Categories
ଆଜିର ଖବର ବ୍ୟବସାୟ

ଭାରତୀୟ ବଜାରରେ କେଆଇଏର ନୂତନ ଏସୟୁଭି, ଜାଣନ୍ତୁ କଣ ରହିଛି ଏହାର ଫିଚର

ମୁମ୍ବାଇ : ଭାରତୀୟ ବଜାରରେ କେଆଇଏ ମୋଟର୍ସ ପକ୍ଷରୁ ଏକ ନୂତନ ଏସୟୁଭି କାର ଲଞ୍ଚ କରାଯାଇଛି । ସୋନେଟ୍ ନାମରେ ନାମିତ କାରଟି  ଭାରତୀୟ ବଜାରରେ ହ୍ୟୁଣ୍ଡାଇ ଭେନ୍ୟୁ, ଭିଟାରା ବ୍ରେଜ୍ଜା ଏବଂ ଟାଟା ନିକ୍ସନ୍ ସହିତ ପ୍ରତିଦ୍ୱନ୍ଦିତା କରିବ । କାରର ମୂଲ୍ୟ ସମ୍ପର୍କରେ ଘୋଷଣା କରାଯାଇନାହିଁ। ଏହି ଏସୟୁଭିର ଡିଜାଇନ୍ ଅନନ୍ୟ ରହିଥିବା ବେଳେ ଏଥିରେ ଡିଆରଏଲ ଏଲଇଡି ବ୍ୟବହାର କରାଯାଇଛି । ଏହି କାର୍ଟିରେ 1.2 ଲିଟରର ପେଟ୍ରୋଲ ଇଞ୍ଜିନ୍ ଏବଂ 1.5 ଲିଟରର ଡିଜେଲ ଇଞ୍ଜିନ ବ୍ୟବହୃତ ହୋଇଛି । ଏହି କାରରେ  ସ୍ପିଡ୍ର ମାନୁଆଲ୍ ଗିଅର୍ ସହିତ ଡୁଆଲ୍ କ୍ଲଚର ବ୍ୟବସ୍ଥା ରହିଛି । (ଏଜେନ୍ସି)