Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଓଡିଶାର ପ୍ରତିଷ୍ଠିତ ଖଣି କଂପାନୀ ଏସଏନଏମ ଗ୍ରୁପ ପ୍ରତିଷ୍ଠା କରିବ ବିଳାସପୂର୍ଣ୍ଣ ହୋଟେଲ

ଭୁବନେଶ୍ୱର: ଓଡିଶାରେ ହୋଟେଲ ଶିଳ୍ପର ଅଭିବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ ହୋଇଛି ଉଦ୍ୟମ। ଏଥିରେ ନୂଆ ନୂଆ ହୋଟେଲ ଶିଳ୍ପକୁ ସରକାରଙ୍କ ତରଫରୁ ପ୍ରଦାନ କରାଯାଉଛି ପ୍ରୋତ୍ସାହନ। ସେହି ପରିପ୍ରେକ୍ଷୀରେ ଗତକାଲି ବସିଥିବା ସିଙ୍ଗଲ ୱିଣ୍ଡୋ କ୍ଲିୟରାନସ ଅଥରଟି ବୈଠକରେ ରାଜ୍ୟରେ ଏକ ହୋଟେଲ ପ୍ରତିଷ୍ଠା ପାଇଁ ଅନୁମତି ପ୍ରଦାନ କରିଛନ୍ତି।

ଏହି ବୈଠକରେ ଓଡିଶାର ପ୍ରତିଷ୍ଠିତ ଖଣି ଶିଳ୍ପପତି ପ୍ରବୋଧ କୁମାର ମହାନ୍ତିଙ୍କ SNM Group ର SNM Hotel & Resort Pvt Ltd ର ପ୍ରସ୍ତାକୁ ଅନୁମୋଦନ କରାଯାଇଛି। ଏହି ଗ୍ରୁପ 224.50 କୋଟି ଟଙ୍କା ବ୍ୟୟରେ ଗଂଜାମର ଚିକିଟିଠାରେ ଏକ ହୋଟେଲ ପ୍ରତିଷ୍ଠା କରିବ। ଏହି ହୋଟେଲ କାର୍ଯ୍ୟକ୍ଷମ ହେଲେ ଏଥିରେ 227 ଜଣ ନିଯୁକ୍ତି ପାଇପାରିବେ।

SNM Group ରାଜ୍ୟରେ ଖଣି, ଇସ୍ପାତ ଉତ୍ପାଦନ, ବିଦ୍ୟୁତ୍ ପ୍ରକଳ୍ପ, ଭିତ୍ତିଭୂମି ବିକାଶ, ବିଦ୍ୟୁତ୍ ଉତ୍ପାଦନ କାର୍ଯ୍ୟରେ ନିୟୋଜିତ ରହିଛି। ସେହିପରି ଓଡିଶାର କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନଙ୍କ ଉତ୍ପାଦନ ବିକ୍ରି ପାଇଁ ବଜାର ସୃଷ୍ଟି ମଧ୍ୟ କରିଛି। ଏହି ଗ୍ରୁପ ସିଏସଆର ଯୋଜନାରେ ବିଭିନ୍ନ ସ୍ବାସ୍ଥ୍ୟ ସେବା ସହ ଜଡିତ କାର୍ଯ୍ୟକ୍ରମ ମଧ୍ୟ କରିଆସିଛି। ଏହି ଗ୍ରୁପ ରାଜ୍ୟ ତଥା ଦେଶରେ ଖଣିଜ ଉତ୍ପାଦନରେ ଏକ ବ୍ରାଣ୍ଡ ହୋଇପାରିଛି।