Categories
ଆଜିର ଖବର ଖେଳ

ରୋଡସେଫ୍ଟି ଓ୍ବାର୍ଲ୍ଡ ସିରିଜ୍‌ ଟି 20 : ସଚିନ୍‌-ଲାରା ମୁକାବିଲା

ମୁମ୍ବାଇ : ସଡକ ସୁରକ୍ଷା ଅଭିଯାନ ପାଇଁ କ୍ରିକେଟ ପଡିଆକୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି ସଚିନ୍‌ ତେନ୍ଦୁଲକର ଏବଂ ବ୍ରାଏନ୍‌ ଲାରା ପଡିଆକୁ ଫେରୁଛନ୍ତି । କେବଳ ସଚିନ୍‌ ଏବଂ ଲାରା ନୁହନ୍ତି ବୀରେନ୍ଦ୍ର ସେହ୍ବାଗ, ଯୁବରାଜ ସିଂ, ଶିବନାରିନ୍‌ ଚନ୍ଦ୍ରପଲ୍‌ ଏବଂ ଡ୍ୟାରେନ୍‌ ଗଙ୍ଗା ମଧ୍ୟ ପଡିଆକୁ ଫେରୁଛନ୍ତି । ଭାରତୀୟ କିମ୍ବଦନ୍ତୀ ଦଳ ଏବଂ ଓ୍ବିଣ୍ଡିଜ୍‌ କିମ୍ବଦନ୍ତୀ ଦଳ ମଧ୍ୟରେ ଏହି ମ୍ୟାଚ୍‌ ଆସନ୍ତା କାଲି ଅନୁଷ୍ଠିତ ହେବ । ବୀରେନ୍ଦ୍ର ସେହ୍ବାଗ ଭାରତୀୟ ଦଳର ଅଧିନାୟକ ରହିଥିବା ବେଳେ ବ୍ରାଏନ୍‌ ଲାରା ଓ୍ବିଣ୍ଡିଜ୍‌ କିମ୍ବଦନ୍ତୀ ଦଳର ନେତୃତ୍ବ ନେବେ । ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍‌ର ସମସ୍ତ ଅର୍ଥ ସଡକ ସୁରକ୍ଷା ପାଇଁ ପ୍ରଦାନ କରାଯିବ ।

ଭାରତୀୟ କିମ୍ବଦନ୍ତୀ ଦଳ : ବୀରେନ୍ଦ୍ର ସେହ୍ବାଗ, ସଚିନ ତେନ୍ଦୁଲକର, ଯୁବରାଜ ସିଂ, ମହମ୍ମଦ କୈଫ, ଜାହିର ଖାନ, ସମୀର ଦିଘେ, ଇର୍ଫାନ ପଠାନ, ମୁନାଫ ପଟେଲ, ପ୍ରଜ୍ଞାନ ଓଝା, ମନପ୍ରୀତ ଗୋନି, ସଞ୍ଜୟ ବାଙ୍ଗର, ଆବି କୁରୁଭିଲା ଏବଂ ସାଇରାଜ ବାହାତୁଲେ ।
ଓ୍ବିଣ୍ଡିଜ୍‌ କିମ୍ବଦନ୍ତୀ ଦଳ : ବ୍ରାଏନ୍ ଲାରା, ଶିବନାରିନ୍ ଚନ୍ଦ୍ରପାଲ୍, ପେଡ୍ରୋ କଲିନ୍ସ,, ଡାରେନ୍ ଗଙ୍ଗା, ଟିନୋ ବେଷ୍ଟ, ସୁଲେମାନ ବେନ, ସାମୁଏଲ ବଦ୍ରି, କାର୍ଲ ହୁପର, ରିଡଲେ ଯାକବ, ଦିନାନାଥ ରାମନାରିନ୍, ରିକାର୍ଡୋ ପାୱେଲ, ଆଡାମ ସାନଫୋର୍ଡ, ଡାନଜା ହାୟାତ୍‌ । (ଏଜେନ୍ସି)

