Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ସିନେମା

ପୁଣି ଆଉ ଜଣେ ଅଭିନେତା କଲେ ଆତ୍ମହତ୍ୟା: ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲେ ସମୀର ଶର୍ମା

ମୁମ୍ବାଇ: କରୋନା ସଂକଟ ସମୟରେ ବଲିଉଡ୍‌ ଓ ଛୋଟ ପରଦାର ବହୁ କଳାକାର ଅବସ୍ଥା ଏବେ ସଂକଟାପନ୍ନ ହୋଇଛି। ଏପରି ସମୟରେ ବହୁ କଳାକାର ଜୀବନ ହାରିବା ପରି ଚରମ ନିଷ୍ପତ୍ତି ନେଉଛନ୍ତି। ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ମୃତ୍ୟୁ ମାମଲା ଥମି ନଥିବାବେଳେ ଆଉ ଜଣେ ଛୋଟପରଦାର ଲୋକପ୍ରିୟ କଳାକାର ଆତ୍ମହତ୍ୟା କରିଥିବାର ସୂଚନା ରହିଛି।

ମିଳିଥିବା ସୂଚନା ଅନୁସାରେ ଟିଭି ଅଭିନେତା ସମୀର ଶର୍ମା ଆତ୍ମହତ୍ୟା କରିଛନ୍ତି। ମୁମ୍ବାଇଠାରେ ଆତ୍ମହତ୍ୟା କରିଥିବା ଏହି ଅଭିନେତାଙ୍କ ବୟସ 44 ବର୍ଷ। ବୁଧବାର ରାତ୍ରି ପଶ୍ଚିମ ମଲାଡ ସ୍ଥିତ ନେହା ସିଏଚଏସ୍‌ ବିଲିଡିଂରେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଏହି ବର୍ଷ ଫେବୃଆରୀରେ ସମୀର୍‌ ଆପାର୍ଟମେଣ୍ଟକୁ ଭଡାରେ ନେଇଥିଲେ।  ସମୀର ଟେଲିଭିଜନର ଲୋକପ୍ରିୟ ଧାରାବାହିକ ‘କ୍ୟୁଁ କି ଶାଶ୍‌ ଭି କଭୀ ବୋହୂ ଥୀ’, ‘ କାହାନୀ ଘର୍‌ ଘର୍‌ କୀ’ରେ ଅଭିନୟ କରିଥିଲେ।

ଏହି ଅଭିନେତା ଜଣକ ‘ଗୀତ୍‌ – ହୁଇ ସବ୍‌ସେ ପରାୟୀ’, ‘ଜ୍ୟୋତି’, ‘ଇସ୍‌ ପ୍ୟାର୍‌ କୋ କ୍ୟା ନାମ୍‌ ଦୁ-’ ସିଜିନ୍‌ -2ରେ ଅଭିନୟ କରିଥିଲେ। ନିକଟରେ ପ୍ରସାରିତ ହେଉଥିବା ୟେ ରିସ୍ତେ ହୈ ପ୍ୟାର୍‌ କେରେ କୁହୁର ପିତା ଚରିତ୍ରରେ ନଜର ଆସୁଥିଲେ। ତେବେ ଗତ କିଛିଦିନ ହେବ ସେ ଅସୁସ୍ଥ ରହିଥିଲେ ବୋଲି ସୂଚନା ରହିଛି। (ଏଜେନ୍ସି)