Categories
ଆଜିର ଖବର

ବିଜେଡି ଇସ୍ତାହାର କମିଟି ବୈଠକ : ଲୋକଙ୍କ ସମସ୍ୟା ଓ ସମାଧାନ ନେଇ ପ୍ରସ୍ତୁତ ହେବ ନିର୍ବାଚନୀ ଇସ୍ତାହାର

ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ବିଜେଡିର ପ୍ରଥମ ଇସ୍ତାହାର କମିଟି ଅନୁଷ୍ଠିତ ହୋଇଛି। ଆଗାମୀ ନିର୍ବାଚନୀ ଇସ୍ତାହାରରେ କେଉଁ ପ୍ରସଙ୍ଗ ଗୁଡିକ ସ୍ଥାନ ପାଇବ ସେନେଇ ବୈଠକରେ ଆଲୋଚନା ହୋଇଛି। ଏନେଇ ଇସ୍ତାହାର କମିଟି ଉପାଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ବାସ୍ତବବାଦୀ ନିର୍ବାଚନ ଇସ୍ତାହାର ପ୍ରସ୍ତୁତରେ ଗୁରୁତ୍ବାରୋପ କରିଛନ୍ତି। ସେ ଏହି ଅବସରରେ କହିଛନ୍ତି ଯେ, ଚଳିତଥର ଲୋକଙ୍କ ସମସ୍ୟା ଓ ସମାଧାନ ନେଇ ନିର୍ବାଚନୀ ଇସ୍ତାହାର ଦିଆଯିବ ଏବଂ ତାହା ସଠିକ ରୂପେ କାର୍ଯ୍ୟକାରୀ ହେବ। ସେହିପରି ଏହି କମିଟି ଅନ୍ୟତମ ଉପାଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ଇସ୍ତାହାର କମିଟି ନେଇ କହିଛନ୍ତି ଯେ, ଓଡ଼ିଶାର ସବୁ ଅଂଚଳର ସବୁ ବର୍ଗର ଲୋକଙ୍କ ମତ ନିଆଯାଇଛି। ଦଳ ପକ୍ଷରୁ ସଠିକ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରାଯାଉଛି। ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ମତାମତକୁ ସଂଗ୍ରହ କରାଯାଇଛି। ଏହାସହ କୃଷି, ଶ୍ରମିକ ଓ ନିଯୁକ୍ତି ଉପରେ ମଧ୍ୟ ଏହି ଇସ୍ତାହାରରେ ଗୁରୁତ୍ୱ ଦିଆଯିବ ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।