Categories
ଆଜିର ଖବର ଖେଳ

19 ବର୍ଷରୁ କମ୍ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଲେ ସଚିନ୍‌, କୋହଲି ଓ ଶାସ୍ତ୍ରୀ

ନୂଆଦିଲ୍ଲୀ : 19 ବର୍ଷରୁ କମ୍‌ ବିଶ୍ବକପ୍‌ର ଫାଇନାଲ୍‌ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି କ୍ରିକେଟ କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକର । କେବଳ ତେନ୍ଦୁଲକର ନୁହନ୍ତି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏବଂ କୋଚ୍‌ ରବି ଶାସ୍ତ୍ରୀ ମଧ୍ୟ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ୍ଟର ଜରିଆରେ ସଚିନ୍‌ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି । ଭାରତୀୟ ଦଳ ନିଜର ଚମତ୍କାର ଫର୍ମ ବଜାୟ ରଖି ଟୁର୍ଣ୍ଣାମେଣ୍ଟରେ ବିଜୟ ହାସଲ କରୁ ବୋଲି ମୁଁ କାମନା କରୁଛି ବୋଲି ସଚିନ୍‌ ଟ୍ବିଟ୍‌ କରିଛନ୍ତି । ସେହିପରି ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ କୋଚ୍‌ ରବି ଶାସ୍ତ୍ରୀ ଏକ ଭିଡିଓ ମେସେଜ୍‌ ଜରିଆରେ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର

ବ୍ୟାଟ ନିର୍ମାଣକାରୀ କମ୍ପାନୀ ବିରୋଧରେ ସଚିନଙ୍କ ମାମଲା : ୨ ମିଲିୟନ୍‌ ଅଷ୍ଟ୍ରେଲିଆନ୍‌ ଡଲାର ଦାବି

ଭାରତୀୟ କ୍ରିକେଟ କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକର ଏକ ଅଷ୍ଟ୍ରେଲୀୟ ବ୍ୟାଟ୍‌ ନିର୍ମାଣକାରୀ କମ୍ପାନୀ ବିପକ୍ଷରେ ଏକ ମାମଲା ଦାୟର କରିଛନ୍ତି। ଏହି ମାମଲା ଅନୁଯାୟୀ ଉକ୍ତ କମ୍ପାନୀ ନିକଟରୁ ସଚିନ ୨ ମିଲିୟନ୍‌ ଅଷ୍ଟ୍ରେଲିୟ ଡଲାରର ରୟାଲ୍‌ଟି ଦାବି କରିଛନ୍ତି। ସ୍ପାର୍ଟାନ୍‌ ନାମକ ଏହି କମ୍ପାନୀ ‘ସଚିନ୍‌ ବାଇ ସ୍ପାର୍ଟାନ’ର କ୍ରୀଡା ଉପକରଣ ଏବଂ କପଡା ବିକ୍ରି କରୁଥିବା ବେଳେ ଏହାର ପ୍ରଚାର ପ୍ରସାର ପାଇଁ ସଚିନ୍‌ଙ୍କ ନାମ ଏବଂ ଚେହେରା ବ୍ୟବହାର କରିଥିଲା। ଏ ନେଇ ବାର୍ଷିକ ୧ ମିଲିୟନ୍‌ ଡଲାରର ଚୁକ୍ତି ୨୦୧୬ ମସିହାରେ ହୋଇଥିଲା। ଏହାପରେ ସଚିନ୍‌ ଲଣ୍ଡନ ଏବଂ ମୁମ୍ବାଇରେ କମ୍ପାନୀର ପ୍ରଚାର ମଧ୍ୟ କରିଥିଲେ। ମାତ୍ର ୨୦୧୮ ସୁଦ୍ଧା ସଚିନ୍‌ଙ୍କୁ ଏ ବାବଦରେ ଏକ ଟଙ୍କା ମିଳିନଥିଲା। କମ୍ପାନୀକୁ ଅନୁରୋଧ କରିବା ପରେ କୌଣସି ଜବାବ ନ ମିଳିବାରୁ ଆଇନଗତ ପ୍ରକ୍ରିୟାର ଆଶ୍ରୟ ନେଇଛନ୍ତି ସଚିନ୍‌।