ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ଦୋକାନ ବଜାର ଖୋଲିବା ପାଇଁ ନୂତନ ଗଇଡ୍ଲାଇନ୍ ଜାରି କରିଛି କମିଶନରେଟ ପୋଲିସ୍ । ମେ 1 ଠାରୁ ଏହି ନୂତନ ଗାଇଡ୍ ଲାଇନ୍ କାର୍ଯ୍ୟକାରୀ ହେବା ସହିତ 60 ଦିନ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ନୂତନ ଗାଇଡ୍ ଲାଇନ୍ ଅନୁଯାୟୀ କେବଳ ସ୍ବୀକୃତୀପ୍ରାପ୍ତ ଦୋକାନ ଖୋଲାଯାଇପାରିବ ମାତ୍ର ଦୋକାନ ଗୁଡିକରେ ସୋସିଆଲ୍ ଡିଷ୍ଟାନ୍ସିଂକୁ କଡାକଡି ଭାବରେ ପାଳନ କରାଯିବ । ଜରୁରୀକାଳୀନ ସାମଗ୍ରୀ ଦୋକାନ ସହିତ ମାର୍କେଟ୍ କମ୍ପ୍ଲେକ୍ସରେ ରହିଥିବା ଦୋକାନକୁ ଖୋଲାଯାଇପାରିବ ବୋଲି ଜଣାପଡିଛି । ତେବେ 5ରୁ ଅଧିକ ଦୋକାନ ରହିଥିବା ମାର୍କେଟ୍ କମ୍ପ୍ଲେକ୍ସକୁ ଖୋଲାଯାଇପାରିବ ନାହିଁ । ଏହା ସହିତ ଦୋକାନୀ ପାନ କିମ୍ବା ଗୁଟ୍ଖା ଖାଇ ଦୋକାନକୁ ଯାଇ ପାରିବେ ନାହିଁ ଏବଂ ବାହାରେ ଛେପ ନପକାଇବା ପାଇଁ ଗାଇଡ୍ ଲାଇନ୍ରେ ଉଲ୍ଲେଖ କରାଯାଇଛି । ଗ୍ରାହକ ସାମାଜିକ ଦୂରତ୍ବ ନରଖିଲେ ଦଣ୍ଡିତ ହେବେ ଏନେଇ ଦୋକାନୀଙ୍କୁ 100ରେ ଫୋନ୍ କରିବାକୁ ପଡିବ । ସମସ୍ତ ମଲ୍, ଜିମ୍, ଫାଷ୍ଟଫୁଡ୍, ସେଲୁନ୍, ପାନ, ବ୍ୟୁଟି ପାର୍ଲରକୁ ବନ୍ଦ ରଖାଯିବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି । (ଏଜେନ୍ସି)
Tag: shops
ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀକୁ ନିୟନ୍ତ୍ରଣ ପାଇଁ ଦେଶବ୍ୟାପୀ ଲକଡାଉନ ଜାରି ରହିଛି। ଏହାରି ମଧ୍ୟରେ ଗୃହ ମନ୍ତ୍ରାଳୟ ଏକ ଆଦେଶ ଜାରି କରିଛନ୍ତି, ଯାହା ଦୋକାନୀମାନଙ୍କ ପାଇଁ ଖୁସି ଆଣିଦେଇଛି। ଜାରି ହୋଇଥିବା ଏହି ଆଦେଶରେ ସହ ଶନିବାର ସକାଳୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟରେ ପଂଜୀକୃତ ଦେକାନଗୁଡ଼ିକ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ତେବେ ଏହି ଖୋଲିବା ପାଇଁ କିଛି ସର୍ତ୍ତ ମଧ୍ୟ ରଖାଯାଇଛି।
ମିଳିଥିବା ସୂଚନା ଅନୁସାରେ ଗୃହମନ୍ତ୍ରାଳୟର ଏହି ଆଦେଶ ରମଜାନ ମାସ ଆରମ୍ଭ ହେବାକୁ ଦୃଷ୍ଟିରେ ଜାରି କରାଯାଇଛି। ଏହି ଆଦେଶ ସହିତ କିଛି ସର୍ତ୍ତ ମଧ୍ୟ ଲାଗୁ କରାଯାଇଛି। ନିୟମ ଅନୁସାରେ ଖୋଲିବାକୁ ଆଦେଶ ମିଳିଥିବା ଦୋକାନଗୁଡିକ ସମ୍ବନ୍ଧିତ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟର ପ୍ରତିଷ୍ଠା ନିୟମ ଅନୁଯାୟୀ ପଞ୍ଜିକୃତ ପ୍ରାପ୍ତ ହୋଇଥିବାର ଆବଶ୍ୟକ । ଅପରପକ୍ଷରେ ଏହି ସମସ୍ତ ଦୋକାନରେ ୫୦ ପ୍ରତିଶତ କର୍ମଚାରୀ ରହିବାକୁ ନିୟମ ରହିଛି। ଏଥି ସହିତ ସେମାନଙ୍କୁ ସାମାଜିକ ଦୂରତା ପାଳନ କରିବାକୁ ନିୟମ କରାଯାଇଛି। ଦୋକାନରେ କାର୍ଯ୍ୟରତ ଲୋକଙ୍କୁ ମାସ୍କ ବାଧ୍ୟତାମୂଳକ କରାଯାଇଛି।
