ନୂଆଦିଲ୍ଲୀ,06/01: ଆଜି ଘୋଷଣା ହେବ ଦିଲ୍ଲୀର ନିର୍ବାଚନ ତାରିଖ । ଅପରାହ୍ନ 3.30 ମିନିଟ୍ରେ ଦିଲ୍ଲୀ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ବାଚନ ତାରିଖ ଘୋଷଣା କରାଯିବ ବୋଲି ଜଣାପଡିଛି । ଚଳିତ ସରକାରଙ୍କ କାର୍ଯ୍ୟକାଳ ଫେବୃୟାରୀ 22ରେ ଶେଷ ହେବାକୁ ଯାଉଛି । ତେଣୁ 22 ତାରିଖ ପୂର୍ବରୁ ନିର୍ବାଚନ ଫଳାଫଳ ବାହରିବାର ଅନୁମାନ ରଖାଯାଉଛି । 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଆପ୍ର 67 ବିଧାୟକ ରହିଥିବା ବେଳେ ବିଜେପି ଏବଂ କଂଗ୍ରେସର 3 ସଦସ୍ୟ ରହିଛନ୍ତି । 2019 ଲୋକସଭା ନିର୍ବାଚନର ସମସ୍ତ ଲୋକସଭା ଆସନରେ ବିଜେପି ବିଜୟୀ ହୋଇଥିବା ବେଳେ ନିକଟକରେ ସମାପ୍ତ ଝାରଖଣ୍ଡ ବିଧାନସଭା ନିର୍ବାଚନରେ ଦଳ ପରାଜୟ ଲାଭ କରିଥିଲା । ଉଭୟ ବିଜେପି ଏବଂ ଆପ୍ ସରକାର ଗଠନ କରିବା ନେଇ ଦୃଢୋକ୍ତି ପ୍ରକାଶ କରିଥିବା ବେଳେ କଂଗ୍ରେସ ସିଏଏକୁ ନେଇ ଜନସାଧାରଣଙ୍କ ନିକଟକୁ ଯିବ ବୋଲି ଜଣାପଡିଛି । (ଏଜେନ୍ସୀ)
Tag: schedule
ଆସନ୍ତା ୨୩ମାଚ୍ଚର୍ରୁ ଆରମ୍ଭ ହେବାକୁ ଯାଉଥିବା କ୍ରିକେଟ ମହାକୁମ୍ଭ ଆଇପିଏଲ୍ ନିମନ୍ତେ ବିସିସିଆଇ ଏହାର କାର୍ଯ୍ୟସୂଚୀ ପ୍ରକାଶ କରିଛି। ପୂର୍ବରୁ ବିସିସିଆଇ ଏହାର ପ୍ରଥମ ଚରଣର କାର୍ଯ୍ୟସୂଚୀ ସମ୍ପର୍କରେ ଘାେଷଣା କରିଥିବା ବେଳେ ସାେମବାର ବିସିସିଆଇର ପ୍ରଶାସକ କମିଟିର ବୈଠକ ପରେ ଏହି ଘୋଷଣା କରାଯାଇଛି। ଲୋକସଭା ନିର୍ବାଚନକୁ ଆଖିଆଗରେ ରଖି ଏହି ସୂଚୀ ପ୍ରସ୍ତୁତ କରାଯାଇଛି। ଚଳିତ ସାଧାରଣ ନିର୍ବାଚନ ମେ ୧୧ରୁ ଆରମ୍ଭ ହେବାକୁ ରହିଛି। ପୂବର୍ରୁ ନିର୍ବାଚନ ସମୟରେ ଆଇପିଏଲ୍ ଦେଶ ବାହାରେ ଆୟୋଜିତ ହାେଇଛି। ୨୦୦୯ରେ ଦକ୍ଷିଣ ଆଫ୍ରିକାରେ ଆଇପିଏଲ୍ର ସମସ୍ତ ମ୍ୟାଚ ଖେଳାଯାଇଥିବା ବେଳେ ୨୦୧୪ର ପ୍ରଥମ ଚରଣ ୟୁଏଇରେ ଖେଳାଯାଇଥିଲା। କିନ୍ତୁ ଚଳିତ ଥର ନିର୍ବାଚନ ସମୟରେ ଆଇପିଏଲ୍ ଦେଶରେ ଖେଳାଯାଉଛି। ବିସିସିଆଇ ଜାରି କରିଥିବା ସମ୍ପୂର୍ଣ୍ଣ ସୂଚୀରେ ମାର୍ଚ୍ଚ ୨୩ରୁ ମେ ୫ ପର୍ଯ୍ୟନ୍ତ ଖେଳାଯିବ। ତଥାପି କ୍ୱାଲିଫାୟର୍ସ ଓ ଫାଇନାଲ ମ୍ୟାଚର ତାରିଖ ଘୋଷଣା ବାକି ଅଛି । ଆଇପିଏଲ୍ର ପ୍ରଥମ ମ୍ୟାଚ୍ରେ ଚେନ୍ନାଇ ସୁପରକିଙ୍ଗସ୍ ଏବଂ ରୟାଲ ଚ୍ୟାଲେଞ୍ଜସର୍ ବାଙ୍ଗାଲୋର ପରସ୍ପରକୁ ଭେଟିବେ।
ଆଇପିଏଲ – ୨୦୧୯ କାର୍ଯ୍ୟସୂଚୀ
ମାର୍ଚ୍ଚ ୨୩- ସିଏସକେ ବନାମ ଆରସିବି, ରାତି ୮ଟା (ଚେନ୍ନାଇ)
ମାର୍ଚ୍ଚ ୨୪- କେକେଆର ବନାମ ଏସଆରଏଚ୍, ଅପରାହ୍ଣ ୪ଟା (କୋଲକାତା)
ମାର୍ଚ୍ଚ ୨୪: ମୁମ୍ବାଇ ବନାମ ଦିଲ୍ଲୀ (ମୁମ୍ବାଇ), ରାତି ୮ଟା (ମୁମ୍ବାଇ)
ମାର୍ଚ୍ଚ ୨୫: ରାଜସ୍ଥାନ ବନାମ ପଞ୍ଜାବ, ରାତି ୮ଟା (ଜୟପୁର)
ମାର୍ଚ୍ଚ ୨୬: ଦିଲ୍ଲୀ ବନାମ ସିଏସକେ, ରାତି ୮ଟା (ଦିଲ୍ଲୀ)
ମାର୍ଚ୍ଚ ୨୭: କେକେଆର ବନାମ ପଞ୍ଜାବ, ରାତି ୮ଟା (କୋଲକାତା)
ମାର୍ଚ୍ଚ ୨୮: ଆରସିବି ବନାମ ମୁମ୍ବାଇ, ରାତି ୮ଟା (ବେଙ୍ଗାଲୁରୁ)
ମାର୍ଚ୍ଚ ୨୯: ଏସଆରଏଚ୍ ବନାମ ରାଜସ୍ଥାନ, ରାତି ୮ଟା (ବେଙ୍ଗାଲୁରୁ)
ମାର୍ଚ୍ଚ ୩୦: ପଞ୍ଜାବ ବନାମ ମୁମ୍ବାଇ, ଅପରାହ୍ଣ ୪ଟା (ମୋହାଲି)
ମାର୍ଚ୍ଚ ୩୦: ଦିଲ୍ଲୀ ବନାମ କେକେଆର, ରାତି ୮ଟା (ଦିଲ୍ଲୀ)
ମାର୍ଚ୍ଚ ୩୧: ଏସଆରଏଚ୍ ବନାମ ଆରସିବି, ଅପରାହ୍ଣ ୪ଟା (ହାଇଦ୍ରାବାଦ)
ମାର୍ଚ୍ଚ ୩୧: ସିଏସକେ ବନାମ ରାଜସ୍ଥାନ (ଚେନ୍ନାଇ)
ଏପ୍ରିଲ ୧: ପଞ୍ଜାବ ବନାମ ଦିଲ୍ଲୀ, ରାତି ୮ଟା (ମୋହାଲି)
