ଭୁବନେଶ୍ବର: ପାଖେଇଲା ଦେବସ୍ନାନ ପୂର୍ଣ୍ଣିମା ଏହାପରେ ରହିଛି ରଥଯାତ୍ରା। ଆସନ୍ତା ମାସରେ ରହିଛି ଶ୍ରାବଣ ସୋମବାର। ଆସନ୍ତା କିଛିଦିନ ଧରି ହିନ୍ଦୁ କ୍ୟାଲେଣ୍ଡରରେ ରହିଛି ବେଶ ଗୁରୁତ୍ବପୂର୍ଣ୍ଣ ପର୍ବପର୍ବାଣୀ। ସେଗୁଡିକ ହେଲା..

ଭୁବନେଶ୍ବର: ପାଖେଇଲା ଦେବସ୍ନାନ ପୂର୍ଣ୍ଣିମା ଏହାପରେ ରହିଛି ରଥଯାତ୍ରା। ଆସନ୍ତା ମାସରେ ରହିଛି ଶ୍ରାବଣ ସୋମବାର। ଆସନ୍ତା କିଛିଦିନ ଧରି ହିନ୍ଦୁ କ୍ୟାଲେଣ୍ଡରରେ ରହିଛି ବେଶ ଗୁରୁତ୍ବପୂର୍ଣ୍ଣ ପର୍ବପର୍ବାଣୀ। ସେଗୁଡିକ ହେଲା..
ଭୁବନେଶ୍ବର: ଆସନ୍ତାକାଲି ବୁଧବାର ୪ ଘଣ୍ଟା ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ। ଏ ନେଇ ମନ୍ଦିର ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି। ଆସନ୍ତାକାଲି ଅପରାହ୍ଣ ୪ଟାରୁ ରାତ୍ର ୮ଟା ପର୍ଯ୍ୟନ୍ତ ୪ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ବୁଧବାରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେଉଥିବାରୁ ସାଧାରଣ ଦର୍ଶନ ବନ୍ଦ ରହିବ।
ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ବନକଲାଗି ନୀତି ଆରମ୍ଭ ହେବ। ତେବେ ଏହା ଅତ୍ୟନ୍ତ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ଶ୍ରୀଜିୟୁଙ୍କର ସାଧାରଣ ଦର୍ଶନ ବନ୍ଦ ରହିବ। କିନ୍ତୁ ପାର୍ଶ୍ଵ ଦେବାଦେବୀଙ୍କୁ ଦର୍ଶନର ସୌଭାଗ୍ୟ ପାଇବେ ଭକ୍ତ ଶ୍ରଦ୍ଧାଳୁ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ପୁରୀ: ଆଜି ଶ୍ରୀମନ୍ଦିରର ପଶ୍ଚିମ ଦ୍ବାର ଖୋଲାଯାଇଛି। ଫଳରେ ଆଜି ସକାଳୁ ପୁରୀ ବାସିନ୍ଦା ଏହି ଦ୍ବାର ଦେଇ ଶ୍ରୀଜିୟୁଙ୍କୁ ଦର୍ଶନ କରୁଛନ୍ତି। ବହୁଦିନ ଧରି ପୁରୀ ବାସିନ୍ଦା ଏ ନେଇ ଦାବୀ କରିଆସୁଥିଲେ। ହେଲେ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ହେଲେ ଗତକାଲି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଧାରଣା ଦେବା ପାଇଁ ଘୋଷଣା କରିବା ପରେ ପୁରୀ ପ୍ରଶାସନ ତତ୍ପରତା ପ୍ରକାଶ କରିଛି।
ବର୍ତ୍ତମାନ ପୁରୀ ବାସିନ୍ଦା ସେମାନଙ୍କର ପରିଚୟ ପତ୍ର ଦେଖାଏ ସେହି ଦ୍ବାର ଦେଇ ମନ୍ଦିର ପ୍ରବେଶ କରିପାରିବେ। ପରିଚୟ ପତ୍ର ନ ଆଣିଲେ ସେମାନଙ୍କୁ ଭିତରକୁ ଛଡାଯିବ ନାହିଁ ବୋଲି ନିଷ୍ପତି କରାଯାଇଛି।
ଭୁବନେଶ୍ବର, ରାଜ୍ୟ ସରକାର ଏଥର ପର୍ଯ୍ୟଟନ ବଜେଟରେ ବିକାଶ ମୂଳକ କାର୍ଯ୍ୟ ପାଇଁ ବହୁ ବ୍ୟୟ ବରାଦ କରିଛନ୍ତି। ସେଗୁଡିକ ମଧ୍ୟରେ ରହିଛି
ହେରିଟେଜ୍ ସଂରକ୍ଷଣ ଏବଂ ପର୍ଯ୍ୟଟନ ବିକାଶ:
– ଶ୍ରେଷ୍ଠ ପର୍ଯ୍ୟଟନ ଭିତ୍ତିଭୂମି ସୃଷ୍ଟି ପାଇଁ ପର୍ଯ୍ୟଟନ ବିଭାଗକୁ ଆବଣ୍ଟନ 25 ପ୍ରତିଶତ ବୃଦ୍ଧି କରାଯାଇ ରେକର୍ଡ 500 କୋଟିରେ ପହଞ୍ଚିଛି।
– ଅଭଡା ଯୋଜନା ଅନ୍ତର୍ଗତ ପୁରୀକୁ ବିଶ୍ୱ ଐତିହ୍ୟ ସହରରେ ପରିଣତ କରିବା ପାଇଁ 542 କୋଟି ବରାଦ।
– ଏକାମ୍ର କ୍ଷେତ୍ର ସୁବିଧା ଏବଂ ସ୍ମାରକୀ ପୁନରୁଦ୍ଧାର କାର୍ଯ୍ୟ ଯୋଜନା ଅଧୀନରେ 200 କୋଟି ବ୍ୟୟ ବରାଦ।
– ସମଲେଶ୍ୱରୀ ମନ୍ଦିର କ୍ଷେତ୍ର ପରିଚାଳନା ଏବଂ ସ୍ଥାନୀୟ ଅର୍ଥନୈତିକ ଉନ୍ନତି ପାଇଁ ସମଲେଇ ଯୋଜନା ଅଧୀନରେ 200 କୋଟି ବ୍ୟୟ ବରାଦ
– ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ଏବଂ ପରିଚାଳନା ପାଇଁ 349 କୋଟି
– ପର୍ଯ୍ୟଟନର ପ୍ରଚାର ପାଇଁ 83 କୋଟି
ସମୀକ୍ଷା ବ୍ୟୁରୋ
ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ଯୋଗଦେଲେ ଆଇଏଏସ ଅଧିକାରୀ କିଶନ କୁମାର। ଆଜି କିଶନ ପୁରୀ ଯାଇ ବିଧିବଦ୍ଧ ଭାବେ ସେ ମନ୍ଦିର ପ୍ରଶାସକ ଭାବେ ଦାୟିତ୍ବ ନେଇଛନ୍ତି। ଏହା ପୂର୍ବରୁ ମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ବରିଷ୍ଠ ଆଇଏଏସ ଅଧିକାରୀ ପ୍ରଦୀପ୍ତ ମହାପାତ୍ର କାର୍ଯ୍ୟ କରୁଥିଲେ। ସେ କୃଷି ଉତ୍ପାଦକ କମିଶନର ଭାବେ ଯୋଗଦେବା ପରେ ଏହି ପଦବୀରେ କିଶନଙ୍କୁ ନିଯୁକ୍ତି