Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ମନୋରଂଜନ ସିନେମା

ତୃତୀୟ ବିବାହ କଲେ ଏହି ଲୋକପ୍ରିୟ ଅଭିନେତ୍ରୀ  

ନ୍ୟୁୟର୍କ : ହଲିଉଡ ଅଭିନେତ୍ରୀ ସ୍କାର୍ଲେଟ ଜୋହାନସନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଆଭେଞ୍ଜର ସିରିଜର ବ୍ଲାକ ୱିଡୋ ଚରିତ୍ରରେ ପ୍ରସିଦ୍ଧି ଲାଭ କରିଥିବା ଏହି ଅଭିନେତ୍ରୀ ଜଣକ ତୃତୀୟ ଥର ପାଇଁ ବିବାହ କରିଛନ୍ତି । 35ବର୍ଷୀୟ ଜୋହାନସନ 38 ବର୍ଷୀୟ କଲିନ ଜୋଷ୍ଟଙ୍କୁ ବିବାହ କରିଛନ୍ତି । କଲିନ ଜଣେ ଅଭିନେତା ତଥା କାହାଣୀକାର । ଇମେଡିଏଟ ଫ୍ୟାମିଲି ଏବଂ ଲଭଡ ୱାନଓ ପରି ଚଳଚିତ୍ରର କାହାଣୀ ଲେଖିବା ସହିତ ଅଭିନୟ ମଧ୍ୟ କରିଛନ୍ତି ।  ଏହି ବିବାହ କାର୍ଯ୍ୟକ୍ରମ କୋଭିଡ ଗାଇଡଲାଇନ ଅନୁସାରେ ଅନୁଷ୍ଠିତ ହୋଇଥିଲା । କେବଳ ପରିବାର ବର୍ଗଙ୍କୁ ବାଦ ଦେଇ ଆଉ କେହି ଉପସ୍ଥିତ ନଥିଲେ ।

ଦୁଇ ବର୍ଷ ଧରି ପରସ୍ପରକୁ ଡେଟ କରିବା ପରେ ମେ 2019ରେ ନିର୍ବନ୍ଧ ସମ୍ପର୍କରେ ଘୋଷଣା କରିଥିଲେ ସ୍କାର୍ଲେଟ । ଏହା ପୂର୍ବରୁ ସ୍କାର୍ଲେଟ ୟର୍ୟାନ ରେନୋଲ୍ଡସଙ୍କୁ  ବିବାହ କରିଥିବା ବେଳେ ତାଙ୍କ ବିବାହ 2008ରୁ 2011 ମସିହା ପର୍ଯ୍ୟନ୍ତ ତିଷ୍ଠିଥିଲା । ସେହିପରି ର୍ୟାନଙ୍କ ପରେସେ ଫ୍ରେଞ୍ଚ ସାମ୍ବାଦିକ ରୋମେନ ଡୌରିଆକଙ୍କୁ ବିବାହ କରିଥିଲେ । ମାତ୍ର ଏହି ବିବାହ ମଧ୍ୟ ବେଶିଦିନ ତିଷ୍ଠି ପାରିନଥିଲା । 2004ରୁ 2017ପର୍ଯ୍ୟନ୍ତ ଦୁହେଁ ଦମ୍ପତି ଜୀବନ ନିର୍ବାହ କରିଥିବାବେଳେ ରୋମେନ ଏବଂ ସ୍କାର୍ଲେଟଙ୍କର ଏକ ଝିଅ ମଧ୍ୟ ରହିଛି । ଏହା ମଧ୍ୟରେ ସ୍କାର୍ଲେଟଙ୍କ ସୋଲୋ ସୁପରହିରୋ ଫିଲ୍ମ ବ୍ଲାକ ୱିଡୋ ରିଲିଜ ହେବାକୁ ଯାଉଛି । କରୋନା କାରଣରୁ ଫିଲ୍ମର ରିଲିଜ ଘୁଞ୍ଚିଥିବା ବେଳେ ମେ 2021ରେ ଫିଲ୍ମଟି ରିଲିଜ ହେବ । ସେହିପରି ଚଳିତ ବର୍ଷର ଦୁଇଟି ଫିଲ୍ମ ଜୋଜୋ ରାବିଟ ଏବଂ ମ୍ୟାରେଜ ଷ୍ଟୋରୀ ପାଇଁ ଓସ୍କାର ମନୋନୟନ ହାସଲ କରିଛନ୍ତି ଜୋହାନସନ । (ଏଜେନ୍ସି)