ଏପ୍ରିଲ ୨: ରାଜସ୍ଥାନ ବନାମ ଆରସିବି, ରାତି ୮ଟା (ଜୟପୁର)
ଏପ୍ରିଲ ୩: ମୁମ୍ବାଇ ବନାମ ସିଏସକେ, ରାତି ୮ଟା (ମୁମ୍ବାଇ)
ଏପ୍ରିଲ ୪: ଦିଲ୍ଲୀ ବନାମ ଏସଆରଏଚ, ରାତି ୮ଟା (ଦିଲ୍ଲୀ)
ଏପ୍ରିଲ ୫: ଆରସିବି ବନାମ କେକେଆର, ରାତି ୮ଟା (ବେଙ୍ଗାଲୁରୁ)
ଏପ୍ରିଲ ୬: ସିଏସକେ ବନାମ ପଞ୍ଜାବ, ଅପରାହ୍ଣ ୪ଟା (ଚେନ୍ନାଇ)
ଏପ୍ରିଲ ୬: ଏସଆରଏଚ ବନାମ ମୁମ୍ବାଇ, ରାତି ୮ଟା (ହାଇଦ୍ରାବାଦ)
ଏପ୍ରିଲ ୭: ଆରସିବି ବନାମ ଦିଲ୍ଲୀ, ଅପରାହ୍ଣ ୪ଟା (ବେଙ୍ଗାଲୁରୁ)
ଏପ୍ରିଲ ୭: ରାଜସ୍ଥାନ ବନାମ କେକେଆର, ରାତି ୮ଟା (ଜୟପୁର)
ଏପ୍ରିଲ ୮: ପଞ୍ଜାବ ବନାମ ଏସଆରଏଚ୍, ରାତି ୮ଟା (ମୋହାଲି)
ଏପ୍ରିଲ ୯: ସିଏସକେ ବନାମ କେକେଆର, ରାତି ୮ଟା (ଚେନ୍ନାଇ)
ଏପ୍ରିଲ ୧୦: ମୁମ୍ବାଇ ବନାମ ପଞ୍ଜାବ, ରାତି ୮ଟା (ମୁମ୍ବାଇ)
ଏପ୍ରିଲ ୧୧: ରାଜସ୍ଥାନ ବନାମ ଚେନ୍ନାଇ, ରାତି ୮ଟା (ଜୟପୁର)
ଏପ୍ରିଲ ୧୨: କେକେଆର ବନାମ ଦିଲ୍ଲୀ, ରାତି ୮ଟା (କୋଲକାତା)
ଏପ୍ରିଲ ୧୩: ମୁମ୍ବାଇ ବନାମ ରାଜସ୍ଥାନ, ଅପରାହ୍ଣ ୪ଟା (ମୁମ୍ବାଇ)
ଏପ୍ରିଲ ୧୩: ପଞ୍ଜାବ ବନାମ ଆରସିବି, ରାତି ୮ଟା (ମୋହାଲି)
ଏପ୍ରିଲ ୧୪: କେକେଆର ବନାମ ସିଏସକେ, ଅପରାହ୍ଣ ୪ଟା (କୋଲକାତା)
ଏପ୍ରିଲ ୧୪: ଏସଆରଏଚ୍ ବନାମ ଦିଲ୍ଲୀ, ରାତି ୮ଟା (ହାଇଦ୍ରାବାଦ)
ଏପ୍ରିଲ ୧୫: ମୁମ୍ବାଇ ବନାମ ଆରସିବି, ରାତି ୮ଟା (ମୁମ୍ବାଇ)
ଏପ୍ରିଲ ୧୬: ପଞ୍ଜାବ ବନାମ ରାଜସ୍ଥାନ, ରାତି ୮ଟା (ମୋହାଲି)
ଏପ୍ରିଲ ୧୭: ଏସଆରଏଚ ବନାମ ସିଏସକେ, ରାତି ୮ଟା (ହାଇଦ୍ରାବାଦ)
ଏପ୍ରିଲ ୧୮: ଦିଲ୍ଲୀ ବନାମ ମୁମ୍ବାଇ, ରାତି ୮ଟା (ଦିଲ୍ଲୀ)
