Categories
ଆଜିର ଖବର ଜାତୀୟ ଖବର

70 ଦିନ ପରେ ଖୋଲିଲା ଶାହିନ୍‌ବାଗ୍‌ ରାସ୍ତା

ନୂଆଦିଲ୍ଲୀ : ଦୀର୍ଘ 70 ଦିନ ପରେ ଶାହିନବାଗ ରାସ୍ତା ଖୋଲିଛି । ସୁପ୍ରିମକୋର୍ଟ ନିଯୁକ୍ତ ମଧ୍ୟସ୍ଥିଙ୍କ ସହିତ ଆଲୋଚନା ପରେ ପ୍ରତିବାଦକାରୀଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ସମ୍ପୂର୍ଣ୍ଣ ରାସ୍ତା ଖୋଲା ଯାଇନଥିଲେ ମଧ୍ୟ ନୋଇଡା-କାଳିନ୍ଦୀକୁଞ୍ଜ ରାସ୍ତା ଖୋଲାଯାଇଛି । ଏହା ଫଳରେ ଜାମିଆ ଏବଂ ଫରିଦାବାଦକୁ ଯିବା ସହଜ ହେବ । ପୂର୍ବରୁ ରାସ୍ତା ନମ୍ବର 9କୁ ଖୋଲାଯାଇଥିଲା ମାତ୍ର କିଛି ସମୟ ମଧ୍ୟରେ ପ୍ରତିବାଦକାରୀଙ୍କ ଅନ୍ୟ ଏକ ଦଳ ଏହି ରାସ୍ତାକୁ ବନ୍ଦ କରି ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ମଧ୍ୟସ୍ଥି ସନ୍ତୋଷ ହେଗ୍‌ଡେ ଏବଂ ସାଧନା ରାମଚନ୍ଦ୍ରନଙ୍କ ସହିତ ଆଲୋଚନା ପରେ ଏହି ରାସ୍ତାକୁ ଆଂଶିକ ଭାବରେ ଖୋଲାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଶାହିନ୍‌ବାଗ୍‌ ପ୍ରତିବାଦକାରୀଙ୍କ ସହିତ ମଧ୍ୟସ୍ଥିଙ୍କ ଆଲୋଚନା : ମାମଲା ପ୍ରତ୍ୟାହାର ଦାବି

ନୂଆଦିଲ୍ଲୀ : ଶନିବାର ଦିନ ଶାହିନବାଗ ଆନ୍ଦୋଳନକାରୀଙ୍କ ସହିତ ତୃତୀୟ ରାଉଣ୍ଡ ଆଲୋଚନା କରିଛନ୍ତି ମଧ୍ୟସ୍ଥି ସାଧନା ରାମଚନ୍ଦ୍ରନ । ଏହି ଆଲୋଚନା ସମୟରେ ସାଧନା ସରକାରଙ୍କ ପକ୍ଷ ନେଇ ଆଲୋଚନାକୁ ଆସି ନାହାନ୍ତି ଏବଂ ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରା ନିଯୁକ୍ତ ବୋଲି କହିଥିଲେ । ଶାହିନ୍‌ବାଗ ଆନ୍ଦୋଳନକୁ ହଟାଯାଉ ବୋଲି ମୁଁ କହୁନାହିଁ । ଶାହିନବାଗ ଜାରି ରହିବା ଉଚିତ୍‌ ମାତ୍ର ଏହାଦ୍ବାରା ସର୍ବସାଧାରଣ ରାସ୍ତା ବନ୍ଦ ନହେବା ଉଚିତ୍‌ ବୋଲି ସେ ପ୍ରକାଶ କରିଥିଲେ । ଯଦି ବିକ୍ଷୋଭକାରୀ ଗୃହମନ୍ତ୍ରୀ ବା ସରକାରଙ୍କ ସହିତ ଆଲୋଚନା କରିବାକୁ ଚାହାନ୍ତି ତେବେ ସେ କରିପାରନ୍ତି ମାତ୍ର ମଧ୍ୟସ୍ଥି ଦଳ ସରକାରଙ୍କ ପକ୍ଷରୁ ଆସି ନାହାନ୍ତି ବୋଲି ରାମଚନ୍ଦ୍ରନ ସ୍ପଷ୍ଟ କରିଥିଲେ । ବିକ୍ଷୋଭକାରୀ ମାନେ ସୁରକ୍ଷା ଦାବି କରିଥିବା ବେଳେ ଏନେଇ ସର୍ବୋଚ୍ଚ କୋର୍ଟ ଆଦେଶ ପ୍ରଦାନ କରିବା ପାଇଁ ଦାବି କରାଯାଇଥିଲା । ଶାହିନବାଗ ଏବଂ ଜାମିଆ ହିଂସାକାଣ୍ଡରେ ଦାଖଲ କରାଯାଇଥିବା ସମସ୍ତ ମାମଲାକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଥିଲେ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଶାହିନ୍‌ବାଗରୁ ହଟିବ ଆନ୍ଦୋଳନ : ମଧ୍ୟସ୍ଥି ନିଯୁକ୍ତ କଲେ ସର୍ବୋଚ୍ଚ କୋର୍ଟ

