Categories
ଆଜିର ଖବର ଜାତୀୟ ଖବର

ଲକ୍‌ ଡାଉନ୍‌ରେ ବ୍ୟତିବ୍ୟସ୍ତ ହୋଇ ସରକାରୀ ବସ୍‌ ଚୋରି କଲେ ଯୁବକ

ଆନ୍ଧ୍ରପ୍ରଦେଶ : କରୋନା ଭାଇରସ୍‌ କାରଣରୁ ପୂରା ଦେଶରେ ଲକ୍‌ ଡାଉନ ଜାରି ରହିଛି। ଏବେ ଦେଶରେ ଲକ୍‌ଡାଉନର ଚତୁର୍ଥ ପର୍ଯ୍ୟାୟ ଜାରି ରହିଛି। ଏହା ମଧ୍ୟରେ ଏକ ଅନନ୍ୟ ଘଟଣା ସାମ୍ନାକୁ ଆସିଛି। ଲକ୍‌ ଡାଉନ୍‌ରୁ ନିରାଶ ହୋଇ ଜଣେ ଯୁବକ ବେଙ୍ଗାଲୁରୁ ଯିବା ପାଇଁ ଯାଉଥିଲେ। ଏଥିପାଇଁ ସେ ସରକାରୀ ବସ୍‌ ଚୋରି କରି ବେଙ୍ଗାଲୁରୁ ଯିବାକୁ ବାହାରିଥିଲେ। କିନ୍ତୁ ରାସ୍ତାରେ ସେ ଧରାପଡି ଯାଇଥିଲେ।

ମିଳିଥିବା ସୂଚନା ଅନୁସାରେ କର୍ଣ୍ଣାଟକ ଜଣେ ଯୁବକ ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାର ଧର୍ମାବରମ୍‌ ଆରଟିସି ବସ୍‌ ଡିପୋରୁ ସରକାରୀ ବସ୍‌ ଚୋରାଇ ଗୁଟୁରୁ ହୋଇ ବେଙ୍ଗାଲୁରୁ ଆଡକୁ ଯାଉଥିଲେ। ଠିକ୍‌ ସେଠାରେ ଦୁଇ ରାଜ୍ୟର ସୀମା ଉପରେ ସେ ଧରାପଡିଯାଇଥିଲେ।

ରାଜ୍ୟ ସଡକ ପରିବହନ ନିଗମର ବସ୍‌ (ଏପି 02 ଜେଡ୍‌ 0552) ଧର୍ମାବରମ୍‌ ଆରଟିସି ବସ୍‌ ଡିପୋଠାରେ ରହିଥିଲା। କିନ୍ତୁ ପରିବହନ କର୍ମଚାରୀମାନେ ଯୁବକଙ୍କୁ ବସ୍‌ଟି ନେଇଯାଉଥିବାର ଦେଖି ଦେଇଥିଲେ। ଏହାପରେ ଏନେଇ ପୋଲିସ୍‌ ସୂଚନା ଦେଇଥିଲେ କର୍ମଚାରୀ। ଏହା ପରେ ପୋଲିସ୍‌ ବସ୍‌ର ପିଛା କରି ତାକୁ ଅଧା ରାସ୍ତାରେ ଧରିଥିଲେ। ପୋଲିସ୍‌ ବସ୍‌କୁ ଜବତ କରିଥିବାବେଳେ ଯୁବକଙ୍କୁ ମଧ୍ୟ ଅଟକ ରଖିଛନ୍ତି। କିନ୍ତୁ ଯୁବକ ଜଣକ ବସ୍‌ଟିକୁ ଚୋରି କରି କ’ଣ ପାଇଁ ନେଉଥିଲେ ତାହା ସମ୍ପର୍କରେ କିଛି ଜଣାପଡିନାହିଁ। ତେବେ ପ୍ରାଥମିକ ପର୍ଯ୍ୟାୟରେ ଯୁବକଟି ଲକ୍‌ ଡାଉନ୍‌ ଯୋଗୁଁ ବ୍ୟସ୍ତ ବିବ୍ରତ ରହିଥିଲେ। ଏଥିପାଇଁ ସେ ସରକାରୀ ବସ୍‌ ଚୋରିକରି ନେଉଥିଲେ ବୋଲି ଜଣାପଡିଛି। (ଏଜେନ୍ସି)