଲକଡାଉନ କଟକଣାର ନିୟମ ଅନୁସାରେ ବର୍ତ୍ତମାନ କୌଣସି ଧର୍ମ ଅନୁଷ୍ଠାନରେ ଭକ୍ତମାନେ ଏକାଠି ହୋଇପାରିବ ନାହିଁ। ସେଥିପାଇଁ ମନ୍ଦିରରେ ଭିଡ ନ କରିବାକୁ ପରାମର୍ଶ ଦିଆଯାଇଛି।

ଏ ନେଇ ଦେବଗଡ ପୋଲିସ ଏକ ନିର୍ଦ୍ଦେଶନାମା ଜାରୀ କରିଛି। ମହିଳାମାନେ କୌଣସି ମନ୍ଦିରରେ ଭିଡ ନ କରି ଘରେ ପୂଜା କରିବା ପାଇଁ ପରାମର୍ଶ ଦେଇଛି। ସେହିପରି ଯାଜପୁରର ପ୍ରସିଦ୍ଧ ବିରଜା ମନ୍ଦିରରେ 144 ଧାର ଲାଗୁ କରାଯାଇଛି। ଭିଡ ଆଶଙ୍କା କରି ସ୍ଥାନୀୟ ଉପଜିଲ୍ଲାପାଳ ଏହି କଟକଣା କରିଛନ୍ତି। ଫଳରେ ସେଠାରେ କୌଣସି ଭକ୍ତ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ। ବିରଜା ମନ୍ଦିରରେ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ 144 ଧାରା ଲାଗୁ କରାଯାଇଛି।

ସାଧାରଣତଃ ଏହି ସାବିତ୍ର ବ୍ରତ କରିବା ପାଇଁ ଦେବୀ ପିଠରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ। ସେଠାରେ ପୂଜା କରିବା ପାଇଁ ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡିଥାଏ। ବର୍ତ୍ତମାନ ସାମାଜିକ ଦୂରତା ପାଇଁ ବିଭିନ୍ନ ମନ୍ଦିର ତରଫରୁ ଏପରି କଟକଣା ନିଆଯାଇ ମନ୍ଦିରର ନିତିଦିନିଆ ପୂଜାପାଠ ବ୍ୟତିତ ଅନ୍ୟ କାହାକୁ ବାରଣ କରାଯାଇଛି।