Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ପାକିସ୍ତାନରେ ଯୌନ ଅପରାଧ ବୃଦ୍ଧି ପାଇଁ ବଲିଉଡ୍‌କୁ ଦାୟୀ କଲେ ଇମ୍ରାନ ଖାନ୍‌

ଇସଲାମାବାଦ : ପାକିସ୍ତାନରେ ଯୌନ ଅପରାଧ ବୃଦ୍ଧି ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ବଲିଉଡ୍‌କୁ ଦାୟୀ କରିଛନ୍ତି । ଜଣେ ୟୁଟ୍ୟୁବ୍‌ ଡେଭେଲେପର୍‌ଙ୍କୁ ନିଜର ସାକ୍ଷାତକାର ସମୟରେ ଏପରି ଦାୟିତ୍ବହୀନ ମନ୍ତବ୍ୟ ଦେଇଛନ୍ତି ଇମ୍ରାନ । ଦେଶରେ ବଢୁଥିବା ଯୌନ ଅପରାଧ ପାଇଁ ଇମ୍ରାନ କେବଳ ବଲିଉଡ୍‌ ନୁହେଁ ହଲିଉଡ୍‌କୁ ମଧ୍ୟ ଦୋଷାରୋପ କରିଛନ୍ତି । ମୋବାଇଲ୍‌ ଫୋନ୍‌ ସମସ୍ତଙ୍କ ହାତରେ ରହିଥିବାରୁ ଅଶ୍ଲୀଳ ବିଷୟବସ୍ତୁ ଥିବା ଛବି ଏବଂ ଭିଡିଓ ସମସ୍ତଙ୍କମ ହାତ ପାହାନ୍ତାରେ । ଏପରି ଭିଡିଓ ଜରିଆରେ ବଲିଉଡ୍‌ ପାକିସ୍ତାନର ଯୁବପିଢିଙ୍କୁ ନଷ୍ଟ କରୁଛି ବୋଲି ଇମ୍ରାନ ମତ ଦେଇଥିଲେ । ଏହି ସବୁ କାହାଣୀ ଦେଖି ପାଶ୍ଚାତ୍ୟ ସଭ୍ୟତା ଦ୍ବାରା ଯୁବପିଢି ଅନୁପ୍ରାଣିତ ହେବା ସହିତ ଦେଶରେ ଛାଡପତ୍ରର ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ବୋଲି ଇମ୍ରାନ ଅଭିଯୋଗ କରିଥିଲେ । ଫିଲ୍ମ ଗୁଡିକ ସଂସ୍ପର୍ଶରେ ଆସି ଛାତ୍ରଛାତ୍ରୀ ମାଦକ ଦ୍ରବ୍ୟର ସେବନ ମଧ୍ୟ କରୁଛନ୍ତି । ମୁଁ ପୂର୍ବରୁ ଏ ସମ୍ପର୍କରେ ଅଜ୍ଞ ଥିଲି ମାତ୍ର କ୍ଷମତାକୁ ଆସିବା ପରେ ଏ ସମ୍ପର୍କରେ ଜାଣିବାକୁ ପାଉଛି ବୋଲି ଇମ୍ରାନ ପ୍ରକାଶ କରିଥିଲେ । (ଏଜେନ୍ସୀ)