Categories
ଆଜିର ଖବର

ମଞ୍ଜୁ ଓ୍ବାରିୟରଙ୍କ ଅସଦାଚରଣ ଏବଂ ମାନହାନି ମାମଲା : ଫିଲ୍ମ ନିର୍ମାତା ଶ୍ରୀକୁମାର ଗିରଫ

କୋଚି,6/12 : ଲୋକପ୍ରିୟ ମାଲାୟଲମ ଫିଲ୍ମ ଅଭିନେତ୍ରୀ ମଞ୍ଜୁ ଓ୍ବାରିୟରଙ୍କ ଅଭିଯୋଗ କାରଣରୁ ଫିଲ୍ମ ନିର୍ମାତା ଶ୍ରୀକୁମାର ମେନନଙ୍କୁ ଗିରଫ କରାଯାଇଛି । ସୋସିଆଲ ମିଡିଆରେ ମଞ୍ଜୁଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଥିବା କାରଣରୁ କୁରୁବାର ମେନନଙ୍କୁ ଗିରଫ କରାଯାଇଛି । ଅବଶ୍ୟ ମେନନଙ୍କୁ ଦୁଇ ଜଣ ଜାମିନଦାରଙ୍କ ବଦଳରେ ଜାମିନ ପ୍ରଦାନ କରାଯାଇଛି । ଅକ୍ଟୋବର 22ରେ କେରଳ ଡିଜିପି ଲୋକନାଥ ବେହେରାଙ୍କୁ ଭେଟି ମଞ୍ଜୁ ଏହି ମାନହାନି ମୋକଦ୍ଦମା ଦାୟର କରିଥିଲେ । ମୋହନଲାଲ-ମଞ୍ଜୁ ଓ୍ବାରିୟର ଅଭିନୀତ ଓଡିୟାନ୍‌ର ନିର୍ଦ୍ଦେଶକ ରହିଥିବା ମେନନ ପୋଲିସ ନିକଟରେ ନିଜ ପକ୍ଷ ରଖିବା ସହିତ ତଦନ୍ତରେ ସହଯୋଗର ପ୍ରତଶ୍ରୁତି ପ୍ରଦାନ କରିଛନ୍ତି । ପୋଲିସ ନିକଟରେ ଅଭିଯୋଗକୁ କେରଳ ଫିଲ୍ମ ସଂଘ ନିକଟରେ ମଧ୍ୟ ଉତ୍‌ଥାପନ କରିଛନ୍ତି ମଞ୍ଜୁ ଓ୍ବାରିୟର ।(ଏଜେନ୍ସୀ)