ନୂଆଦିଲ୍ଲୀ : ଶାହିନ୍‌ବାଗରେ ଜାରି ରହିଥିବା ସିଏଏ ବିରୋଧୀ ଆନ୍ଦୋଳନକୁ ନେଇ ସର୍ବୋଚ୍ଚ କୋର୍ଟ ନିଜର ନିଷ୍ପତ୍ତି ନେଇଛନ୍ତି । ସିଏଏ ଆନ୍ଦୋଳନକୁ ନେଇ ଦାଖଲ କରାଯାଇଥିବା ବିଭିନ୍ନ ଯାଚିକା ଉପରେ ବିଚାର କରି ସୋମବାର ଏହି ମାମଲାରେ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା ପାଇଁ ଦୁଇ ଜଣ ମଧ୍ୟସ୍ଥି ନିଯୁକ୍ତି କରିଛନ୍ତି ସର୍ବୋଚ୍ଚ କୋର୍ଟ । ନୂଆଦିଲ୍ଲୀର କାଳିନ୍ଦୀ କୁଞ୍ଜ ନିକଟସ୍ଥ ଶାହିନ୍‌ବାଗ୍‌ରେ ସିଏଏ ବିରୋଧୀ ଆନ୍ଦୋଳନ ବିରୋଧରେ ସର୍ବୋଚ୍ଚ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । ବରିଷ୍ଠ ଆଇନଜୀବୀ ସଞ୍ଜୟ ହେଗ୍‌ଡେ ଏବଂ ସାଧନା ରାମଚନ୍ଦ୍ରନଙ୍କୁ ସର୍ବୋଚ୍ଚ କୋର୍ଟ ଏହି ମାମଲାରେ ମଧ୍ୟସ୍ଥି ନିଯୁକ୍ତ କରିଛନ୍ତି । ଦୁଇ ଓକିଲ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ଆନ୍ଦୋଳନକାରୀ ମାନେ ଅନ୍ୟ କୌଣସି ସ୍ଥାନରେ ଆନ୍ଦୋଳନ କରିବା ଉଚିତ୍‌ ବୋଲି ସର୍ବୋଚ୍ଚ କୋର୍ଟ । ଯଦି ମଧ୍ୟସ୍ଥିଙ୍କ ଆଲୋଚନା ବିଫଳ ହୁଏ ତେବେ ସରକାରଙ୍କୁ ହସ୍ତକ୍ଷେପ କରିବାକୁ ପଡିବ ବୋଲି ସର୍ବୋଚ୍ଚ କୋର୍ଟ କହିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଳୀର ଆଇନ ଶୃଙ୍ଖଳା ପରସ୍ଥିତି କେନ୍ଦ୍ରର ଦାୟିତ୍ବ : ରାଘବ ଚଢ୍ଢା

ନୂଆଦିଲ୍ଲୀ : ଶହିନବାଗକୁ ନେଇ ମୁହଁ ଖୋଲିଛନ୍ତି ଆପ୍‌ ନେତା ରାଘବ ଚଢ୍ଢା । ଶାହିନବାଗରେ ସିଏଏ ବିରୋଧୀ ଆନ୍ଦୋଳନକୁ ନେଇ କରାଯାଇଥିବା ପ୍ରଶ୍ନରେ ରାଘବ ଏହି ଉତ୍ତର ଦେଇଥିଲେ । ଦିଲ୍ଲୀର ଆଇନ ଶୃଙ୍ଖଳା ପରସ୍ଥିତି କେନ୍ଦ୍ର ସରକାରଙ୍କ ଅଧୀନରେ ରହିଛି । ତେଣୁ ଶାହିନବାଗରୁ ଆନ୍ଦୋଳନ ହଟାଇବା ଦାୟିତ୍ବ କେନ୍ଦ୍ର ସରକାରଙ୍କର ବୋଲି ରାଘବ ପ୍ରକାଶ କରିଛନ୍ତି । ଆପ୍‌ ଏକ କ୍ଷୁଦ୍ର ରାଜନୈତିକ ଦଳ ଯାହାକି ସାଧାରଣ ଜନତାଙ୍କ ବିଭିନ୍ନ ଅସୁବିଧା, ସ୍ବାସ୍ଥ୍ୟ, ଶିକ୍ଷା ଏବଂ ପ୍ରଦୂଷଣକୁ ନେଇ ରହିଥିବା ସମସ୍ୟା ଦୂର କରିବା ଏହାର ଦାୟିତ୍ବ । ସିଏଏ ଏବଂ ଏହାକୁ ନେଇ ରହିଥିବା ସମସ୍ୟା ସହିତ ଆପ୍‌ର କୌଣସି ସମ୍ପର୍କ ନାହିଁ ବୋଲି ରାଘବ ପ୍ରକାଶ କରିଥିଲେ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଶାହିନବାଗ ପ୍ରତିବାଦକାରୀ ସର୍ବଦା ରାସ୍ତା ବନ୍ଦ କରିପାରିବେ ନାହିଁ : ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ : ଶାହିନବାଗରେ ସିଏଏ ବିରୋଧୀ ଆନ୍ଦୋଳନକୁ ସୁପ୍ରିମକୋର୍ଟ ସମାଲୋଚନା କରିଛନ୍ତି । ଏହା ଉପରେ କୌଣସି ରାୟ ଦେଇନଥିଲେ ମଧ୍ୟ ସୁପ୍ରିମକୋର୍ଟ ଏହାକୁ ସମାଲୋଚନା କରିଛନ୍ତି । ଆନ୍ଦୋଳନ ନାମରେ କୌଣସି ରାସ୍ତାକୁ ଆପଣ ସର୍ବଦା ବନ୍ଦ କରିବେ ନାହିଁ । ଶାହିନ୍‌ବାଗ ଆନ୍ଦୋଳନକୁ ନେଇ ଦାଖଲ କରାଯାଇଥିବା ବିଭିନ୍ନ ସର୍ବସାଧାରଣ ଯାଚିକା ଉପରେ ବିଚାର କରି ଦୁଇ ଜଣିଆ ଖଣ୍ଡପୀଠ ଏହା କହିଛନ୍ତି । ଅପର ପକ୍ଷର ଉତ୍ତର ଶୁଣିବା ପରେ ଆସନ୍ତା 17 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ ବୋଲି ଜଣାପଡିଛି । ଏହା ସହିତ ସର୍ବୋଚ୍ଚ କୋର୍ଟ ଏହି ମାମଲାରେ ଦିଲ୍ଲୀ ସରକାର ଏବଂ ଦିଲ୍ଲୀ ପୋଲିସ୍‌କୁ ନୋଟିସ୍‌ ଜାରି କରିଛନ୍ତି । ଜଷ୍ଟିସ୍‌ ସଞ୍ଜୟ କିଶାନ କୌଲ୍‌ ଏବଂ ଜଷ୍ଟିସ୍‌ କେ ଏମ୍‌ ଯୋଶେଫ୍‌ ଏହି ମାମଲାର ଶୁଣାଣି କରିଥିଲେ । ଆନ୍ଦୋଳନ ପାଇଁ ଏକ ଜାଗା ସ୍ଥିରୀକୃତ ରହିବା ଆବଶ୍ୟକ । କୌଣସି ସ୍ଥାନରେ କେହିବି ଆନ୍ଦୋଳନ କରିବା ଅନୁଚିତ ବୋଲି ଖଣ୍ଡପୀଠ ମତ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ବିଗତ 50 ଦିନ ଧରି ସିଏଏ ଆଇନ ବିରୋଧରେ ରୋଡ ନମ୍ବର 13 ଏ କୁ ଅବରୋଧ କରି ରଖାଯାଇଛି ।