ଦିଆଯାଇଛି। ତାଙ୍କୁ ନିଯୁକ୍ତି ଦେବା ପୂର୍ବରୁ ସରକାର ପୁରୀ ପାଇଁ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ତାହା ହେଉଛି ମନ୍ଦିର ଚାରିପଟୁ ଉଚ୍ଛେଦ ପ୍ରକିୟା ଆରମ୍ଭ କରାଯାଇଛି। ସରକାର ବର୍ତ୍ତମାନ ଶ୍ରୀମନ୍ଦିରକୁ ଏକ ସୁନ୍ଦର ଧାର୍ମିକ ସ୍ଥଳ ଭାବେ ପରିଗଣିତ କରିବା ପାଇଁ ଚାହୁଛନ୍ତି। ପର୍ଯ୍ୟଟକ ବା ଯାତ୍ରୀ ଆସିଲେ ଯେପରି ମନ୍ଦିର ଚାରିପଟେ ଠିକରେ ଦର୍ଶନ କରିବେ ସେଥିପାଇଁ ଏହି ଉଚ୍ଛେଦ ପକ୍ରିୟା ଆରମ୍ଭ କରାଯାଇଛି। ସେହି କାର୍ଯ୍ୟକୁ କିଶନ କୁମାର ତ୍ବରାନିତ୍ବ କରିବେ ବୋଲି ସରକାର ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି।
ବାତ୍ୟା ପାଇଁ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଛି ବଡ ପଦକ୍ଷେପ। ଶ୍ରୀମନ୍ଦିରର ନୀଳଚକ୍ରରେ ଉଡୁଥିବା ବାନାକୁ ପରିବର୍ତ୍ତନ କରାଯାଇ ଏକ ଛୋଟ ବାନା ଲଗାଯାଇଛି। ସାଧାରଣତଃ ବାତ୍ୟା ସମୟରେ ନୀଳଚକ୍ରରେ ବନ୍ଧା ଯାଇଥିବା ୧୨ ହାତ ଲମ୍ବା ପତକା ମନ୍ଦିର ପ୍ରତି ବିପଦ ସୃଷ୍ଟି କରିଥାଏ। ଏତବଡ ବାନା ପ୍ରବଳ ପବନରେ ଉଡିବା ବେଳେ ତାହା ନୀଳଚକ୍ର ଏପରିକି ମନ୍ଦିର ଉପରେ ପ୍ରଭାବ ପକାଇଥାଏ। ବନାଟି ଏପରି ବନ୍ଧାଯାଇଥାଏ ଯେ, ତାହା ସହଜରେ ଖସେ ନାହିଁ। ଫଳରେ ବାତ୍ୟା ସମୟରେ ବାନାଟି ନ ଖସି ତାହା ନୀଳଚକ୍ରକୁ ହଲଚଲ କରିଥାଏ। ପ୍ରତି ଥର ବାତ୍ୟା ବେଳେ ଏହି ଲମ୍ବା ବାନା ବିପଦ ସୃଷ୍ଟି କରୁଥିବାରୁ ଏଥର ଶ୍ରୀମନ୍ଦିର ପ୍ରଶାସନ ଏଥର ଆଗୁଆ ପଦକ୍ଷେପ ନେଇଛି। ଗତକାଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏକ ବୈଠକ ବସି ଏହି ବାନା ପରିବର୍ତ୍ତନ ନେଇ ଆଲୋଚନା ହୋଇଥିଲା। ସର୍ବସମ୍ମତି କ୍ରମେ ଏହି ବାନାକୁ ପରିବର୍ତ୍ତନ କରିବା ପାଇଁ ନିଷ୍ପତି ହୋଇଥିଲା। ଫଳରେ ଆଜି ସକାଳେ ଏହି ବାନା ପରିବର୍ତ୍ତନ କରାଯାଇଛି।
