Categories
ଆଜିର ଖବର ଖେଳ

ଟି 20 ରାଙ୍କିଙ୍ଗର ଏକ ନମ୍ବର ସ୍ଥାନରେ ଶେଫାଳି ବର୍ମା

ନୂଆଦିଲ୍ଲୀ : ସଦ୍ୟ ପ୍ରକାଶିତ ଟି 20 ରାଙ୍କିଙ୍ଗରେ ଏକନମ୍ବର ସ୍ଥାନରେ ପହଞ୍ଚିଛନ୍ତି ଭାରତୀୟ ଖେଳାଳି ଶେଫାଳି ବର୍ମା । ବୁଧବାର ଆଇସିସି ପକ୍ଷରୁ ପ୍ରକାଶକିତ ଟି 20 ରାଙ୍କିଙ୍ଗରେ ଶେଫାଳି ପ୍ରଥମ ସ୍ଥାନରେ ରହିଛନ୍ତି । ଚଳିତ ଟି 20 ବିଶ୍ବକପ୍‌ରେ ନିଜର ଚମତ୍କାର ପ୍ରଦର୍ଶନ କାରଣରୁ ଶେଫାଳିଙ୍କୁ ଏକ ନମ୍ବର ସ୍ଥାନ ମିଳିଛି । 16 ବର୍ଷୀୟ ଶେଫାଳି 18ଟି ଟି 20 ମ୍ୟାଚ୍‌ ଖେଳିଥିବା ବେଳେ 485 ରନ୍‌ ସଂଗ୍ରହ କରିଥିବା ବେଳେ 19ଟି ସ୍ଥାନ ଲମ୍ଫ ପ୍ରଦାନ କରିଛନ୍ତି । ଶେଫାଳି ଚଳିତ ଟି 20 ବିଶ୍ବକପ୍‌ରେ 4ଟି ମ୍ୟାଚ୍‌ରୁ 161 ଷ୍ଟ୍ରାଇକ୍‌ ରେଟ୍‌ରେ 161 ରନ୍‌ ସଂଗ୍ରହ କରିଛନ୍ତି । ଶେଫାଳିଙ୍କ ବ୍ୟତିତ ସ୍ମୃତି ମାନ୍ଧନା 4ର୍ଥରୁ ଷଷ୍ଠ ଏବଂ ଜେମିମା ରଡ୍ରିଗ୍‌ଜ ଷଷ୍ଠ ସ୍ଥାନରୁ ଅଷ୍ଟମ ସ୍ଥାନକୁ ଖସିଛନ୍ତି । ଭାରତୀୟ ବୋଲରଙ୍କ ମଧ୍ୟରେ ପୁନମ ଯାଦବ ଅଷ୍ଟମ ସ୍ଥାନରେ ପହଞ୍ଚିଛନ୍ତି । ଇଂଲଣ୍ଡର ସୋଫି ଏକ୍‌ଲେଷ୍ଟୋନ୍‌ ପ୍ରଥମ ସ୍ଥାନରେ ରହିଛନ୍ତି । (ଏଜେନ୍ସି)