ଶାହିନବାଗ ପ୍ରତିବାଦକାରୀ ସର୍ବଦା ରାସ୍ତା ବନ୍ଦ କରିପାରିବେ ନାହିଁ : ସୁପ୍ରିମ୍‌କୋର୍ଟ

Published: Feb 10, 2020, 2:25 pm IST

ନୂଆଦିଲ୍ଲୀ : ଶାହିନବାଗରେ ସିଏଏ ବିରୋଧୀ ଆନ୍ଦୋଳନକୁ ସୁପ୍ରିମକୋର୍ଟ ସମାଲୋଚନା କରିଛନ୍ତି । ଏହା ଉପରେ କୌଣସି ରାୟ ଦେଇନଥିଲେ ମଧ୍ୟ ସୁପ୍ରିମକୋର୍ଟ ଏହାକୁ ସମାଲୋଚନା କରିଛନ୍ତି । ଆନ୍ଦୋଳନ ନାମରେ କୌଣସି ରାସ୍ତାକୁ ଆପଣ ସର୍ବଦା ବନ୍ଦ କରିବେ ନାହିଁ । ଶାହିନ୍‌ବାଗ ଆନ୍ଦୋଳନକୁ ନେଇ ଦାଖଲ କରାଯାଇଥିବା ବିଭିନ୍ନ ସର୍ବସାଧାରଣ ଯାଚିକା ଉପରେ ବିଚାର କରି ଦୁଇ ଜଣିଆ ଖଣ୍ଡପୀଠ ଏହା କହିଛନ୍ତି । ଅପର ପକ୍ଷର ଉତ୍ତର ଶୁଣିବା ପରେ ଆସନ୍ତା 17 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ ବୋଲି ଜଣାପଡିଛି । ଏହା ସହିତ ସର୍ବୋଚ୍ଚ କୋର୍ଟ ଏହି ମାମଲାରେ ଦିଲ୍ଲୀ ସରକାର ଏବଂ ଦିଲ୍ଲୀ ପୋଲିସ୍‌କୁ ନୋଟିସ୍‌ ଜାରି କରିଛନ୍ତି । ଜଷ୍ଟିସ୍‌ ସଞ୍ଜୟ କିଶାନ କୌଲ୍‌ ଏବଂ ଜଷ୍ଟିସ୍‌ କେ ଏମ୍‌ ଯୋଶେଫ୍‌ ଏହି ମାମଲାର ଶୁଣାଣି କରିଥିଲେ । ଆନ୍ଦୋଳନ ପାଇଁ ଏକ ଜାଗା ସ୍ଥିରୀକୃତ ରହିବା ଆବଶ୍ୟକ । କୌଣସି ସ୍ଥାନରେ କେହିବି ଆନ୍ଦୋଳନ କରିବା ଅନୁଚିତ ବୋଲି ଖଣ୍ଡପୀଠ ମତ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ବିଗତ 50 ଦିନ ଧରି ସିଏଏ ଆଇନ ବିରୋଧରେ ରୋଡ ନମ୍ବର 13 ଏ କୁ ଅବରୋଧ କରି ରଖାଯାଇଛି ।

Related posts