ସୁପ୍ରିମ୍କୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣିକୁ ଆସନ୍ତା ମାର୍ଚ ୫ ତାରିଖ ଯାଏଁ ଘୁଞ୍ଚାଇ ଦିଆଯାଇଛି। ତିନିଜଣିଆ ଖଣ୍ଡପୀଠର ଅନ୍ୟତମ ବିଚାରପତି ଜଷ୍ଟିସ୍ ଏକେ ସିକ୍ରି ଆଜି ଅନୁପସ୍ଥିତ ଥିବା କାରଣରୁ ଆଜି ମାମଲାର ଶୁଣାଣି ହୋଇ ପାରିନାହିଁ। ଶ୍ରୀମନ୍ଦିର ପରିଦର୍ଶନରେ ଆସିଥିବା ଆମିକସ୍ କ୍ୟୁରି ରଞ୍ଜିତ କୁମାର ମଧ୍ୟ ତାଙ୍କ ରିପୋର୍ଟ ଆଜି ସୁପ୍ରିମ୍କୋର୍ଟରେ ଦାଖଲ କରି ନ ପାରି ଅଧିକ ସମୟ ମାଗିଛନ୍ତି। ସୁପ୍ରିମ୍କୋର୍ଟଙ୍କ ନିର୍ଦେଶକ୍ରମେ ଫେବୃଆରି ୨୨ ଓ ୨୩ ତାରିଖ ଦିନ ସେ ଶ୍ରୀମନ୍ଦିର ପରିଦର୍ଶନରେ ଆଦି ବିଭିନ୍ନ ବ୍ୟକ୍ତିବିଶେଷ ଏବଂ ମନ୍ଦିର ପ୍ରଶାସନ ସହ ଆଲୋଚନା କରିଥିଲେ। ମନ୍ଦିର ସଂସ୍କାର ସଂକ୍ରାନ୍ତରେ ସେ ବହୁ ବ୍ୟକ୍ତିଙ୍କ ସହ ଆଲୋଚନା କରିଛନ୍ତି, ତେଣୁ ରିପୋର୍ଟ ପ୍ରସ୍ତୁତି ପାଇଁ ଅଧିକ ସମୟ ଆବଶ୍ୟକ ବୋଲି ସେ କୋର୍ଟଙ୍କୁ ଜଣାଇଛନ୍ତି।
କେଦାର ମିଶ୍ର
ଦ୍ଵାରଫିଟା ଓ ଦୈନିକ ମଙ୍ଗଳ ଆଳତି ପ୍ରତ୍ୟହ ଊଷାକାଳ ଅର୍ଥାତ ଭୋର ୫ ଘଟିକା ବା ତତ ପୂର୍ବରୁ ହେବାର ନିୟମ। କେବଳ ଦଶହରା ପର ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣମୀ ପର୍ୟନ୍ତ, ଧନୁ ସଙ୍କ୍ରାନ୍ତିଠାରୁ ମକର ସଙ୍କ୍ରାନ୍ତି ପର୍ୟନ୍ତ ଓ ବିଶେଷ ନୀତି ଦିନ ମାନଙ୍କରେ ରାତ୍ର ପ୍ରହରେ ଥାଉଁ ହେବାର ନିୟମ ।– ଶ୍ରୀମନ୍ଦିର ସ୍ଵତ୍ଵଲିପି ଅନୁସାରେ ଏହା ହେଉଛି ମଙ୍ଗଳ ଆଳତିର ବିଧାନ। ଯଦି ଜଗନ୍ନାଥ ମନ୍ଦିରର ନୀତିକାନ୍ତି କୁ ଆମ ଧାର୍ମିକ ପରମ୍ପରାର ଅପରିହାର୍ୟ ଅଙ୍ଗ ବୋଲି ଆମେ ଭାବୁଛୁ, ତେବେ କୌଣସି ପରିସ୍ଥିତିରେ ମଧ୍ୟ ଏହି ପରମ୍ପରା ବଦଳିବା ଉଚିତ ନୁହେଁ। କିନ୍ତୁ ଗତକାଲି ଡିସେମ୍ବର ୨୮ ତାରିଖ ଦିନ ପୂରାଦିନ ମନ୍ଦିରର ଦ୍ଵାରଫିଟା କିମ୍ବା ମଙ୍ଗଳ ଆଳତି ହେଲାନାହିଁ। ବେଳେ ବେଳେ ଅପରିହାର୍ୟ କାରଣରୁ ମନ୍ଦିର ନୀତିରେ ବିଳମ୍ବ ଘଟେ, ହେଲେ ଆଜିର ବିଳମ୍ବ ପଛରେ ସେମିତି କିଛି ବିଶେଷ କାରଣ ଥିଲା କି?
କେହିଜଣେ ଭିତରଚ୍ଚୁ ସେବକଙ୍କ ସହିତ ପୂର୍ବ ଦିନ ମନ୍ଦିର ପୋଲିସର ଧସ୍ତାଧସ୍ତି ହୋଇଥିଲା। ଏହାକୁ ନେଇ ପୋଲିସ ଏବଂ ସେବକ ଉଭୟ ପକ୍ଷ ଥାନାରେ ଏତଲା ଦେଇଛନ୍ତି। କଥାଟି ସେଇଠି ସରିଯିବା କଥା। ମନ୍ଦିର ଭିତରେ ସିସି ଟିଭି କ୍ୟାମେରା ଲାଗିଛି। ସେଥିରୁ ଯିଏ ଦୋଷ କରିଥିବେ ତାଙ୍କୁ ଦଣ୍ଡିତ କରା ଯାଇପାରିବ। ପୋଲିସ ତଦନ୍ତକୁ ଅପେକ୍ଷା ନ କରି ସେବକ ମାନେ ଗୋଟିଏ ଦିନ ଶ୍ରୀମନ୍ଦିରର ସେବା ପୂଜା କୁ ଠପ କରିଦେଲେ। ଏହା କଣ ସେବାୟତ ପରମ୍ପରା?ପୁରୀ ମନ୍ଦିର ସେବାୟତମାନେ ଅନେକ ସମୟରେ ଅଭିଯୋଗ କରି ଆସୁଛନ୍ତି ଯେ, ତାଙ୍କୁ ଗଣମାଧ୍ୟମରେ ଆକାରଣରେ ନିନ୍ଦିତ କରାଯାଉଛି। ତେବେ ଆଜି ମନ୍ଦିରରେ ଯାହା ଘଟିଲା ତାକୁ କେଉଁ ଓଡିଆ ବା ବରଦାସ୍ତ କରିବ?
ନିତାନ୍ତ ବ୍ୟକ୍ତିଗତ କାରଣରୁ ମନ୍ଦିରର ଦ୍ଵାରଫିଟା ଓ ମଙ୍ଗଳ ଆଳତି କୁ ୧୨ ଘଣ୍ଟା ବିଳମ୍ବିତ କରିବା, କେବଳ ପରମ୍ପରା ବିରୋଧୀ ନୁହେଁ, ଏହା ଏକ ଅପରାଧ। ମନ୍ଦିର ସେବାୟତ ନିଜକୁ ଭଗବାନଙ୍କଠାରୁ ମଧ୍ୟ ବଡ ବୋଲି ଭାବୁଛନ୍ତି। ସେମାନଙ୍କର ଆଚାର, ବ୍ୟବହାର ଓ କଥାବାର୍ତ୍ତା ଅନେକ ସମୟରେ ଅପରାଧୀଙ୍କ ସ୍ତରକୁ ଖସି ଆସୁଛି। ଯାହା ଫଳରେ ଓଡିଶାର ସାଧାରଣ ଜନତାଙ୍କ ଆକ୍ଷିରେ ପୁରୀ ସେବାୟତ ଏକ ପ୍ରକାର ଖଳ ନାୟକ ଭୂମିକାନେଇ ସାରିଲେଣି।
ପ୍ରତ୍ୟେକଟି ବିଭ୍ରାଟ ପରେ ମନ୍ଦିର ପରିଚାଳନା ସୁରୁଖୁରୁରେ ଚାଲିବ ବୋଲି କହୁଥିବା ସେବାୟତ ମାନେ ଛୋଟ ଛୋଟ କଥାକୁ ନେଇ ମାରିବା ମରିବା ଭଳି ପରିସ୍ଥିତି ସୃଷ୍ଟି କରୁଛନ୍ତି। ମନ୍ଦିର ଭିତରେ ଏକ ପ୍ରକାର ଅରାଜକତା ଚାଲିଛି। ସୁପ୍ରିମ କୋର୍ଟ ଓ ସରକାରଙ୍କ ନିର୍ଦ୍ଦେଶକୁ କାହାର ଖାତିର ନାଇଁ। ଗଣମାଧ୍ୟମ ଏଥିରେ ରୋଚକ କାହାଣୀ ତିଆରି କରୁଛି। ଧାର୍ମିକ ଭାବାବେଗକୁ ଅରାଜକତାରେ ରୂପାନ୍ତରିତ କରିବା ଲାଗି ସବୁ ପ୍ରକାର ଉଦ୍ୟମ ଚାଲିଛି। ତେବେ ଏଥିରେ କୌଣସି ରାଜନୈତିକ ଦଳ ବା ସରକାରର କ୍ଷତି ହେଉନାହିଁ। ଯାହା କ୍ଷତି ହେଉଛି, ତାହା କେବଳ ଆମ ଓଡିଶାର ଅସ୍ମିତାର। ଆମର ଆଧ୍ୟାତ୍ମିକତାର ମୂଳ ପୀଠଟି କେବଳ ବିଶୃଙ୍ଖଳା ଓ ଅରାଜକତାର ପ୍ରାଣକେନ୍ଦ୍ର ବୋଲି ଏକ ବାର୍ତ୍ତା ବିଶ୍ଵବାସୀଙ୍କ ପାଖକୁ ଯାଉଛି।
ରାଜନୀତି ବା ଗୋଷ୍ଠୀ ବିବାଦ ସୃଷ୍ଟି କରିବାକୁ ପୁରୀ ମନ୍ଦିର ଏକ ସହଜ ମାଧ୍ୟମ ବୋଲି ସମସ୍ତେ ଭାବି ନେଇଛନ୍ତି। ବୋଧେ ପୃଥିବୀର ଅନ୍ୟ କୌଣସି ଧର୍ମକ୍ଷେତ୍ରକୁ ନେଇ ଏତେ ପ୍ରକାର ରାଜନୀତି ବା ଏତେ ରକମର ନାଟକବାଜି ହେଉନଥିବ। କାରଣ ଥାଉ ବା ନଥାଉ, ମନ୍ଦିରରେ ନୀତି କାନ୍ତି ବନ୍ଦ କରିବାର ଅଧିକାର କାହାର ନାହିଁ। ଶ୍ରୀଜଗନ୍ନାଥଙ୍କୁ ଚଳନ୍ତି ବିଗ୍ରହ ବୋଲି ଆମେ ମନେକରୁ। ତାଙ୍କର ସେବାପୂଜାରେ ଏ ପ୍ରକାର ବିଭ୍ରାଟ ପାଇଁ, ଆଉ କାହାକୁ ନୁହଁ, କେବଳ ସେବାୟତମାନଙ୍କୁ ହିଁ ଉତ୍ତର ଦେବାକୁ ପଡିବ। ଜିଲ୍ଲାପାଳ ବା ପ୍ରଶାସକ ମନ୍ଦିର ପୂଜା କରିବାକୁ ଯିବେନାହିଁ।
ଦ୍ଵାରଫିଟା ଓ ମଙ୍ଗଳ ଆଳତି ପାଇଁ ନିର୍ଦ୍ଦିଷ୍ଟ ନିୟମ ରହିଛି। ସ୍ଵତ୍ତ୍ଵଲିପି ଅନୁସାରେଯେଉଁ ମାନେ ଏଥିଲାଗି ଅଧିକୃତ ସେମାନେ ଆଜିର ବିଭ୍ରାଟ ପାଇଁ ଅଭିଯୁକ୍ତ ହେବା ନିହାତି ଜରୁରୀ। ଝଗଡା ହେଉ କି ଅସନ୍ତୋଷ, ଏମିତି କୌଣସି କାରଣ ନାହିଁ, ଯାହାକୁ ନେଇ ମନ୍ଦିରର ନୀତିକାନ୍ତିକୁ ବନ୍ଦ କରିହେବ। ଏହି ଅପରାଧ ଲାଗି ଦାୟୀ ସବୁ ସେବାୟତଙ୍କୁ ସେବା ନିବୃତ୍ତ କରିବା ନିହାତି ଜରୁରୀ। ସେବାୟତ ମାନେ ମନ୍ଦିର ପ୍ରଶାସନକୁ ନିଜ ଇଛାର ତାସଘର ବନାଇପାରିବେ ନାହିଁ।