Categories
ଆଜିର ଖବର ଜାତୀୟ ଖବର

ସେବା ରାଇଫଲ ସାହାଯ୍ୟରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ଜଣେ ସୈନିକ

ଶ୍ରୀନଗର: ଜାମ୍ମୁ କାଶ୍ମୀରର ଉରିରେ ଜଣେ ସୈନିକ ଆତ୍ମହତ୍ୟା କରିଥିବା ସୂଚନା ରହିଛି। ସୈନିକ ଜଣଙ୍କ ସେବା ରାଇଫଲ ସାହାଯ୍ୟରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି ବୋଲି ପୋଲିସ କହିଛି।

ମୃତ ସୈନିକ ଜଣଙ୍କ ଜାମ୍ମୁ କାଶ୍ମୀରର ସାମ୍ବା ଜିଲ୍ଲାର ରାକ୍ଷେତ କୁମାର ବୋଲି ଜଣାପଡିଛି। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଏହି ଘଟଣାରେ ଏତଲା ପଞ୍ଜୀକୃତ ହେବା ସହିତ ଅଧିକ ତଦନ୍ତ ଜାରି ରହିଛି।