Categories
ଆଜିର ଖବର

ମୋବାଇଲ୍‌ ଫୋନ୍‌ ଦେଖିବାକୁ ମନା କରିବାରୁ ପୁଅର ଆତ୍ମହତ୍ୟା

ସମୀକ୍ଷା ବ୍ୟୁରୋ

ଭଦ୍ରକ, 23/12: ମୋବାଇଲ ପାଇଁ ଆତ୍ମହତ୍ୟା କରିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ବାସୁଦେବପୁର ବ୍ଲକ୍ ପୁରୁଷୋତ୍ତମପୁର ଗାଁରେ। ମାଆ ମୋବାଇଲ ଫୋନ ଦେଖିବାକୁ ମନା କରିବାରୁ ପୁଅ ରଶି ଲଗାଇ ଆତ୍ମହତ୍ୟା କରିଛି। ସୂଚନା ଅନୁଯାୟୀ, ସୋମବାର ମୋବାଇଲ ଦେଖିବାକୁ ନେଇ ମା ଗାଳି ଦେବାରୁ ଦଶମ ଶ୍ରେଣୀର ଛାତ୍ର ଦୀପଙ୍କର ନାୟକ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏହାକୁ ନେଇ ନାୟକାଣୀଡିହି ଥାନାରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପୋଲିସ ତଦନ୍ତ ଜାରି ରହିଛି।

 

Categories
ଆଜିର ଖବର

ପାୟଲ୍‌ ତାଡ୍‌ବୀ ଆତ୍ମହତ୍ୟା ଘଟଣା : ୩ ଡାକ୍ତରଙ୍କ ସାମୟିକ କଷ୍ଟଡି ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

ଡାକ୍ତରୀ ଛାତ୍ରୀ ପାୟଲ ତାଡ୍‌ବୀ ଆତ୍ମହତ୍ୟା ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ତିନି ଡାକ୍ତରଙ୍କୁ ସାମୟିକ କଷ୍ଟଡିରେ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। କ୍ରାଇମବ୍ରାଞ୍ଚ ପକ୍ଷରୁ ପୂର୍ଣ୍ଣକାଳୀନ କଷ୍ଟଡିର ଆବେଦନ କରାଯାଇଥିଲା। ବମ୍ବେ ହାଇକୋର୍ଟ କ୍ରାଇମବ୍ରାଞ୍ଚର ଆବେଦନକୁ ଖାରଜ କରିବା ସହିତ ତିନି ଡାକ୍ତର ଗୁରୁବାରରେ ୨ଟାରୁ ୬ଟା ପର୍ଯ୍ୟନ୍ତ ଏବଂ ଶୁକ୍ର, ଶନି ଓ ରବିବାରରେ ସକାଳ ୯ଟାରୁ ୬ଟା ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ନିକଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜଷ୍ଟିସ୍‌ ଏସ୍‌ ଏସ୍‌ ସିନ୍ଦେଙ୍କୁ ନେଇ ଗଠିତ ଖଣ୍ଡପୀଠ ତିନି ଛାତ୍ରୀ ହେମା ଆହୁଜା, ଭକ୍ତି ମେହାରେ ଏବଂ ଅଙ୍କିତା ଖଣ୍ଡେଲଓ୍ବାଲଙ୍କ ସାମୟିକ କଷ୍ଟଡି ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି।