ଶାହିନ୍‌ବାଗରୁ ହଟିବ ଆନ୍ଦୋଳନ : ମଧ୍ୟସ୍ଥି ନିଯୁକ୍ତ କଲେ ସର୍ବୋଚ୍ଚ କୋର୍ଟ

Published: Feb 17, 2020, 4:21 pm IST

ନୂଆଦିଲ୍ଲୀ : ଶାହିନ୍‌ବାଗରେ ଜାରି ରହିଥିବା ସିଏଏ ବିରୋଧୀ ଆନ୍ଦୋଳନକୁ ନେଇ ସର୍ବୋଚ୍ଚ କୋର୍ଟ ନିଜର ନିଷ୍ପତ୍ତି ନେଇଛନ୍ତି । ସିଏଏ ଆନ୍ଦୋଳନକୁ ନେଇ ଦାଖଲ କରାଯାଇଥିବା ବିଭିନ୍ନ ଯାଚିକା ଉପରେ ବିଚାର କରି ସୋମବାର ଏହି ମାମଲାରେ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା ପାଇଁ ଦୁଇ ଜଣ ମଧ୍ୟସ୍ଥି ନିଯୁକ୍ତି କରିଛନ୍ତି ସର୍ବୋଚ୍ଚ କୋର୍ଟ । ନୂଆଦିଲ୍ଲୀର କାଳିନ୍ଦୀ କୁଞ୍ଜ ନିକଟସ୍ଥ ଶାହିନ୍‌ବାଗ୍‌ରେ ସିଏଏ ବିରୋଧୀ ଆନ୍ଦୋଳନ ବିରୋଧରେ ସର୍ବୋଚ୍ଚ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । ବରିଷ୍ଠ ଆଇନଜୀବୀ ସଞ୍ଜୟ ହେଗ୍‌ଡେ ଏବଂ ସାଧନା ରାମଚନ୍ଦ୍ରନଙ୍କୁ ସର୍ବୋଚ୍ଚ କୋର୍ଟ ଏହି ମାମଲାରେ ମଧ୍ୟସ୍ଥି ନିଯୁକ୍ତ କରିଛନ୍ତି । ଦୁଇ ଓକିଲ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ଆନ୍ଦୋଳନକାରୀ ମାନେ ଅନ୍ୟ କୌଣସି ସ୍ଥାନରେ ଆନ୍ଦୋଳନ କରିବା ଉଚିତ୍‌ ବୋଲି ସର୍ବୋଚ୍ଚ କୋର୍ଟ । ଯଦି ମଧ୍ୟସ୍ଥିଙ୍କ ଆଲୋଚନା ବିଫଳ ହୁଏ ତେବେ ସରକାରଙ୍କୁ ହସ୍ତକ୍ଷେପ କରିବାକୁ ପଡିବ ବୋଲି ସର୍ବୋଚ୍ଚ କୋର୍ଟ କହିଛନ୍ତି । (ଏଜେନ୍ସି)

Related posts