ତେବେ କଣ୍ଟେନମେଣ୍ଟ ଓ ହଟସ୍ପଟ୍ ଜୋନ୍ରେ ଏହା କାର୍ଯ୍ୟକାରୀ କରାଯିବ ନାହିଁ। ସପ୍ ଆଣ୍ଡ୍ ଏଷ୍ଟାବ୍ଲିଶ୍ମେଣ୍ଟ ଆକ୍ଟରେ ପଞ୍ଜୀକୃତ ଦୋକାନ ଖୋଲିବ। ପୌରାଞ୍ଚଳରେ ଥିବା ମାର୍କେଟ୍ କମ୍ପ୍ଲେକ୍ସରେ ଖୋଲିବନି ଦୋକାନ। କେବଳ ଆବାସିକ ଅଞ୍ଚଳ ଓ ମାର୍କେଟ୍ କମ୍ପେକ୍ସରେ ଥିବା ପଞ୍ଜିକୃତ ଦୋକାନଗୁଡିକ ଖୋଲାଯିବ। ସପିଂମଲ୍ ତଥା ମଲ୍ଟି ବ୍ରାଣ୍ଡ ଓସିଙ୍ଗଲ୍ ବ୍ରାଣ୍ଡ୍ ମଲଗୁଡିକ ବନ୍ଦ ରହିବ। ପୂର୍ବ ନିର୍ଦ୍ଦେଶାନୁଯାୟୀ ସେଲୁନ୍, ପାର୍ଲର୍, ମଦ ଦୋକାନ, ସ୍ପୋର୍ଟସ୍ କମ୍ପ୍ଲେକ୍ସ, ସୁଇମିଂ ପୁଲ୍ ବାର୍ ଓ ଥିଏଟର ବନ୍ଦ ରହିବ।
ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଫନି ଝଡବାତ୍ୟାକୁ 6 ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମିଳିନାହିଁ ସହାୟତା ରାଶି । ରାଜଧାନୀରେ ରହିଥିବା ବିଭିନ୍ନ ଦୋକାନୀଙ୍କୁ ଫନି ସହାୟତା ମିଳିନଥିବା ନେଇ ଉଠାଦୋକାନୀଙ୍କ ପକ୍ଷରୁ ବିଏମ୍ସି ଘେରାଉ କରାଯାଇଛି । ରାଜଧାନୀରେ ସର୍ବେକ୍ଷଣ କରାଯାଇଥିବା ସମୁଦାୟ 21,883ଦୋକାନୀଙ୍କୁ 10 ହଜାର ଟଙ୍କାର ଫନି ସହାୟତା ସହିତ ଅଶୋକନଗରରେ ପ୍ରସ୍ତାବିତ ଶିଶୁ ଉଦ୍ୟାନ ସ୍ଥାନରେ ଡମ୍ପିଂୟାର୍ଡ ଯୋଜନା ବନ୍ଦ କରିବା ଦାବିରେ କାର୍ଯ୍ୟାଳୟ ଘେରାଉ ସହିତ କମିଶନରଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ଆଜି ପୂର୍ବାହ୍ନରେ ଶହ ଶହ ଉଠା ଦୋକାନୀ ଓ ଅଶୋକ ନଗର ବାସିନ୍ଦା ଉଠାଦୋକାନୀ ବ୍ୟବସାୟୀ ସଂଘର ସଭାପତି ସୁର ଜେନାଙ୍କ ନେତୃତ୍ୱରେ ସିପିଆଇର ରାଜ୍ୟ ଦପ୍ତର ଭଗବତୀ ଭବନଠାରୁ ଏକ ଶୋଭାଯାତ୍ରାରେ ବାହାରି ରାଜମହଲ ଓ କଳ୍ପନା ଛକ ଅତିକ୍ରମ ପୂର୍ବକ ବିଏମ୍ସି କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍ଗୋ ଓ ସୁର ଜେନା ଉଦ୍ବୋଧନ ଦେଇ ବିଏମ୍ସିର ବାଛ ବିଚାର କରି ଫନି ସହାୟତା ଦେବାକୁ ନିନ୍ଦା କରି ସମସ୍ତଙ୍କୁ ସହାୟତା ଦାବି କରିଥିଲେ । 5ଜଣିଆ ପ୍ରତିନିଧିମଣ୍ଡଳୀ ବିଏମ୍ସି କମିଶନରଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିଥିଲେ । ଏହି ଶୋଭାଯାତ୍ରାରେ କୈଳାସ ପୁହାଣ, ରୀତା ସେଠୀ, ବୁଲୁ ସାହୁ, କୁନା ପାଣିଗ୍ରାହୀ, ପବିତ୍ର ସ୍ୱାଇଁ, ବଟକୃଷ୍ଣ ସାହୁ, ସନ୍ତୋଷ ନାୟକ, ବିକ୍ରମ ସ୍ୱାଇଁ, ଭରତ ସାହୁ ଓ ପୂଜା ମିଶ୍ର ପ୍ରମୁଖ ଉଠାଦୋକାନୀ ସାମିଲ ହୋଇଥିଲେ ।