Categories
ଆଜିର ଖବର ଜାତୀୟ ଖବର

ଆସାମରେ କଂଗ୍ରେସର ନୂଆ ଚାଲ୍‌ : ସର୍ବାନନ୍ଦଙ୍କୁ ବିକଳ୍ପ ସରକାରର ଦେଲା ଅଫର୍‌

ଆସାମ : ନାଗରିକତା ସଂଶୋଧନ ଆଇନ୍‌ (ସିଏଏ)କୁ ନେଇ ମୋଦିସରକାରଙ୍କ ବିରୋଧରେ ସ୍ବର ଉଠାଉଥିବା କଂଗ୍ରେସ ଆସାମରେ ଏକ ବଡ ଚାଲ୍‌ ଚଲାଉଛି। କଂଗ୍ରେସ ବିଧାୟକ ଦଳର ନେତା ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେଓଙ୍ବାଲ୍‌ଙ୍କୁ ବିଜେପି ସରକାରୁ ଛାଡି ଅନ୍ୟ ଏକ ବିକଳ୍ପ ସରକାର ଗଠନ ପାଇଁ ଅଫର୍‌ ଦେଇଛନ୍ତି।

କଂଗ୍ରେସ ବିଧାୟକ ଦଳର ନେତା ନାଜିରା ବିଧାନସଭାର ବିଧାୟକ ଦେବବ୍ରତ ସାଇକିଆ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେଓ୍ବାଲଙ୍କୁ ଏହି ଅଫର ଦେଇଛନ୍ତି। ଦେବବ୍ରତ କହିଛନ୍ତି ଯେ, ସର୍ବାନନ୍ଦ ରାଜ୍ୟର ହିତରେ ଏମିତି ଏକ ସରକାର ଗଠନ କରନ୍ତୁ, ଯିଏ ଆସାମୀ ଐକ୍ୟକୁ ସମର୍ଥନ କରିବା ସହିତ ନାଗରିକତା ସଂଶୋଧନ ଆଇନକୁ ଆସାମର ରୋକିପାରିବ। କଂଗ୍ରେସ ବିଧାୟକ ଆସାମ ରାଜ୍ୟପାଳଙ୍କୁ ମଧ୍ୟ ଆସାମ ଆକାର୍ଡ ଲାଗୁ କରିବାକୁ ସୁପାରିଶ୍‌ କରିବା ସହିତ ଏନ୍‌ଆରସି ପାଇଁ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେଓ୍ବାଲଙ୍କୁ ବିଜେପି ସରକାର ଛାଡି ଅନ୍ୟ ବିକଳ୍ପ ସରକାର ଗଢିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ନାଗରିକତା ସଂଶୋଧନ ଆଇନକୁ ନେଇ ଆସାମାରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହା ଏବେ ଆସାମର ଅସ୍ମିତାକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି। (ଏଜେନ୍ସି)