Categories
ଆଜିର ଖବର ରାଜ୍ୟ ଖବର

ଅଣସବସିଡ୍ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଓଡିଶା ସମାଜବାଦୀ ପାର୍ଟି ତରଫରୁ ରାଜଧାନୀରେ ବିକ୍ଷୋଭ

ଭୁବନେଶ୍ବର, କେନ୍ଦ୍ର ସରକାର ଅଣସବସିଡ୍ ଗ୍ୟାସ ସିଲିଣ୍ଡର ପିଛା 149 ଟଙ୍କା ବୃଦ୍ଧି କରିଛନ୍ତି। ଏପରି ବୃଦ୍ଧି ଦେଶର ଜନସଧାରଣଙ୍କ ରୋଷେଇ ଘରେ ମାଡ ସଦୃଶ୍ୟ। ଏହି ଦର ବୃଦ୍ଧିକୁ କେନ୍ଦ୍ର ସରକାର ତୁରନ୍ତ ପ୍ରତ୍ୟାହାର କରି ନିଅନ୍ତୁ ବୋଲି ଦାବୀ କରି ଓଡିଶା ସମାଦବାଦୀ ପାର୍ଟି ତରଫରୁ ବିକ୍ଷୋଭ କରାଯାଇଥିଲା। ରାଜଧାନୀରେ କର୍ମିମାନେ କାନ୍ଧରେ ଗ୍ୟାସ ସିଲିଣ୍ଡର ଧରି ଏହି ବିକ୍ଷୋଭରେ ସାମିଲ ହୋଇଥିଲେ। କେନ୍ଦ୍ର ସରକାର ନିର୍ବାଚନ ପୂର୍ବରୁ ଆଚ୍ଛା ଦିନ ଆୟେଗା ନାରା ଦେଇ ଭୋଟ ପାଇଥିଲେ। ହେଲେ ଏ ପର୍ଯ୍ୟନ୍ତ ଦେଶର ଜନସାଧାରଣ ଆଚ୍ଛା ଦିନ ଦେଖିପାରିଲେ ନାହିଁ ବୋଲି ପାର୍ଟି ଅଭିଯୋଗ କରିଛି। ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ୟରେ କର୍ମିମାନେ ଏହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।