ଏପ୍ରିଲ ୧୯: କେକେଆର ବନାମ ଆରସିବି, ରାତି ୮ଟା (କୋଲକାତା)
ଏପ୍ରିଲ ୨୦: ରାଜସ୍ଥାନ ବନାମ ମୁମ୍ବାଇ, ଅପରାହ୍ଣ ୪ଟା, (ଜୟପୁର)
ଏପ୍ରିଲ ୨୦: ଦିଲ୍ଲୀ ବନାମ ପଞ୍ଜାବ, ରାତି ୮ଟା (ଦିଲ୍ଲୀ)
ଏପ୍ରିଲ ୨୧: ଏସଆରଏଚ ବନାମ କେକେଆର, ଅପରାହ୍ଣ ୪ଟା (ହାଇଦ୍ରାବାଦ)
ଏପ୍ରିଲ ୨୧: ଆରସିବି ବନାମ ସିଏସକେ, ରାତି ୮ଟା (ବେଙ୍ଗାଲୁରୁ)
ଏପ୍ରିଲ ୨୨: ରାଜସ୍ଥାନ ବନାମ ଦିଲ୍ଲୀ, ରାତି ୮ଟା (ଜୟପୁର)
ଏପ୍ରିଲ ୨୩: ସିଏସକେ ବନାମ ଏସଆରଏଚ, ରାତି ୮ଟା (ଚେନ୍ନାଇ)
ଏପ୍ରିଲ ୨୪: ଆରସିବି ବନାମ ପଞ୍ଜାବ, ରାତି ୮ଟା (ବେଙ୍ଗାଲୁରୁ)
ଏପ୍ରିଲ ୨୫: କେକେଆର ବନାମ ରାଜସ୍ଥାନ, ରାତି ୮ଟା (କୋଲକାତା)
ଏପ୍ରିଲ ୨୬: ସିଏସକେ ବନାମ ମୁମ୍ବାଇ, ରାତି ୮ଟା (ଚେନ୍ନାଇ)
ଏପ୍ରିଲ ୨୭: ରାଜସ୍ଥାନ ବନାମ ଏସଆରଏଚ, ରାତି ୮ଟା (ଜୟପୁର)
ଏପ୍ରିଲ ୨୮: ଦିଲ୍ଲୀ ବନାମ ଆରସିବି, ଅପରାହ୍ଣ ୪ଟା (ଦିଲ୍ଲୀ)
ଏପ୍ରିଲ ୨୮: କେକେଆର ବନାମ ମୁମ୍ବାଇ, ରାତି ୮ଟା (କୋଲକାତା)
ଏପ୍ରିଲ ୨୯: ଏସଆରଏଚ ବନାମ ପଞ୍ଜାବ, ରାତି ୮ଟା (ହାଇଦ୍ରାବାଦ)
ଏପ୍ରିଲ ୩୦: ଆରସିବି ବନାମ ରାଜସ୍ଥାନ, ରାତି ୮ଟା (ବେଙ୍ଗାଲୁରୁ)
ମେ’ ୧: ସିଏସକେ ବନାମ ଦିଲ୍ଲୀ, ରାତି ୮ଟା (ଚେନ୍ନାଇ)
ମେ’ ୨: ମୁମ୍ବାଇ ବନାମ ଏସଆରଏଚ, ରାତି ୮ଟା (ମୁମ୍ବାଇ)
ମେ’ ୩: ପଞ୍ଜାବ ବନାମ କେକେଆର, ରାତି ୮ଟା (ମୋହାଲି)
ମେ’ ୪: ଦିଲ୍ଲୀ ବନାମ ରାଜସ୍ଥାନ, ଅପରାହ୍ଣ ୪ଟା (ଦିଲ୍ଲୀ)
ମେ’ ୪: ଆରସିବି ବନାମ ଏସଆରଏଚ, ରାତି ୮ଟା (ବେଙ୍ଗାଲୁରୁ)
ମେ’ ୫: ପଞ୍ଜାବ ବନାମ ସିଏସକେ, ଅପରାହ୍ଣ ୪ଟା (ମୋହାଲି)
ମେ’ ୫: ମୁମ୍ବାଇ ବନାମ କେକେଆର, ରାତି ୮ଟା (ମୁମ୍ବାଇ)