Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

ଦୁନିଆରେ କରୋନା ଜନିତ ପ୍ରଥମ ରୟାଲ୍‌ ମୃତ୍ୟୁ: 86 ବର୍ଷ ବୟସରେ କରୋନାରେ ମୃତ୍ୟୁବରଣ କଲେ ସ୍ପେନ୍‌ ରାଜକୁମାରୀ

ସ୍ପେନ୍‌ : କରୋନା ଭାଇରସ୍‌ ଯୋଗୁଁ ସ୍ପେନ୍‌ର ରାଜକୁମାରୀ ମାରିଆ ଟେରେସାଙ୍କ ମୃତ୍ୟୁ ହୋଇଛି । 86 ବର୍ଷୀୟା ରାଜକୁମାରୀଙ୍କ ମୃତ୍ୟୁ ନେଇ ତାଙ୍କ ଭାଇ ରାଜକୁମାର ସିସ୍କୋଟ୍‌ ଏନରେିକ୍‌ ଡି ବରବୀନ୍‌ ଏକ ଫେସବୁକ୍‌ ପୋଷ୍ଟରେ ସୂଚନା ଦେଇଛନ୍ତି । ରାଜକୁମାରୀଙ୍କ ମୃତ୍ୟୁ 26 ତାରିଖରେ ହୋଇଥିବାର ଜଣାପଡିଛି । ନୋବେଲ୍‌ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିବା ଯୋଗୁଁ ରାଜକୁମାରୀଙ୍କର ଚିକିତ୍ସ ଚାଲିଥିଲା । କିନ୍ତୁ ପରିଶେଷରେ ତାଙ୍କର ମୃତ୍ୟୁ ହୋଇଛି । ଦୁନିଆରେ କରୋନା ଜନିତ ପ୍ରଥମ ରୟାଲ୍‌ ମୃତ୍ୟୁ ଭାବେ ସ୍ପେନ୍‌ର ରାଜକୁମାରୀଙ୍କର ମୃତ୍ୟୁ ହୋଇଛି ।

ଚୀନ୍‌ରୁ ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି ଭୟାନକ କରୋନା ୟୁରୋପରେ ବେଶ୍‌ ତାଣ୍ଡବ ସୃଷ୍ଟି କରିଛି । ଇଟାଲୀ ଓ ସ୍ପେନ୍‌ରେ ଏହା ପ୍ରବଳ ମାତ୍ରାରେ କାୟା ବିସ୍ତାର କରିଛି । ସ୍ପେନ୍‌ରେ 5000 ରୁ ଅଧିକ ଲୋକଙ୍କର ମୃତ୍ରୁ ହୋଇଥିବାବେଳେ ସତୁରୀ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ ରହିଛନ୍ତି । କରୋନା ଭାଇରସ ଯୋଗୁଁ ସ୍ପେନ୍‌ର ପାର୍ଲିଆମେଣ୍ଟରେ ଇମରଜେନ୍ସି ଘୋଷଣା କରାଯାଇଛି । ଏବେ ଏହାକୁ ଆହୁରି ବଢାଯିବ ବୋଲି ସମ୍ଭାବନା ରହିଛି ।(ଏଜେନ୍ସି)